ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତ ମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏନେଇ ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

  • Share this:
News 18 Odia Digital

ଭୁବନେଶ୍ୱର; ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏନେଇ ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ସମୟରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ହେଉଥିବା ବେଳେ ଭିଡ଼ ଭିତରକୁ ଜୋରଜବରଦସ୍ତ ଗାଡ଼ି ନେଇଥିଲେ ବିଧାୟକ । ପରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଅଭିଯୋଗରେ ଜେଲରେ ଦିନ କାଟିବାକୁ ପଡ଼ିଥିଲା ।

ଅନେକ ଥର କିଛି ନା କିଛି ନାରକୀୟ କାଣ୍ଡ କରି ସ୍ଵାସ୍ଥ୍ୟଗତ ବାହାନା ଦେଖାଇ ଜେଲ ଯିବାରୁ ଖସିଯାଉଥିଲେ । ଏଥର କିନ୍ତୁ କଥା ଅଧିକ ଭାରି ପଡ଼ିଥିଲା। ଏହି ଘଟଣାରେ ଏକାଧିକ ବ୍ୟକ୍ତି, ପୋଲିସ୍ , ନେତା ସାମ୍ବାଦିକ ଆହତ ହୋଇଥିଲେ । ବିଧାୟକଙ୍କ ଏଭଳି ହରକତ ଦେଖି ଲୋକେ ପ୍ରଶାନ୍ତ ଜଗଦେବଙ୍କୁ ନିସ୍ତୁକ ପିଟିଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଥିଲା । ଜେଲ୍‌ରୁ ମୁକୁଳିବା ପାଇଁ ପୂର୍ବରୁ ଥରେ ପ୍ରଶାନ୍ତ ଜାମିନ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିଲା । ତେବେ ପୁଣି ଥରେ ସେ ଜାମିନ ଆବେଦନ କରିଥିବା ବେଳେ ତାଙ୍କୁ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସର୍ତ୍ତ ଅନୁସାରେ ବର୍ଷେ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ପ୍ରଶାନ୍ତ ଜଗଦେବ । ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ଚାହିଁଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ । ସେହିପରି ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ ଜଗଦେବ ।
Published by:Soubhagya Mishra
First published: