ଭକ୍ତମାନେ ଟାଣିଟାଣି ନେଉଛନ୍ତି ରଥ ।
News 18 Odia Digital
ପୁରୀ; ବଡ଼ଦାଣ୍ଡରେ ଗଡିଲା ୩ ରଥ । ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର । ଶ୍ରୀମନ୍ଦିର ଅଭିମୁଖେ ୩ ଠାକୁରଙ୍କ ରଥଟଣା ଆରମ୍ଭ ହୋଇଛି । ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ୩ ଠାକୁରଙ୍କୁ ରଥରେ ଦର୍ଶନ କରି ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତ । ଏ ଦୁର୍ଲଭ ଦର୍ଶନ ବର୍ଷକରେ ଥରେ ଦେଖିବାକୁ ମିଳିଥାଏ । ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସ୍ବଚକ୍ଷୁରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବଡ଼ ଦାଣ୍ଡରେ ପାଦ ରଖି ରଥ ଦଉଡିକୁ ଛୁଇଁ ଦେଲେ ସବୁ ପାପ ଧୋଇ ହୋଇଯାଏ । ଦାରୁ ବ୍ରହ୍ମଙ୍କ ଦର୍ଶନ ପାଇ ଭକ୍ତ ଆତ୍ମ ତୃପ୍ତି ହୋଇଛି । ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଏବେ ପହଣ୍ଡି ସରିବାର ନୀତି ସମ୍ପର୍ଣ୍ଣ ହୋଇ ରଥ ଟଣା ଆରମ୍ଭ ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।