• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବୈକୁଣ୍ଠ ପଢ଼ିବେ ଏମ.ବି.ବି.ଏସ; ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ନିର୍ଦ୍ଦେଶ ପରେ ସାହାଯ୍ୟ ଲାଗି ଅଣ୍ଟା ଭିଡିଲା SCST

ବୈକୁଣ୍ଠ ପଢ଼ିବେ ଏମ.ବି.ବି.ଏସ; ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ନିର୍ଦ୍ଦେଶ ପରେ ସାହାଯ୍ୟ ଲାଗି ଅଣ୍ଟା ଭିଡିଲା SCST

ଯିଏ ପରିଶ୍ରମ କରେ, ଯାହାର ନିଷ୍ଠା ଓ ଆଗ୍ରହ ଥାଏ ସେ କେବେ ବି ବିଫଳ ହୁଏନି । ତାର ଆଶା ପୁରଣ ହୁଏ । ସାକାର ହେଲା ବୈକୁଣ୍ଠଙ୍କ ସ୍ୱପ୍ନ। ସରକାରଙ୍କୁ ଦେଲେ ଧନ୍ୟବାଦ।

ବୈକୁଣ୍ଠ ପଢ଼ିବେ ଏମ ବି ବି ଏସ; ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ନିର୍ଦ୍ଦେଶ ପରେ ସାହାଯ୍ୟ ଲାଗି ଅଣ୍ଟା ଭିଡିଲା SCST

ବୈକୁଣ୍ଠ ପଢ଼ିବେ ଏମ ବି ବି ଏସ; ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ନିର୍ଦ୍ଦେଶ ପରେ ସାହାଯ୍ୟ ଲାଗି ଅଣ୍ଟା ଭିଡିଲା SCST

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଇଛା ଥିଲା କିନ୍ତୁ ସମ୍ବଳ ନଥିଲା । ପରିଶ୍ରମ ହେଉଥିଲା କିନ୍ତୁ ଭାଗ୍ୟ ସାଥ ଦେଉନଥିଲା । ଲାଗୁଥିଲା ଦେଖିଥିବା ସ୍ୱପ୍ନ କଣ ପୁରଣ ହେବନି । ସ୍ୱପ୍ନ କଣ ସ୍ୱପ୍ନରେ ରହିଯିବ। ବାସ୍ତବତାରେ ପରିଣତ ହେବନି । କାହିଁକି ନା ଅଭାବ ଅନାଟନ ବଡ ପ୍ରତିବନ୍ଧକ ହୋଇ ଉଭା ହୋଇଥିଲା । ୨୦୧୯ରେ ପରିଶ୍ରମ ଭିତରେ ଆର୍ଥିକ ଅସୁବିଧା ଅନ୍ତରାୟ ଥିଲା । ୨୦୨୧ରେ କୋଭିଡ୍ କାଳ ହୋଇ ଠିଆହେଲା । ହେଲେ ୨୦୨୨ ରେ ଯେମିତି ନୂତନ ସୂର୍ଯ୍ୟ ଉଇଁଲା । ତାହା ଥିଲା ମେଡ଼ିକାଲରେ ପାଠପଢିବା । ଯିଏ ପରିଶ୍ରମ କରେ, ଯାହାର ନିଷ୍ଠା ଓ ଆଗ୍ରହ ଥାଏ ସେ କେବେ ବି ବିଫଳ ହୁଏନି । ତାର ଆଶା ପୁରଣ ହୁଏ ।



୨୨ ବର୍ଷ ବୟସର ବୈକୁଣ୍ଠ ସେଠୀ । ପିତା ଭାଗିରଥି ସେଠୀ। ମାଆ ରଞ୍ଜୁ ସେଠୀ । ଘର ପୁରୀ ଜିଲ୍ଲା କଣାସ ବ୍ଲକର ଦେଇପୁର ପଞ୍ଚାୟତର ତେଲେଙ୍ଗାପଡ଼ା ଗ୍ରାମରେ । ବାପା ମା'ଙ୍କର ସାନ ପୁଅ ହେଉଛନ୍ତି ବୈକୁଣ୍ଠ । ସେ ଉଚ୍ଚ ଅଭିଳାଷ ରଖିଥିବାରୁ ଇଛା ଥିଲା ମେଡ଼ିକାଲ ପଢ଼ିବ ଆଉ ଡାକ୍ତର ହେବ । ଏହି ମେଧାବୀ ଛାତ୍ର ନିଜ ଗ୍ରାମରେ ଥିବା ଆଞ୍ଚଳିକ ଅଜୟ କୁମାର ବିଦ୍ୟାନିକେତନରେ ଦଶମ ପାସ କରି ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାସ କରିବା ପରେ ମେଡ଼ିକାଲ ପାଇଁ ନିଜେ ପ୍ରସ୍ତୁତ ହେଉଥିଲେ ।



ଯେହେତୁ ବାପା ଦିନ ମଜୁରିଆ ଅନ୍ୟ କେଉଁଠି କୋଚିଂ ନେବା ତାଙ୍କ ପାଇଁ ସହଜ ହୋଇନଥିଲା । ଏଥିପାଇଁ ସେ ନିଜେ କରୁଥିଲେ ସେଲ୍ଫ ଷ୍ଟଡି । ନିଟ ପରୀକ୍ଷାରେ ପାସ କରିବା ପରେ ବାଲେଶ୍ଵର ଫକୀର ମୋହନ ମେଡ଼ିକାଲ କଲେଜରେ ନାମ ଲେଖିବା ପାଇଁ ଆସିଥିଲା ଚିଠି । ଘରେ ତ ଅର୍ଥ ନାହିଁ । କେମିତି ନା ଲେଖି ପାଠ ପଢ଼ିବେ ତାକୁ ନେଇ ଚିନ୍ତାରେ ଥିଲେ ।

ଗତ ୦୭ ତାରିଖ ରାତିରେ ମୁଖ୍ୟମନ୍ତ୍ରୀ, ୫ ଟି ସଚିବଙ୍କୁ ଟୁଇଟ କରିବା ପରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା ।



କିଭଳି ନାମ ଲେଖିବେ ବୈକୁଣ୍ଠ ଓ ବାଲେଶ୍ଵରରେ ରହିବେ ସେନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ପରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ବୈକୁଣ୍ଠଙ୍କୁ କୁହାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ, ଫାଇଭ୍ ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ବୈକୁଣ୍ଠ ।
Published by:Soubhagya Mishra
First published: