ମୟୂରଭଞ୍ଜ: ମାସକର ଶିଶୁ ପୁତ୍ରକୁ ମା’ କୋଳରୁ ଛଡ଼ାଇ ନେଲା, ₹୧,୧୦୦ ଦେଲା, ତା’ ପରେ ବିକିଦେଲା

Man snatches baby from Mayurbhanj mother, sells it; 3 arrested | ଅସୁସ୍ଥ ଥିବା ଶିଶୁଟିକୁ ଧରି ତା’ ମା’ ଚାଲି ଚାଲି ହସପିଟାଲକୁ ଆସୁଥିବା ବେଳେ ବାଟରେ ତାଙ୍କୁ ଅଟକାଇଥିଲା ଦଲାଲ । ଶିଶୁକୁ ବିକିବେ ନାହିଁ ବୋଲି ମା’ କହିଲେ ବି ଦଲାଲ ମାନିବାକୁ ରାଜି ନ ଥିଲା ।

ହସପିଟାଲରେ ନିଜ ଶିଶୁ ସହ ମାଳତୀ ଦିଗାଲ; (ଡାହାଣ) ଗିରଫ ହୋଇଥବା ଦମ୍ପତି

ହସପିଟାଲରେ ନିଜ ଶିଶୁ ସହ ମାଳତୀ ଦିଗାଲ; (ଡାହାଣ) ଗିରଫ ହୋଇଥବା ଦମ୍ପତି

  • Share this:
News18 Odia Digital

ବାରିପଦା: ଟଙ୍କା ପାଇଁ ଜଣେ ଦଲାଲ୍‌ ବଡ଼ ନିର୍ଦ୍ଦୟ ଭାବେ ଜଣେ ମା’ର କୋଳରୁ ତା’ ମାସକପ ଶିଶୁ ପୁତ୍ରକୁ ଛଡ଼ାଇ ନେଇ ବିକିଦେଇଛି । ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ଏମିତି ପିଲା ବିକ୍ରି ଅଭିଯୋଗ ଆସିବା ପରେ ପୋଲିସ ସକ୍ରିୟତା ଦେଖାଇ ସେହି ଶିଶୁ ପୁତ୍ର ଜବତ କରିଛି ଓ ତାକୁ କିଣିଥିବା ଦମ୍ପତି ଏବଂ ବିକିଥିବା ଦଲାଲକୁ ଗିରଫ କରିଛି ।

ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍ଖଭଙ୍ଗା ଗାଁର ବାସିନ୍ଦା ମାଳତୀ ଦିଗାଲ ରବିବାର ଦିନ ନିଜ ମାସକର ଶିଶୁ ପୁତ୍ରକୁ ହସପିଟାଲକୁ ନେଇ ଯାଉଥିବା ବେଳେ ବାଟରେ ତପନ ଦଣ୍ଡପାଟ ନାମକ ଦଲାଲ୍‌ ତାଙ୍କଠାରୁ ଶିଶୁଟିକୁ ଛଡ଼େଇ ନେଇଥିଲା । କାନ୍ଦି କାନ୍ଦି ଖାଲି ହାତରେ ଥାନାରେ ପହଞ୍ଚି ଏହି ଘଟଣା ବଷୟରେ ଅଭିଯୋଗ କରିଥିଲେ ମାଳତୀ । ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଓ ଦଲାଲକୁ ଚିହ୍ନଟ କରି ରାଇରାଙ୍ଗପୁରରେ ସେହି ଶିଶୁଟିକୁ କିଣିଥିବା ଏକ ଦମ୍ପତିଙ୍କୁ ଠାବ କରି ଶିଶୁଟିକୁ ଉଦ୍ଧାର କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩ଟି ଅଲିମ୍ପିକ୍ Gold ବିଜୟିନୀ ଆଥଲେଟ୍ କହିଲେ ସେ ମ୍ୟାଚ୍ ପୂର୍ବରୁ Sex କରନ୍ତି, କାରଣ ସଫଳତା ମିଳେ

