News18 Odia Digital
ବଲାଙ୍ଗିର: ଏକ ଘରୋଇ ଆବାସିକ କଲେଜର ହଷ୍ଟେଲର କୋଠରୀରେ ଜଣେ ଛାତ୍ରୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ମୃତା ଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀ ଆଶା ମେହେର । ଯୁବୋଦୟ କଲେଜ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜିର ହଷ୍ଟେଲ ରୁମରେ ଲୋଇସିଂହା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆଶା ମେହେରଙ୍କ ଘର ବରଗଡ଼ ଜିଲ୍ଲା ଦହିତା ଗାଁରେ ଓ ସେ ମହିରାମ ମେହେରଙ୍କ ଝିଅ । ଅକ୍ଟୋବର ୨୬ ମଙ୍ଗଳବାର ଦିନ ଯୁବୋଦୟ କଲେଜ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜିର (Yuvoday College of Advanced Technology) ଫାସଡରେ ଥିବା ହଷ୍ଟେଲରେ ଥିବା ତାଙ୍କ ରୁମରେ ଆଶା ମେହେରଙ୍କ ମୃତ ଦେହ ସିଲିଂ ପଙ୍ଖାରୁ ଝୁଲୁଥିବା ଦେଖିବାକୁ ମିଳିଥିଲା । ମୃତ ଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଯାଇଛି ଓ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ବଲାଙ୍ଗିର ସଦର ଏସ୍.ଡି.ପି.ଓ. ତୋଫାନ ବାଗ (Balangir college girl death)।
ଏହା ବି ପଢ଼ନ୍ତୁ | 7th Pay Commission: ଅକ୍ଟୋବର ମାସର ଦରମାରେ ଆସିବ ଏହି ୩ଟି ଭତ୍ତା; ଜାଣନ୍ତୁ କେତେ ମିଳିବଆଶା ମେହେରଙ୍କ ମୃତ ଦେହର ବାମ ହାତରେ ଏକ କ୍ଷତରୁ ରକ୍ତ କ୍ଷରଣ ହେଉଥିବା ଦେଖି ତାଙ୍କ ପରିବାର ଲୋକେ ତାଙ୍କର ହତ୍ୟା ହୋଇଥିବା ସନ୍ଦେହ କରିଛନ୍ତି । ‘‘ଯଦି ସେ ଆତ୍ମହତ୍ୟା କଲା ତାହେଲେ ବେକରେ ଓଢ଼ଣୀ ଲଗେଇଲା ଓ ତା’ ସହିତ ନିଜେ ହାତ ବି କାଟିଲା କି? ଆମକୁ ପୂରା ସନ୍ଦେହ ହେଉଛି ଯେ ତା’ର ହତ୍ୟା କରାଯାଇଛି । ପୋଲିସ ସଠିକ ଭାବେ ନିରପେକ୍ଷ ତଦନ୍ତ କରିବ ବୋଲି ଆମେ ଆଶା କରୁଛୁ,’’ କହିଛନ୍ତି ଆଶାଙ୍କ ଜଣେ ସମ୍ପର୍କୀୟ ଭାଇ (Balangir college girl suicide)।
ଏହା ବି ପଢ଼ନ୍ତୁ | PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ‘‘ମୃତ ଦେହ ପାଖରୁ ଗୋଟିଏ କାଗଜ ମିଳିଛି । ସେଥିରେ ଲେଖା ହୋଇଛି ‘ସରି… ଭଲ ଥିବ… ବାଏ’’ । ସେଇଟା ମୃତା ଛାତ୍ରୀ ଲେଖିଛନ୍ତି ବୋଲି ତାଙ୍କ ସହପାଠୀମାନେ କହୁଛନ୍ତି । ଆମେ ସେହି କାଗଜକୁ ପରୀକ୍ଷା ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠେଇଛୁ । ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ,’’ କହିଛନ୍ତି ବଲାଙ୍ଗିର ସଦର ଏସ୍.ଡି.ପି.ଓ. ତୋଫାନ ବାଗ । ସେହି କାଗଜଟି କୋଠରୀର କାନ୍ଥରେ ଥିବା ଏକ ଥାକରେ ଥିଲା ବୋଲି ସେ କହିଛନ୍ତି (Asha Meher death case)।
ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବଯୁବୋଦୟ କଲେଜ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜିର ନିର୍ଦ୍ଦେଶକ ଅମ୍ବରିଶ ଦାଶ କହିଛନ୍ତି ଯେ ହଷ୍ଟେଲରେ ରହୁଥିବା ଦୁଇ ଜଣ ଛାତ୍ରୀ ପ୍ରଥମେ ଆଶା ମେହେରଙ୍କ ମୃତ ଦେହ ସିଲିଂ ଫ୍ୟାନରୁ ଝୁଲୁଥିବାର ଦେଖି ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ନ ଥିଲା“ସ୍ନାକ୍ସ ବ୍ରେକ୍ ସମୟରେ ହଷ୍ଟେଲକୁ ଆସିଥିବା ଦୁଇ ଛାତ୍ରୀ ପ୍ରଥମେ ଏହା ଦେଖିଥିଲେ ଓ ହଷ୍ଟେଲ୍ ୱାର୍ଡେନଙ୍କୁ ଜଣାଇଥିଲେ । ଆମେ ସଙ୍ଗେ ସଙ୍ଗେ ପୋଲିସକୁ ଓ ଝିଅଟିର ପରିବାରକୁ ଜଣାଇଥିଲୁ। ଆମେ ପୋଲିସକୁ ତଦନ୍ତରେ ସବୁ ସହଯୋଗ କରିବୁ,’’ କହିଛନ୍ତି ଅମ୍ବରୀଶ ଦାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | T20 World Cup: ପାକିସ୍ତାନ ସହ ଖେଳ ବେଳେ ଦର୍ଶକମାନେ ଶୋଏବ୍ ମଲିକଙ୍କୁ ଜିଜାଜୀ ଡାକିଲେ; ସାନିଆ ଖୁସିଅଳ୍ପ କିଛି ଦିନ ତଳେ ବଲାଙ୍ଗିରରେ
ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ ଦେହ ମେଡିକାଲ୍ କଲେଜର ଲେଡିଜ୍ ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସେହି ଘଟଣାର ତଦନ୍ତ ବି ପୋଲିସ କରୁଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।