ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପରୀକ୍ଷାର ବିଫଳ ହେବା ପରେ ଠକେଇ କରିଥିଲେ ବୈକୁଣ୍ଠ; ଜେରା କରିବ ଇ.ଓ.ଡ଼ବ୍ଲ୍ୟୁ

ପରୀକ୍ଷାର ବିଫଳ ହେବା ପରେ ଠକେଇ କରିଥିଲେ ବୈକୁଣ୍ଠ; ଜେରା କରିବ ଇ.ଓ.ଡ଼ବ୍ଲ୍ୟୁ

ପୋଲିସ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ବୈକୁଣ୍ଠନାଥ ନାୟକ (୨୭)କୁ ପୁଣି ରିମାଣ୍ଡରେ ଆଣି ଜେରା କରିବ ଇ.ଓ.ଡ଼ବ୍ଲ୍ୟୁ ।

ପରୀକ୍ଷାର ବିଫଳ ହେବା ପରେ ଠକେଇ କରିଥିଲେ ବୈକୁଣ୍ଠ; ଜେରା କରିବ ଇ.ଓ.ଡ଼ବ୍ଲ୍ୟୁ
ବୈକୁଣ୍ଠକୁ ଜେରା କରିବ କ୍ରାଇମ ବ୍ରାଞ୍ଚ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 16, 2021, 5:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୋଲିସ ଚାକିରୀ ଦେବା ନାଁରେ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇ.ଓ.ଡ଼ବ୍ଲ୍ୟୁ) ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ବୈକୁଣ୍ଠନାଥ ନାୟକ (୨୭)କୁ ପୁଣି ରିମାଣ୍ଡରେ ଆଣି ଜେରା କରିବ ଇ.ଓ.ଡ଼ବ୍ଲ୍ୟୁ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ବୈକୁଣ୍ଠ ପାଖରୁ ୧୭ଟି ଏଗ୍ରିମେଣ୍ଟ ପେପର ଜବତ ସାଙ୍ଗକୁ ଏକାଧିକ ଆକାଉଣ୍ଟ ଠାବ ହୋଇଛି ।

"ଅଭିଯୁକ୍ତ ବୈକୁଣ୍ଠ ପୁରା ଘଟଣାର ମୁଖ୍ୟ ଥିଲା । ନିଜେ ଏ.ସ.ଓ ପରୀକ୍ଷା ଦେଇଥିଲା । ପରୀକ୍ଷାରେ ବିଫଳ ପରେ ସେ ଏହି ଠକେଇ କରିବା ଯୋଜନା କରିଥିଲା । ଆଉ ତାକୁ ଅନ୍ୟ ତିନିଜଣ ସହଯୋଗ କରିଥିଲେ । ବୈକୁଣ୍ଠ ପାଖରୁ ଏବେ ୧୭ଟି ଏଗ୍ରିମେଣ୍ଟ ପେପର ଜବତ କରାଯାଇଛି । ଯାଞ୍ଚ ବେଳେ ଜଣା ପଡିଲା ଟଙ୍କା ନେବା ପୂର୍ଵରୁ ପରୀକ୍ଷାର୍ଥୀଙ୍କ ସହ ଏଗ୍ରିମେଣ୍ଟ କରୁଥିଲା ବୈକୁଣ୍ଠ । ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ବି ଦେଉଥିଲା ଆଉ ଟଙ୍କା ନେଉଥିଲା । ଏବେ ସେ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି," କହିଛନ୍ତି ଇ.ଓ.ଡ଼ବ୍ଲ୍ୟୁ ଏସପି ଦିଲ୍ଲୀପ ତ୍ରିପାଠୀ ।