‘‘ମୋ’ ପୁଅ ଦେହ ଭଲ ନ ଥିବାରୁ ମୁଁ ତାକୁ ହସପିଟାଲକୁ (ଶିରସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର) ଆଣୁଥିଲି । ମୁଁ ତାକୁ ଧରି ଚାଲି ଚାଲି ଆସୁଥିବା ବେଳେ ସେ (ଦଲାଲ ତପନ ଦଣ୍ଡପାଟ) ମୋତେ ଅଟକାଇଲା ଓ ପିଲାଟିକୁ ତାକୁ ଦେଇଦେବାକୁ କହିଲା । ମୁଁ ମନା କଲି । ହେଲେ ସେ ମୋ’ ହାତରେ ୧,୧୦୦ ଟଙ୍କା ଗୁଞ୍ଜି ଦେଲା ଓ ମୋ’ ପୁଅକୁ ମୋ’ଠୁ ଛଡ଼େଇ ନେଲା । ସେ ସାଙ୍ଗେ ସାଙ୍ଗେ ଗୋଟେ ଗାଡ଼ିରେ ସେଠୁ ପଳେଇଗଲା,’’ କହିଛନ୍ତି ମାଳତୀ ଦିଗାଲ ।

ଦଲାଲ ତପନ ଦଣ୍ଡପାଟ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | କାବୁଲ ଏୟାରପୋର୍ଟରେ କୁନି ଝିଅକୁ US UK ସୈନ୍ୟମାନଙ୍କୁ ଦିଆଯାଉଥିବାର ଭାଇରାଲ୍ VIDEO

ମାଳତୀ ସେହି ଦଲାଲକୁ ପୂର୍ବରୁ ଜାଣି ନ ଥିଲେ ବୋଲି କହିଛନ୍ତି । ଝାରପୋଖରିଆ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଦଲାଲ ତପନ ଦଣ୍ଡପାଟ ଗୋଟିଏ ପିଲାକୁ ପାଇବା ପାଇଁ ଅନେକ ଦିନରୁ ଅପେକ୍ଷା କରିଥିଲା ଓ ମାଳତୀକୁ ଏକା ଦେଖି ସେ ଏହି ଅପରାଧ କରିଥିଲା । ମାସକର ଶିଶୁ ପୁତ୍ରକୁ ସେ ମାତ୍ର ୨,୦୦୦ ଟଙ୍କାରେ ବିକ୍ରି କରିଦେଇଥିବା ପୋଲିସକୁ କହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ଅଳିଆ ଗୋଟାଉଥିବା ମହିଳା ଇଂରାଜୀ କହିବା ଆରମ୍ଭ କଲେ, ବଡ଼ ସତ ସାମନାକୁ ଆସିଲା

ରାଇରାଙ୍ଗପୁରର ଦମ୍ପତି ପ୍ରହ୍ଲାଦ ପ୍ରତିହାରୀ ଓ ଲିଜା ପ୍ରତିହାରୀ ଦଲାଲ ତପନ ଦଣ୍ଡପାଟଠାରୁ ଶିଶୁ ପୁତ୍ରଟିକୁ କିଣିଥିଲେ । ପୋଲିସ ସେ ଦୁହିଁଙ୍କୁ ବି ଗିରଫ କରିଛି । ସୋମବାର ଦିନ ତିନି ଜଣ ଆସାମୀଙ୍କୁ ପଚରାଉଚରା କରିବା ପରେ କୋର୍ଟରେ ହାଜର କରାଯାଇଥିଲା ଓ ଜେଲ୍‌ ହାଜତକୁ ପଠେଇଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ | ହଠାତ୍ ଅସୁସ୍ଥ ହୋଇପଡ଼ିଲେ Olympics ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା; ହସପିଟାଲରେ ଭର୍ତ୍ତି କରାଗଲା

ଏହି ଘଟଣା ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ପୋଲିସର ସକ୍ରିୟତା ଯୋଗୁଁ ଶିଶୁ ପୁତ୍ରଟି ଉଦ୍ଧାର ହୋଇ ତା’ ମା’ ନିକଟକୁ ଫେରିଆସିଥିବାରୁ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।



ଶିଶୁଟକୁକୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲର ପେଡିଆଟ୍ରିକ୍ ଆଇ.ସି.ୟୁ.ରେ ଭର୍ତ୍ତି କରାଯାଇଛି । ତା’ ପାଖରେ ଥିବା ତା’ ମା’ ମାଳତୀ ଦିଗଲ ପୋଲିସକୁ ଅଶେଷ ଧନ୍ୟବାଦ ଜଣେଇଛନ୍ତି ।
Published by:Anand S.T. Das
First published: