ବଚନସୁଧା ହତ୍ୟା ମାମଲାରେ ଆଜୀବନ ଜେଲ୍ ଆଦେଶକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତି ଚାଲିଛି

ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଅଧିକାଂଶ ଅଭିଯୋଗ ପ୍ରମାଣିତ ହୋଇ ପାରି ନ ଥିଲା ବୋଲି ତାଙ୍କ ଓକିଲ କହୁଥିବା ବେଳେ ଅଭିଯୁକ୍ତ ଯେ ହତ୍ୟା କରିଥିଲେ ସେଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ସରକାରୀ ଓକିଲ ।

ବଚନସୁଧା ହତ୍ୟା ମାମଲାରେ ଆଜୀବନ ଜେଲ୍ ଆଦେଶକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତି ଚାଲିଛି
ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ କୋର୍ଟ
  • News18 Odia
  • Last Updated: March 21, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବହୁଚର୍ଚ୍ଚିତ ବଚନସୁଧା ହତ୍ୟାକାଣ୍ଡ ଘଟଣାରେ ଆଜୀବନ କାରାଦଣ୍ଡ ସଜା ପାଇଥିବା ମୁଖ୍ୟ ଅଭିଯୁକ୍ତ ଦୀପ୍ତି ରଞ୍ଜନ ପଟ୍ଟନାୟକ ନିଜ କୃତକର୍ମ ପାଇଁ ଅନୁତପ୍ତ ନୁହଁନ୍ତି । ତାଙ୍କ କହିବା କଥା ଯେ ସେ କୌଣସି ହତ୍ୟା କରି ନାହାଁନ୍ତି । ଉଚ୍ଚ ନ୍ୟାୟାଳୟରୁ ନ୍ୟାୟ ପାଇବେ ବୋଲି ସେ ଆଶା ରଖିଛନ୍ତି ।

‘‘କୌଣସି ହତ୍ୟା ଘଟଣାରେ ସଂପୃକ୍ତ ନ ଥାଇ ବି ଦୀପ୍ତି ରଞ୍ଜନ ପଟ୍ଟନାୟକ ଓ ତାଙ୍କ ପରିବାରକୁ ବାରମ୍ବାର କୋର୍ଟ-କଚେରୀର ଚକ୍କର୍‌ କାଟିବାକୁ ପଡୁଛି । ଆମେ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଛୁଁ । ଆଶା ଆଛି ଉଚ୍ଚ ନ୍ୟାୟାଳୟ ଆମ ଆବେଦନ ଶୁଣିବେ ଓ ମୋ’ ମହକିଲଙ୍କୁ ନ୍ୟାୟ ମିଳିବ,’’ କହିଛନ୍ତି ଦୀପ୍ତି ରଞ୍ଜନଙ୍କ ଓକିଲ ସୁବଳ କିଶୋର ପରିଡ଼ା ।

ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି କୋବିନ୍ଦ ବର୍ଷର ହୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା

ରସୁଲଗଡ଼ ଅଞ୍ଚଳରେ ୨୦୧୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଘଟିଥିବା ବଚନସୁଧା ହତ୍ୟାକାଣ୍ଡ ଘଟଣାରେ ଗତ ଗୁରୁବାର ଦିନ ଅଭିଯୁକ୍ତ ହତ୍ୟା ଅଭିଯୁକ୍ତ ଦିପ୍ତୀ ରଞ୍ଜନ ପଟ୍ଟନାୟକକୁ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ କୋର୍ଟ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲା । ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରୁଥିବା ଦୀପ୍ତି ରଞ୍ଜନଙ୍କୁ ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ ଏହି ଦଣ୍ଡ ଦିଆଯାଇଛି ବୋଲି କହିଥିଲେ କୋର୍ଟ । ପଟ୍ଟନାୟକଙ୍କ ନାମରେ ଆଇପିସିର ଦଫା ୩୦୨, ୪୫୪ ଓ ୩୯୪ ଅଧୀନରେ କେସ୍‌ ରୁଜୁ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଅଚାନକ WhatsApp, ଫେସବୁକ୍ ଇନଷ୍ଟାଗ୍ରାମ୍ ସେବା ବିଶ୍ୱ ସାରା ଡାଉନ୍ ହେଲା; ପୁଣି ଠିକ୍ ହୋଇଗଲା

ସଜାପ୍ରାପ୍ତ ଦିପ୍ତୀ ରଞ୍ଜନଙ୍କ ଓକିଲ କହିଛନ୍ତି ଯେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ସେ ଖୁବ୍‌ ଶୀଘ୍ର ହାଇ କୋର୍ଟଙ୍କ ଦ୍ୱାରସ୍ଥ ହେବେ । ‘‘ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ ଯଦିଓ ଏହି ଘଟଣାରେ ଶୁଣାଣି କରିବା ସହିତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି, ତଥାପି ଉଚ୍ଚ ନ୍ୟାୟାଳୟ ଉପରେ ଆମର ଭରସା ଅଛି । ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ମୋ’ ମହାକିଲଙ୍କ ବିରୋଧରେ ଅଧିକାଂଶ ଅଭିଯୋଗ ପ୍ରମାଣିତ ହୋଇ ପାରି ନ ଥିଲା । ଅବଶ୍ୟ ଆମ ପଟୁ କିଛି ବିଚ୍ୟୁତି ବି ଥିଲା। କିନ୍ତୁ ଏହି ଘଟଣାରେ ଆମେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବୁ । ବିସ୍ତୃତ ତଥ୍ୟ ମାନ୍ୟବର କୋର୍ଟଙ୍କ ସାମ୍ନାରେ ରଖିବୁ । ଆଶା ଅଛି ଆମକୁ ଉଚ୍ଚ କୋର୍ଟରେ ନ୍ୟାୟ ମିଳିବ,’’ କହିଛନ୍ତି ସୁବଳ କିଶୋର ପରିଡ଼ା ।

ଏହା ବି ପଢ଼ନ୍ତୁ |ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ନ୍ତୁ ନାହିଁ’: ମହିଳା ଫ୍ୟାନ୍ମାନଙ୍କୁ ନୀନା ଗୁପ୍ତାଙ୍କ ଉପଦେଶ

ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା ଓ ଶରତ ଚନ୍ଦ୍ର ସାମନ୍ତ କହିଛନ୍ତି ଯେ ଏହି ମାମଲାରେ ମୋ’ଟ ୧୮ ଜଣ ସାକ୍ଷୀ ଓ ମିଳିଥିବା ସାମଗ୍ରୀକୁ ଅନୁଧ୍ୟାନ କରି କୋର୍ଟ ହତ୍ୟାକାରୀ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଥିଲେ । ୨୦୧୩ ମସିହାର ଘଟିଥିବା ଏହି ହତ୍ୟାକାଣ୍ଡରେ ରାୟ ଆସିବାକୁ ଆଠ ବର୍ଷ ଲାଗିଯାଇଥିଲା ।



‘‘ଦିପ୍ତୀ ରଞ୍ଜନ ଚୋରି କରିବା ଉଦ୍ଦେଶ୍ୟ ନେଇ ହତ୍ୟା ଘଟଣା ଭିଆଇଥିଲା । ଏହି ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇଥିଲା । ସଜାପ୍ରାପ୍ତ ଅଭିଯୁକ୍ତ ଯେ ହତ୍ୟା କରିଛି ସେଥିରେ କୌଣସି ସନ୍ଦେହର ଅବକାଶ ନ ଥିଲା,’’ କହିଛନ୍ତି ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା ।
Published by: Anand Shankar Thankur Das
First published: March 21, 2021, 11:53 PM IST