News18 Odia Digital
ବାଲେଶ୍ୱର: ୪୬ ବର୍ଷୀୟ କନେଷ୍ଟବଳ ବବିତାଙ୍କ ଖେଳର କମାଲ । ଜାତୀୟ ସ୍ତରରେ ୩୦୦୦ କିମି ଟ୍ରାକରେ ଦୌଡ଼ି ହାତେଇଛନ୍ତି ରୌପ୍ୟ ପଦକ । ତେବେ ବବିତାଙ୍କ ଖେଳକୁ ନେଇ ସବୁଠି ପ୍ରଶଂସା।
ବୟସ ୪୬ ହେଲେ ଖେଳରେ ମାତ ଦେଇ ଗୋଟିଏ ପରେ ଗୋଟିଏ ମେଡାଲ ହାସଲ କରୁଛନ୍ତି ବବିତା ପଣ୍ଡା । କନେଷ୍ଟବଳ ବବିତା ପଣ୍ଡା କୋର୍ଟ ପରିସରରେ ପୋଲିସ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି। ପରିବାର ଚଳାଇବା ଓ ପୋଲିସ ଚାକିରି କରିବା ମଧ୍ୟରେ ବବିତାଙ୍କ ଆଉ ଏକ ପରିଚୟ ହେଉଛି ସେ ଜଣେ ଭଲ କ୍ରୀଡ଼ାବିତ । ନିକଟରେ ଗୁଜରାଟ ସ୍ପୋର୍ଟ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ଫାଷ୍ଟ୍ ନେସନାଲ୍ ଓପନ୍ ମାଷ୍ଟର ଆଥଲେଟିକ୍ସ ଚମ୍ପିଆନସିପ୍ ୨୦୨୨ରେ ଆଥଲେଟ୍ ବବିତା ପଣ୍ଡା ହାସଲ କରିଛନ୍ତି ମେଡାଲ । ୩ ହଜାର ମିଟର ରେସ୍ ଓ୍ବାକ୍ରେ ଅଂଶଗ୍ରହଣ କରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ସେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୪୬ ବର୍ଷ ବୟସରେ ବି ସେ ଏଭଳି ରେସ୍ରେ ଭାଗ ନେବା ସହ ପଦକ ଜିତି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି ।
"ଗୁଜୁରାଟର ଭଦୋଦରାରେ ଏହି ଫାଷ୍ଟ୍ ନେସନାଲ୍ ଓପନ୍ ମାଷ୍ଟର ଆଥଲେଟିକ୍ସ ଚମ୍ପିଆନସିପ୍ ୨୦୨୨ ଆୟୋଜିତ ହୋଇଥିଲା । ଜୁନ୍ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଷ୍ଟ୍ ନେସନାଲ୍ ଓପନ୍ ମାଷ୍ଟର ଆଥଲେଟିକସ୍ ଚମ୍ପିଆନସିପ୍ ୨୦୨୨ ଆୟୋଜିତ ହୋଇଥିବାବେଳେ ଏଥିରେ ମୋଟ ୭ ହଜାର ଆଥ୍ଲେଟ ଭାଗ ନେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ବାଲେଶ୍ବରରୁ ଏକମାତ୍ର ଆଥଲେଟ୍ ଭାବରେ ମୁଁ ଏହି ଚମ୍ପିଆନସିପ୍ରେ ଭାଗ ନେଇଥିଲି । ତେବେ ଖାଲି ଫାଷ୍ଟ୍ ନ୍ୟାସନାଲ ଓପନ୍ ମାଷ୍ଟର ଆଥଲେଟିକସ୍ ଚମ୍ପିଆନସିପ୍ ନୁଁହେ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ମୁଁ ମେଡାଲ ହାତେଇବାରେ ସଫଳ ହୋଇଛି,"କହିଛନ୍ତି ବବିତା।
"ଜଣେ ଦାୟିତ୍ବବାନ ପୋଲିସ କର୍ମଚାରୀ ଭାବରେ ସେ ନିଜର କାର୍ଯ୍ୟ କରିବା ସହିତ ଖେଳ ପ୍ରତି ସମୟ ବାହାର କରି ସଫଳ ହେବାକୁ ନେଇ ତାଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯିବ," କହିଛନ୍ତି ଏସ୍ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।
ଆନ୍ତର୍ଜାତୀୟ ସ୍ତରରେ ଖେଳି ମେଡାଲ ଆଣିବା ବବିତାଙ୍କର ଇଚ୍ଛା। ତେବେ ଏନେଇ ସେ ଅଭ୍ୟାସ ମଧ୍ୟ ଜାରି ରଖିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।