ଋତୁପର୍ଣ୍ଣା ପଣ୍ଡାଙ୍କୁ ମିଳିଲା ସମ୍ମାନଜନକ ଏକଲବ୍ୟ ପୁରସ୍କାର ୨୦୨୧

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡ଼ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ପାଇଲେ ୨୦୨୧ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର । ଆହୁରି ମଧ୍ଯ ଅନ୍ତର୍ଜାତୀୟ ସାଇକେଲଚାଳିକା ଶ୍ୱାସ୍ତି ସିଂ ଓ ଫୁଟବଲ ତାରକା ପ୍ୟାରୀ ଖାଖାଙ୍କୁ ଉପଢୌକନ ଓ ମାନପତ୍ର ସହିତ ୫୦ ହଜାର ଟଙ୍କାର ପୁରସ୍କାର ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

ଏକଲବ୍ୟ ପୁରସ୍କାର ପାଇଲେ ବ୍ୟାଡ଼ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା (ପ୍ରତୀକାତ୍ମକ ଛବି)

ଏକଲବ୍ୟ ପୁରସ୍କାର ପାଇଲେ ବ୍ୟାଡ଼ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର:  ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡ଼ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ପାଇଲେ ୨୦୨୧ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ପୁରସ୍କାର ବାବଦରେ ଉପଢୌକନ ଓ ମାନପତ୍ର ସହିତ ୫ ଲକ୍ଷ ଟଙ୍କାର ପୁରସ୍କାର ବାବଦ ଅର୍ଥ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ସାଇକେଲଚାଳିକା ଶ୍ୱାସ୍ତି ସିଂ ଓ ଫୁଟବଲ ତାରକା ପ୍ୟାରୀ ଖାଖାଙ୍କୁ ଉପଢୌକନ ଓ ମାନପତ୍ର ସହିତ ୫୦ ହଜାର ଟଙ୍କାର ପୁରସ୍କାର ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ଅବସରରେ ଓଡ଼ିଶାର କ୍ରୀଡ଼ାବିତ୍ ଆଗକୁ ଜାତୀୟସ୍ତରରେ ଅଧିକ ସଫଳତା ପାଇବେ ବୋଲି ଆଶାପ୍ରକଟ କରିଥିଲେ ରାଜ୍ୟପାଳ । .

ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଆଗକୁ ଚାଲିଲେ ସଫଳତା ନିଶ୍ଚିତ ମିଳିଥାଏ। ହୁଏତ ରାସ୍ତାରେ ଅନେକ ବାଧାବିଘ୍ନ ଆସିପାରେ, କିନ୍ତୁ ଶେଷରେ ସଫଳତା ହିଁ ପ୍ରାପ୍ୟ ହେବ। ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ବା ଇମ୍ପାକ୍ଟ ପକ୍ଷରୁ ଆୟୋଜିତ ୨୯ତମ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଏହି ମତ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବା ସହିତ ଜାତୀୟସ୍ତରରେ ଓଡ଼ିଶାର କ୍ରିଡ଼ାବିତ୍‌ଙ୍କୁ ଅଧିକ ସଫଳତା ହାସଲ କରିବା ପାଇଁ ଉତ୍ସାହ ଦେବା ଲକ୍ଷ୍ୟରେ ଇମ୍ପାକ୍ଟ ପକ୍ଷରୁ ୧୯୯୩ ମସିହାରୁ ଆୟୋଜିତ ହୋଇଆସୁଛି ଏକଲବ୍ୟ ପୁରସ୍କାର ଉତ୍ସବ ।

ଇମ୍ପାକ୍ଟ ଅଧିକାରୀ କିଶୋର ମହାନ୍ତି କହିଛନ୍ତି,"ଦୀର୍ଘ ୨୯ ବର୍ଷ ହେଲା ଉଦ୍ୟମ ହୋଇ ଆସୁଥିଲା ବେଳେ ଏଥିରେ ସ୍ଵତନ୍ତ୍ର ଜୁରୀ କମିଟି ଦ୍ୱାରା ନିରପେକ୍ଷ ଭାବେ ଏହି କ୍ରୀଡ଼ାବିତ ଚୟନ ହୋଇଆସୁଛି।

କାର୍ଯ୍ୟକ୍ରମରେ ବରିଷ୍ଠ ହକି ତାରକା ଦିଲିପ ତିର୍କି ଓ ପୂର୍ବତନ ସାଂସଦ ତଥା ଇମ୍ପାକ୍ଟର ଟ୍ରଷ୍ଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ । ବୈଜୟନ୍ତ ପଣ୍ଡା କହିଛନ୍ତି," ପୁରସ୍କାର ମାଧ୍ୟମରେ ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଏକଲବ୍ୟ ସମ୍ମାନ । ଏବେ ଏହା ଏକ ସମ୍ମାନଜନକ ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ଉତ୍ସାହଜନକ ପୁରସ୍କାରରେ ପରିଣତ ହୋଇଛି"।

କାର୍ଯ୍ୟକ୍ରମରେ ୨୦୨୧ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଥିବା ଋତୁପର୍ଣ୍ଣା ପଣ୍ଡା କହିଛନ୍ତି," ଏଭଳି ପୁରସ୍କାର ଓ ସମ୍ମାନ ସବୁ କ୍ରୀଡ଼ାବିତ୍‌ଙ୍କ ଉପ୍‌ସିତ ଲକ୍ଷ୍ୟ । ତେଣୁ ଏହି ପୁରସ୍କାର ପାଇଁ ସେ ଉତ୍ସାହିତ । ଆଗକୁ ବ୍ୟାଡ଼ମିଂଟନରେ ଅଧିକ ସଫଳତା ପାଇବାକୁ ଅଭ୍ୟାସ ଜାରି ରଖିବେ"।
Published by:Soumya Das
First published: