ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ଏନସିସି କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ଏନସିସି କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ସମର ଶିକ୍ଷାର୍ଥୀ ବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ କମିଟିର ଅନ୍ୟାନ୍ୟ ଅଧିକାରୀ ମାନେ ଢେଙ୍କାନାଳ ଏନସିସି (NCC) ୧୨ ବାଟାଲିୟନର ସମୁହ ସ୍ଥିତି ସମୀକ୍ଷା କରିଥିଲେ।

ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ଏନସିସି କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବଗୋଷ୍ଠୀଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ କହିଲେ ଏନସିସି କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା
  • News18 Odia
  • Last Updated: October 13, 2021, 4:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଢେଙ୍କାନାଳ ଏନସିସି ବାଟାଲିଅନ ୧୨ ସମୀକ୍ଷା ଗସ୍ତରେ ଆସି କହିଥିଲେ ଏନସିସିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ସମର ଶିକ୍ଷାର୍ଥୀ ବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ କମିଟିର ଅନ୍ୟାନ୍ୟ ଅଧିକାରୀ ମାନେ ଢେଙ୍କାନାଳ ଏନସିସି (NCC) ୧୨ ବାଟାଲିୟନର ସମୁହ ସ୍ଥିତି ସମୀକ୍ଷା କରିଥିଲେ। ଗତ ୧୧ ତାରିଖ ତଥା ସୋମବାର ଦିନ ବାଟାଲିୟନରେ ପହଞ୍ଚିବା ପରେ ତାଲିମ କେନ୍ଦ୍ରର ମୁଖ୍ୟ କମାଣ୍ଡିଂ ଅଫିସରଙ୍କ ସହ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ।

ଏହି ସମୀକ୍ଷା କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଏନସିସି କମିଟିର ସଦସ୍ୟ ଜେନେରାଲ ମେଜର ଆଲୋକ ରାଜ, ଓଡ଼ିଶା ଏନସିସି ମୁଖ୍ୟ ମେଜର ସାମେନ ବାନାର୍ଜୀ, କଟକ ଏନସିସି କାର୍ଯାଳୟ ଗ୍ରୁପ କମାଣ୍ଡର କର୍ଣ୍ଣଲ ରଜନୀଶ କପୁର ମଧ୍ୟ ଉପସ୍ଥିତ ଥିଲେ।

ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ କମିଟିର ଅନ୍ୟାନ୍ୟ ଅଧିକାରୀ ମାନେ ଢେଙ୍କାନାଳ ଏନସିସି (NCC) ୧୨ ବାଟାଲିୟନର ସମୁହ ସ୍ଥିତି ସମୀକ୍ଷା କରିଥିଲେ


ବାଟାଲିୟନ ପରିସରରେ ତାଲିମ କେନ୍ଦ୍ରର ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ଏନସିସି କ୍ୟାଡେଟମାନଙ୍କ ଦ୍ୱାରା ୨୫ ମିଟରର ବନ୍ଦୁକ ଚାଳନାଠୁ ନେଇ ୨ ମିନିଟ ମଧ୍ୟରେ ଶାରୀରିକ କଳା କୌଶଳ (ହଡର୍ଲସ) କିଭଳି ଭାବେ କରି ପାରୁଛନ୍ତି ତାହା ମଧ୍ୟ ପରଖିଥିଲେ ବୈଜୟନ୍ତ ପଣ୍ଡା। କ୍ୟାଡେଟ ମାନଙ୍କର ନିଖୁଣ ବନ୍ଧୁକ ଚାଳନା ଓ ହଡର୍ଲସ ଦେଖି ତାଙ୍କୁ ପ୍ରଶଂସା କରିଥିଲେ ବୈଜୟନ୍ତ।

ଢେଙ୍କାନାଳ ମହିଷାପାଟ ନିକଟରେ ରହିଥିବା ଏହି ବାଟାଲିୟନ ୧୨ରେ କଟକ, ଅନୁଗୁଳ ଓ ଢେଙ୍କାନାଳର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସ୍କୁଲ କଲେଜରୁ ପାଖାପାଖି ୩,୩୦୦ ଏନସିସି କ୍ୟାଡେଟ ରହିଛନ୍ତି। ହେଲେ ତାଲିମ ନେବା ପାଇଁ ପର୍ଯାପ୍ତ ପରିସିମା ନଥିବାରୁ ସୁଟିଂ ଠାରୁ ନେଇ ଡ୍ରିଲ କ୍ଲାସ ଓ ଉତ୍ତମ ଏନସିସି ତାଲିମରୁ ବଞ୍ଚିତ ହେଉଛନ୍ତି ବୋଲି ବୈଜୟନ୍ତ ପଣ୍ଡାଙ୍କୁ ଅବଗତ କରାଇଥିଲେ।

