ଚେନ୍ନାଇରୁ ଭୁବନେଶ୍ୱର ଫେରୁଛନ୍ତି ବାବୁସାନ! ସାମ୍ନାକୁ ଆସିଲା ଏୟାରପୋର୍ଟ ଭିଡ଼ିଓ

ଚେନ୍ନାଇ ଏୟାରପୋର୍ଟର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ବାବୁସାନ ଦେଖାଯାଉଛନ୍ତି। ସେ ଚେନ୍ନାଇରୁ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି ବୋଲି ସୂଚନା ମିଳିଛି।

ଚେନ୍ନାଇରୁ ଭୁବନେଶ୍ୱର ଫେରୁଛନ୍ତି ବାବୁସାନ

ଚେନ୍ନାଇରୁ ଭୁବନେଶ୍ୱର ଫେରୁଛନ୍ତି ବାବୁସାନ

  • Share this:
News18 Odia Digital

ବାବୁସାନ ଗାୟବ ହୋଇଯାଇଥିବା ଖବର ବେଶ ଚର୍ଚ୍ଚା ହେଉଛି । ଏସବୁ ଭିତରେ ଚେନ୍ନାଇ ଏୟାରପୋର୍ଟର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ବାବୁସାନ ଦେଖାଯାଉଛନ୍ତି। ସେ ଚେନ୍ନାଇରୁ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି ବୋଲି ସୂଚନା ମିଳିଛି।

ଚେନ୍ନାଇରୁ ଫେରିବା ପରେ ବାବୁସାନ ଓ ପ୍ରକୃତି ଥାନାରେ ହଜାର ହେବା ନେଇ ପୋଲିସ ତରଫରୁ ଉଭୟଙ୍କୁ ନୋଟିସ ହୋଇଥିଲା। ଅନ୍ୟପଟେ ଆଜି ଚେନ୍ନାଇରୁ ଫେରିବା ପରେ ପ୍ରକୃତିଙ୍କ ଘରେ ପହଞ୍ଚି ଥିଲା ପୋଲିସ। ପ୍ରକୃତିଙ୍କ ବୟାନ ମଧ୍ୟ ରେକର୍ଡ଼ ହୋଇଛି। ପୋଲିସକୁ ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇସାରିଛନ୍ତି । ଘଟଣାସ୍ଥଳରେ ଆମେ ଉପସ୍ଥିତ ନଥିବାରୁ ଅଭିଯୋଗ ଦାୟର କରିଥିଲୁ ବୋଲି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ପ୍ରତିକ୍ରିୟା ରଖିଥିଲେ ।
Published by:Soumya Das
First published: