ରକ୍ତତୀର୍ଥ ଚଷାଖଣ୍ଡର କାହାଣୀ: ବାଘା ଯତୀନ ଓ ସାଥୀଙ୍କ ୭୫ ମିନିଟ ଲଢ଼େଇକୁ ମନେପକାଇଲେ

ଇଂରେଜ ପୋଲିସ୍ ଖବର ପାଇ ପାଞ୍ଚ ଜଣଙ୍କୁ ଗିରଫ କରିବାକୁ ଆସିବା ବେଳେ ହୋଇଥିଲା ଘମାଘୋଟ ଲଢ଼େଇ । ଗୁରୁତର ଆହତ ହୋଇଥିବା ବାଘା ଯତୀନ ଇଂରେଜମାନଙ୍କ ଦ୍ୱାରା ସ୍ଥାପିତ ହସପିଟାଲରେ ଚିକିତ୍ସା ହେବାକୁ ମନା କରିଥିଲେ ।

ରକ୍ତତୀର୍ଥ ଚଷାଖଣ୍ଡର କାହାଣୀ: ବାଘା ଯତୀନ ଓ ସାଥୀଙ୍କ ୭୫ ମିନିଟ ଲଢ଼େଇକୁ ମନେପକାଇଲେ
ଚଷାଖଣ୍ଡରେ ଥିବା ବାଘା ଯତୀନଙ୍କ ଏକ ପ୍ରତିମୂର୍ତ୍ତି
  • News18 Odia
  • Last Updated: September 10, 2020, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଇଂରେଜ ଶାସକଙ୍କ ବିରୋଧରେ ଲଢ଼େଇ କରି ଛାତିରେ ଏକାଧିକ ଗୁଳି ବାଜିବା ପରେ ବି ଇଂରେଜମାନଙ୍କ ଦ୍ୱାରା ପରିଚାଳିତ ହସପିଟାଲରେ ଚିକିତ୍ସା ପାଇଁ ମନା କରିଦେଇଥିବା ବାଘା ଯତୀନଙ୍କୁ ତାଙ୍କ ପୁଣ୍ୟ ତିଥିରେ ମନେପକାଇଛି ରକ୍ତତୀର୍ଥ ଚଷାଖଣ୍ଡ ।

କଲିକତାର ରାଡ଼ାର ନାମକ ଏକ ଗୁଳିଗଳା କମ୍ପାନୀରୁ ଲୁଟ ଅଭିଯୋଗରେ ଯତୀନ ମୁଖାର୍ଜୀ ବା ବାଘା ଯତୀନ ଓ ତାଙ୍କ ସହଯୋଗୀ ଚିତ୍ତପ୍ରିୟ ଚୌଧୁରୀ, ନିରେନ ଦାସଗୁପ୍ତା, ମନୋରଞ୍ଜନ ସେନଗୁପ୍ତ ଓ ଜ୍ୟୋତିଷ ଚନ୍ଦ୍ର ପାଲଙ୍କୁ ଖୋଜୁଥିଲେ ଇଂରେଜ ପୋଲିସ । ବର୍ତ୍ତିବା ପାଇଁ ୧୯୧୫ ମସିହା ଅକ୍ଟୋବର ୯ ତାରିଖରେ ବାଲେଶ୍ୱର ଆସୁଥିବା ବେଳେ ଇଂରେଜମାନଙ୍କର କଡ଼ା ନଜରରୁ ଲୁଚିବା ପାଇଁ ରେମୁଣା ବ୍ଲକର ଚଷାଖଣ୍ଡ ଦେସୁଆଁ ପୋଖରୀ ନିକଟରେ ଆଶ୍ରୟ ନେଇଥିଲେ ଏହି ପାଞ୍ଚ ବନ୍ଧୁ ।

ଇଂରେଜ ପୋଲିସ୍‌ ଖବର ପାଇ ପାଞ୍ଚ ଜଣଙ୍କୁ ଗିରଫ କରିବାକୁ ଆସିବା ବେଳେ ହୋଇଥିଲା ଘମାଘୋଟ ଲଢ଼େଇ । ପ୍ରାୟ ୭୫ ମିନିଟ ଧରି ଚାଲିଥିଲା ଏହି ଲଢ଼େଇ । ଏଥିରେ ଚିତ୍ତପ୍ରିୟ ରାୟ ଚୌଧୁରୀ ସହୀଦ ହୋଇଥିଲେ । ବାଘା ଯତୀନଙ୍କ ଦେହରେ ବାଜିଥିଲା ଏକାଧିକ ଗୁଳି । ଉପାୟ ନ ପାଇ ତିନି ସାଥୀ ଆତ୍ମସମର୍ପଣ କରିଥିଲେ ଇଂରେଜମାନଙ୍କ ନିକଟରେ ।

ଚଷାଖଣ୍ଡରେ ଥିବା ବାଘା ଯତୀନ ଓ ତାଙ୍କ ସାଥୀମାନଙ୍କ ମୂର୍ତ୍ତି


ଗୁରୁତର ଆହତ ହୋଇଥିବା ବାଘା ଯତୀନ ଇଂରେଜମାନଙ୍କ ଦ୍ୱାରା ସ୍ଥାପିତ ହସପିଟାଲରେ ଚିକିତ୍ସା ଗ୍ରହଣ କରିବାକୁ ମନା କରିବା ପରେ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଦୁଇ ସାଥି ମନୋରଞ୍ଜନ ସେନଗୁପ୍ତ ଓ ନିରେନ୍ଦ୍ର ଦାସଗୁପ୍ତ ଙ୍କୁ ଫାଶୀ ଦିଆଯାଇଥିଲା ଓ ଜ୍ୟୋତିଷ ଚନ୍ଦ୍ର ପାଲଙ୍କୁ କଳାପାଣି କୁ ପଠାଯାଇଥିଲା । ଏବେ ଏହି ଅମର ବୀରଙ୍କର ବଳିଦାନ ଦିବସକୁ ପୁରିଛି ୧୦୫ ବର୍ଷ ।

ସୁନ୍ଦର ଗଛ ଓ ବାଘା ଯତୀନ ତଥା ତାଙ୍କ ସାଥୀମାନଙ୍କର ବୀରତ୍ୱଭରା ପ୍ରତିମୂର୍ତ୍ତି ସହିତ ଦେସୁଆଁ ପୋଖରୀର ନୀଳ ବର୍ଣ୍ଣର ଜଳ ଲୋକଙ୍କୁ ଟାଣିଆଣେ ରକ୍ତତୀର୍ଥ ଚଷାଖଣ୍ଡକୁ । ଏବେ ପରିତ୍ୟକ୍ତ ଓ ଭଗ୍ନ ଅବସ୍ଥାରେ ପହଞ୍ଚିଥିବା ଏହି ବିପ୍ଳବୀ ମାଟିର ପୁନରୁଦ୍ଧାର ପାଇଁ ଦାବି ବଢ଼ୁଛି ।

‘‘ବାଘା ଯତୀନଙ୍କ ବୀରତ୍ୱ ଆମ ଦେଶ ଜାତି ପାଇଁ ଗର୍ବ ଓ ଗୌରବ । ତାଙ୍କର ଲଢ଼େଇ ଇଂରେଜ ବିରୋଧରେ ଏକ ସ୍ୱର ଉତ୍ତୋଳନର ମାଧ୍ୟମ ହୋଇଥିଲା । ଜୀବନ ଓ ମୃତ୍ୟୁ ମଝିରେ ବାଘା ଯତୀନ ମୃତ୍ୟୁକୁ ବାଛିଥିଲେ । ହେଲେ ଶତ୍ରୁର ସାହାଯ୍ୟ ଓ ଉପକାର ଗ୍ରହଣ କରି ନ ଥିଲେ । ଯୁଗେ ଯୁଗେ ମହାନ ପୁରୁଷଙ୍କ ବୀରତ୍ୱ ଏଇ ଜାତି ମନେ ରଖିବ । ମାତ୍ର ବୀରତ୍ୱର ଏଇ ମାଟି ଚଷାଖଣ୍ଡର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରଶାସନ ତତ୍ପର ହେବା ଆବଶ୍ୟକ,’’ କହିଛନ୍ତି ଆଇନଜୀବୀ ମନୋଜ ନାୟକ ।

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁଆଜି ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

ବାଘା ଯତୀନ ଓ ତାଙ୍କର ଚାରି ବୀର ସାଥୀଙ୍କ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣା । ଚଳିତ ଥର କୋଭିଡ କଟକଣା ଭିତରେ ସାମାଜିକ ଦୁରତା ଭିତରେ ବାଘା ଯତୀନ ବଳିଦାନ ଦିବସ ପାଳିତ ହୋଇଛି । ‘‘ବାଘା ଯତୀନଙ୍କ ବୀରତ୍ୱ ଓ ଦେଶପ୍ରେମ ଯୁବପୀଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି,’’ କହିଛନ୍ତି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ।



ବାଘା ଯତୀନଙ୍କ ବଳିଦାନ ଦିବସରେ ରକ୍ତତୀର୍ଥ ଚଷାଖଣ୍ଡରେ କରାଯାଇଛି ବ୍ୟାପକ ଆୟୋଜନ । ସବୁ ବର୍ଷ ଭଳି ଚଳିତ ବର୍ଷା ଜାତୀୟ ପତାକା ଉତ୍ତୋଳନ କରିଥିଲେ ଜିଲ୍ଲାପାଳ । ଏହାପରେ ସହୀଦଙ୍କ ପ୍ରତିମୃତି ରେ ମାଲ୍ୟାର୍ପଣ ଓ ଗାର୍ଡ ଅଫ ଅନର ଦିଆଯାଇଥିଲା ସହିଦଙ୍କୁ । ବାଘା ଯତୀନ ସ୍ମୃତି କମିଟି ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ଓ ସହୀଦଙ୍କ ସ୍ମୃତିଚାରଣା କରିଥିଲେ । ଉପସ୍ଥିତ ଅତିଥିମାନେ ବାଘା ଯତୀନଙ୍କ ବୀରତ୍ୱ ମନେପକାଇବା ସହିତ ଆମ ସମାଜ ବିପ୍ଲବୀ ସହୀଦଙ୍କ ପାଇଁ ଗର୍ବିତ ବୋଲି କହିଥିଲେ ।
Published by: Anand Shankar Thankur Das
First published: September 10, 2020, 11:54 PM IST
corona virus btn
corona virus btn
Loading