ବାବୁସାନଙ୍କୁ ଘାରିଛି ଗିରଫଦାରୀର ଭୟ; ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ହେଲେ ଦ୍ୱାରସ୍ଥ

ବାବୁସାନ ବୁଧବାର ଦିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ତୃପ୍ତିଙ୍କ ଅଭିଯୋଗକ୍ରମେ ବାବୁସାନଙ୍କ ବିରୁଦ୍ଧରେ ଆଇପିସିର ଧାରା 498 (A) ଘରୋଇ ହିଂସା ଓ 506 ଧମକ ଦେବା ଏକ ମାମଲା ରୁଜୁ ହୋଇଛି ।

ବାବୁସାନ୍  (ପ୍ରତୀକାତ୍ମକ ଛବି)

ବାବୁସାନ୍ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Bail Hongal (Bailhongal)
  • Share this:
News18 Odia Digital

କଟକ: ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଅଭିନେତା ବାବୁସାନଙ୍କୁ ଏବେ ଘାରିଛି ଗିରଫଦାରୀର ଭୟ । ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିନେତା ବାବୁସାନ ମହାନ୍ତି। ବାବୁସାନ ବୁଧବାର ଦିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ବାବୁସାନ ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ହୋଇଥିବା ମାମଲା ଗିରଫଦାରୀର ସମ୍ଭାବନା ରହିଛି। ତାଙ୍କ ସ୍ବାମୀଙ୍କ ଦ୍ବାରା ତୃପ୍ତି ନିର୍ଯ୍ୟାତିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ବାବୁସାନ ତାଙ୍କୁ ଧମକ ଚମକ ଦେଉଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଫଳସ୍ବରୂପ ପୋଲିସ ବାବୁସାନଙ୍କ ବିରୁଦ୍ଧରେ ଆଇପିସିର ଧାରା 498 (A) ଘରୋଇ ହିଂସା ଓ 506 (ଧମକ ଦେବା)ରେ ଏକ ମାମଲା ରୁଜୁ କରିଛି ।

"ବାବୁସାନଙ୍କ ପତ୍ନୀ ତାଙ୍କ ବିରୁଦ୍ଧରେ ଯେଉଁ ମାମଲା ରୁଜୁ କରିଛନ୍ତି ସେହି ମାମଲାକୁ ନେଇ ସେ ହାଇକୋର୍ଟର ଆଗୁଆ ଜାମିନ ଆବେଦନ କରିଛନ୍ତି । ପୋଲିସ ଯଦି ପଚରା ଉଚରା ପାଇଁ ତାଙ୍କୁ ଡାକେ ତେବେ ସେ ପୋଲିସକୁ ସହଯୋଗ କରିବା ପାଇଁ ମୁଁ ତାଙ୍କୁ ପରାମର୍ଶ ଦେଇଛି," କହିଛନ୍ତି ବାବୁସାନଙ୍କ ଓକିଲ ଧରଣୀଧର ନାୟକ ।

ଆଇପିସିର ଧାରା 506 ଜାମିନ ଯୁକ୍ତ ଥିବା ବେଳେ 498 (A) ଧାରାରେ ଜାମିନ ବିହୀନ ଓ ଏହି ଧାରାରେ ପୋଲିସ ପାଖରେ ଗିରଫଦାରୀର କ୍ଷମତା ଥିବାରୁ ଏହାକୁ ଦେଖି ବାବୁସାନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତେବେ ବାବୁସାନଙ୍କ ଦ୍ବାରା ହୋଇଥିବା ଏହି ଜାମିନ ଆବେଦନର ଶୁଣାଣି ଅତି କମରେ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିବ ବୋଲି ଜଣା ପଡ଼ିଛି । ସେପଟେ ବୁଧବାର ସନ୍ଧା ସୁଦ୍ଧା ଏହି ମାମଲାରେ ଥାନାରେ ହାଜର ହେବା ବାବୁସାନକୁ ପୋଲିସ ନୋଟିସ କରିନଥିବା ଜଣା ପଡିଛି । କିନ୍ତୁ କୌଣସି ସମୟରେ ପୋଲିସ ବାବୁସାନଙ୍କୁ ନୋଟିସ ଜାରି କରି ଜେରା କରିବା ପାଇଁ ଥାନାକୁ ଡ଼ାକି ପାରେ ବୋଲି ମଧ୍ୟ ଜଣା ପଡ଼ିଛି ।

ହାଇକୋର୍ଟର ଆଇନଜୀବୀ ବିଭୁତି ଚୌଧୁରୀଙ୍କ କହିବା ମୁତାବକ "498 (A) ଧାରାଟି ଜାମିନ ବିହୀନ ହୋଇଥିଲେ ମଧ୍ୟ ଏହି ଭଳି ମାମଲାରେ ଜାମିନ ମିଳିବା ଅନେକ ନଜିର ରହିଛି । ତେବେ ଏହି ମାମଲାରେ ବାବୁସାନଙ୍କୁ ଯେ ଗିରଫ ହେବାକୁ ପଡ଼ି ପାରେ ତାହା ମୁଁ କାହିଁ ଭାବି ପାରୁନାହିଁ" ।
Published by:Soumya Das
First published: