୧୦ ଫୁଟ୍ ଲମ୍ୱର ଧୂପକାଠି ଜାଳୁଛନ୍ତି ଭକ୍ତ ।
News 18 Odia Digital
ପୁରୀ; ଚାଲିଛି ଶ୍ରୀବଳଭଦ୍ରଙ୍କ ପହଣ୍ଡି ବିଜେ,ଘଣ୍ଟ ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଟାହିଆ ହଲେଇ ଝୁଲି ଝୁଲି ପହଣ୍ଡି ହୋଇ ଆସୁଛନ୍ତି ବଡ଼ ଠାକୁର ।
ପବିତ୍ର ବାହୁଡ଼ା ଯାତ୍ରାରେ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି । ରଥରେ ବିରାଜମାନ କରିଛନ୍ତି ଚକ୍ରରାଜ ସୁଦର୍ଶନ । ଶ୍ରୀମନ୍ଦିରକୁ ବାହୁଡ଼ିବେ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ଲେଉଟାଣିକୁ ଦେଖିବାକୁ ଚାତକ ପରି ଚାହିଁ ରହିଛି ଭକ୍ତ । ଭକ୍ତାରଣ୍ୟ ହୋଇଛି ବଡ଼ଦାଣ୍ଡ । ରଥକୁ ପହଣ୍ଡିରେ ବିଜେ କରୁଛନ୍ତି ମହାପ୍ରଭୁ, ସ୍ୱାଗତ କରିବାକୁ ଆକାଶରେ ଆସିଲାଣି ମେଘ । ଝିପିଝିପି ବର୍ଷାରେ ଭିଜୁଛି ବଡଦାଣ୍ଡ । ମହାପ୍ରଭୁଙ୍କୁ ସ୍ୱାଗତ କରିବାକୁ ଚାଲିଛି ସୁନ୍ଦର ନୃତ୍ୟ । ପାଦରେ ନୂପୁର ବାନ୍ଧି ଥେଇ ଥେଇ ନାଚୁଛନ୍ତି ନର୍ତ୍ତକୀ । ଭାବଭଙ୍ଗୀରେ ବଡ଼ଠାକୁରକୁ ଅର୍ପଣ କରୁଛନ୍ତି ଭକ୍ତିର ଅର୍ଘ୍ୟ । ଜଣେ ଭକ୍ତ ୧୦ ଫୁଟ ଲମ୍ୱର ଏକ ଧୂପକାଠି ଜାଳିବା ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

୧୦ ଫୁଟ ଲମ୍ୱର ଧୂପ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।