ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମୃତ ମମିତାଙ୍କ ବ୍ଯାଗ ଓ ଜିନିଷକୁ ଚିହ୍ନଟ କଲେ ପରିବାର ଲୋକ; ହେଲେ ଏ ମୋବାଇଲ କାହାର

ମୃତ ମମିତାଙ୍କ ବ୍ଯାଗ ଓ ଜିନିଷକୁ ଚିହ୍ନଟ କଲେ ପରିବାର ଲୋକ; ହେଲେ ଏ ମୋବାଇଲ କାହାର

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗ, ପାଉଁଜି ଓ ସୁନା ଚେନକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ଏନେଇ ମମିତାଙ୍କ ବଡ଼ ବାପା ସୂଚନା ଦେଇଛନ୍ତି ।

ମୃତ ମମିତାଙ୍କ ବ୍ଯାଗ ଓ ଜିନିଷକୁ ଚିହ୍ନଟ କଲେ ପରିବାର ଲୋକ; ହେଲେ ଏ ମୋବାଇଲ କାହାର
ମମିତାଙ୍କ ବ୍ଯାଗକୁ ଚିହ୍ନଟ କରିଛନ୍ତି ତାଙ୍କ ମା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 24, 2021, 2:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲାଙ୍ଗିର: ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗ, ପାଉଁଜି ଓ ସୁନା ଚେନକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏସବୁ ଜିନିଷ ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି।

ଅନ୍ୟ ତିନି ହଳ ଡ୍ରେସ ତାଙ୍କ ଝିଅର ନୁହେଁ ବୋଲି ମମିତାଙ୍କ ମା କହିଛନ୍ତି। ଯେଉଁ ମୋବାଇଲ କଥା ଉଠିଥିଲା ତାହା ମମିତାଙ୍କର ନୁହେଁ ବୋଲି ସେ କହିଛନ୍ତି। ଏହା କାହାର ମୋବାଇଲ ସେ ଜାଣିନଥିବା କହିଛନ୍ତି। ସେହିପରି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ରାଧେର ଘରୁ ମିଳିଥିବା ବ୍ୟାଗକୁ ନେଇ ସନ୍ଦେହ ବଢ଼ିଥିଲା। ମିଳିଥିବା ବ୍ୟାଗଟି ମମିତାଙ୍କ ବୋଲି ଚର୍ଚ୍ଚା ହେଉଥିଲା।

ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ରାଧେ ସ୍ତ୍ରୀ ପୋଲିସକୁ ଦେଇଥିଲା । ୩ ହଳ ମହିଳା ଡ୍ରେସ, ଗୋଟିଏ ମୋବାଇଲ, ମୋବାଇଲ ଚାର୍ଜର ଓ କିଛି ଔଷଧ ଇତ୍ୟାଦି ଏହି ବ୍ଯାଗର ମିଳିଥିଲା। ମୋବାଇଲଟି ମମିତାଙ୍କର ହୋଇଥିବା ସନ୍ଦେହ କରାଯାଉଥିଲା। ହେଲେ ମୋବାଇଲ୍‌ଟି ମମିତାଙ୍କର ନୁହେଁ ବୋଲି ତାଙ୍କ ମାଆ କହିଛନ୍ତି।

ମମିତା ମେହେର ହତ୍ୟା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଲିସ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ତେବେ ଆଜି ତାକୁ କୋର୍ଟରେ ହାଜର କରାଯିବ ନାହିଁ। ଶେଷ ଦିନରେ ପୋଲିସ ପଚରାଉଚରା କରି ଅଧିକ ତଥ୍ୟ ବାହାର କରିବାକୁ ଯୋଜନା ରଖିଛି। ଆସନ୍ତାକାଲି ତାକୁ ବଙ୍ଗମୁଣ୍ଡା ଏସଡିଜେମ କୋର୍ଟରେ ହାଜର କରାଯିବ।
Published by: Soumya Das
First published: October 24, 2021, 2:23 PM IST