ଏନସିସିରେ (NCC) ତାଲିମ ନେଉଥିବା ଶିକ୍ଷାର୍ଥୀ ମାନେ ପୂର୍ବରୁ ଆର୍ମି ପୋଲିସ ଓ ଅଗ୍ନିଶମ ସହିତ ଯୋଡ଼ି ହୋଇ ରହୁଥିଲେ। ହେଲେ ଆଗାମୀ ଭବିଷ୍ୟତରେ ବିଭିନ୍ନ କର୍ପୋରେଟ ସଂସ୍ଥା ଓ କ୍ରିଡ଼ା କ୍ଷେତ୍ରରେ ମଧ୍ୟ ଜଡ଼ିତ ହେବେ ବୋଲି ମତ ଦେଇଥିଲେ। କେବଳ ସେତିକି ନୁହଁ ଏନସିସିରେ ଶିକ୍ଷାର୍ଥୀ ମାନଙ୍କୁ ଶାରୀରିକ ଓ ମାନସିକ ବିକାଶ ସହିତ ଶୃଙ୍ଖଳିତ ଜୀବନ ଓ ସମୟାନୁବର୍ତ୍ତିତା ତାଲିମ ଦିଆଯିବ ଏପରି କହିଛନ୍ତି ଏନସିସି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ।

"କରୋନା ମହାମାରୀ ପାଇଁ ଗତ ଦେଢ଼ ବର୍ଷ ହେବ ଶିକ୍ଷାର୍ଥୀଙ୍କ ତାଲିମରେ ଅନେକ ସମସ୍ୟା ଦେଖା ଦେଇଛି। ହେଲେ ଯୁବଶକ୍ତିଙ୍କ ବିନା ଦେଶର ବିକାଶ ଏକ ପ୍ରକାର ଅସମ୍ଭବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC) ମାଧ୍ୟମରେ ଯୁବଶକ୍ତିଙ୍କୁ ସାମିଲ କରାଯାଇ ସମୃଦ୍ଧ ରାଷ୍ଟ୍ର ଗଠନର ପରିକଳ୍ପନା କରାଯାଉଛି। ଆଗକୁ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ,’’ କହିଥିଲେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

"ଢେଙ୍କାନାଳ ମହିଷାପାଟ ବାଟାଲିଅନ ୧୨ତମ ପରିସିମା ହୋଇଥିବାରୁ ଏଠାରେ ଡ୍ରିଲ ଗ୍ରାଉଣ୍ଡର ସୁବିଧା ଉପଲବ୍ଧ ହୋଇ ପାରୁନାହିଁ। ଫାୟରିଂ ପାଇଁ ପଚାଷ ମିଟର ଦୂରତା ଆବଶ୍ୟକ ଥିବାବେଳେ ମାତ୍ର ୨୫ ମିଟର ରେଞ୍ଜ ଭିତରେ ଆମକୁ ଅଭ୍ୟାସ କରିବାକୁ ପଡୁଛି। ଏନସିସି କ୍ୟାମ୍ପସ ଭିତରେ ଏହିସବୁ ସୁବିଧା ଉପଲବ୍ଧ ହୋଇ ପାରିଲେ ଆମେ ଆହୁରି ଭଲ ଅଭ୍ୟାସ କରିପାରିବୁ ଓ ଆଗାମୀ ପିଢି ପାଇଁ ମଧ୍ୟ ଏହା ଯଥେଷ୍ଟ ସହାୟ ହେବ,’’ କହିଛନ୍ତି ଢେଙ୍କାନାଳ ଏନସିସି ବାଟାଲିଅନ ୧୨ର ସିନିଅର ଅଫିସର ସ୍ୱାଧିନ ଦାସ ।
Published by: Lipina Das
First published: October 13, 2021, 4:18 PM IST