ପୋଲିସ ବିଭାଗର ମିଳିତ ପୋଲିସ ସେବାରେ ଚାକିରୀ କରେଇ ଦେବା ନାଁରେ ଠକେଇ କରିଥିଲେ ଅଭିଯୁକ୍ତ । ଚାରି ଜଣଙ୍କ ମଧ୍ୟରୁ ଦୁଇଜଣ ଗିରଫ ହୋଇଥିବା ବେଳେ ଦୁଇଜଣ ଏବେ ବିଜେ ଫେରାର ଅଛନ୍ତି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବୈକୁଣ୍ଠ ଓ ଭୀମସେନ  ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର ପରିଚୟ ଦେଇଥିଲେ । ଏବେ ସୁଦ୍ଧା ୩୮ ଜଣ ଚାକିରୀ ଆଶୟୀଙ୍କ ଠାରୁ ୧ କୋଟି ୪୮ହଜାର ଟଙ୍କା ଠକିଥିଲେ । ଗିରଫ ପର ୧୨ଟି ଏଟିଏମ କାର୍ଡ଼ ଓ ଜାଲ ପରିଚୟ ପତ୍ର ଜବତ କରିଥିଲା ଇଓଡବ୍ଳୁ ।

"ଅଭିଯୁକ୍ତ ବୈକୁଣ୍ଠକୁ ପୁଣି ଥରେ ରିମାଣ୍ଡ ରେ ଅଣାଯିବ । ଏଥିପାଇଁ ୫ଦିନ ରିମାଣ୍ଡ ଆବେଦନ କରାଯାଇଛି । ଏଥର ରିମାଣ୍ଡ ବେଳେ ତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ନେଇ ତଦନ୍ତ କରାଯିବ । କାରଣ ତଦନ୍ତ ବେଳେ ଜଣା ପଡ଼ିଛି, ନିଜ ନାମରେ ଆକାଉଣ୍ଟ ଖୋଲି ନଥିଲା ବୈକୁଣ୍ଠ । ନିଜର ସମ୍ପର୍କୀୟଙ୍କ ନାମରେ ଆକାଉଣ୍ଟ ଖୋଲି ଟଙ୍କା ନେଣଦେଣ ହୋଇଥିଲା । ତେଣୁ କେଉଁ ମାନଙ୍କ ନାମରେ ଆକାଉଣ୍ଟ ଖୋଲା ଯାଇଥିଲା, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ" କହିଛନ୍ତି ଏସ.ପି ଶ୍ରୀ ତ୍ରିପାଠୀ ।

ସୂଚନା ଅନୁସାରେ, ୨୦୧୩ ମସିହାରେ ଯୁଗ୍ମ ପୋଲିସ ସେବା ପରୀକ୍ଷା ହୋଇଥିଲା । ୨୦୧୬ ମସିହାରେ ଏହାର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା । ଠକେଇର ଶିକାର ହୋଇଥିବା ୩୮ଜଣ ପରୀକ୍ଷାର୍ଥୀ  ଲିଖିତ ଶାରୀରିକ ଓ ମୌଖିକ ପରୀକ୍ଷା ଦେଇଥିଲେ । ହେଲେ ସେମାନଙ୍କ ନା ତାଲିକାରେ ନ ଆସିବାରୁ ଖାଲି ଥିବା ୬୭ଟି ପଦବୀ ପାଇଁ ସପ୍ଲିମେଣ୍ଟାରୀ ତାଲିକା ବାହାରିବା ବେଳେ ତାଙ୍କ ନା ଯୋଡି ଦିଆଯିବ ବୋଲି ସେମାନଙ୍କୁ  କହିଥିଲେ ଗିରଫ ହୋଇଥିବା ବୈକୁଣ୍ଠ ଭୀମସେନ ।

ପରୀକ୍ଷାର୍ଥୀମାନଙ୍କ ମନ ଜିଣିବା ଓ ବିଶ୍ୱାସଯୋଗ୍ୟ ହେବାପାଇଁ ଉଭୟ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ରହିଥିବା କହିଥିଲେ। ବୈକୁଣ୍ଠ ନିଜକୁ  ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରିଚୟ ଦେଇଥିଲା ।  ସେହିପରି ଭୀମସେନ ମହାରଣା, ଆଶାୟୀଙ୍କୁ ପରିଚୟ ଦେଇଥିଲେ ସେ ହେଉଛନ୍ତି ଗୃହ ବିଭାଗର ଜଣେ ଉପରିସ୍ଥ ଅଧିକାରୀ ।
Published by: Soumya Das
First published: November 16, 2021, 5:01 PM IST