Baba Bageshwar: ବିଜ୍ଞାନ ନା ହାତ ସଫେଇ! ସତରେ କିଛି ଚମତ୍କାରିତା କରୁଛନ୍ତି କି ବାବା ବାଗେଶ୍ୱର?

Baba Balia: ବାଗେଶ୍ବର ବାବାଙ୍କ ଚମତ୍କାରିତାକୁ ନେଇ ପ୍ରଶ୍ନ ଉଠାଇଲେ ବାବା ବଳିଆ !

Baba Balia: ବାଗେଶ୍ବର ବାବାଙ୍କ ଚମତ୍କାରିତାକୁ ନେଇ ପ୍ରଶ୍ନ ଉଠାଇଲେ ବାବା ବଳିଆ !

Baba Balia: ବାଗେଶ୍ବର ବାବାଙ୍କ ଚମତ୍କାରିତାକୁ ନେଇ ପ୍ରଶ୍ନ ଉଠାଇଲେ ବାବା ବଳିଆ !

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Baba Balia On Baba Bageshwar: ରାମ କଥା ସୁନ୍ଦର, ହନୁମାନ ତତ୍ତ୍ୱ ସୁନ୍ଦର। ହନୁମାନ କିଏ ବୋଲି ଧୀରେନ୍ଦ୍ର କୃଷ୍ଣ ତଥା ବାବା ବାଗେଶ୍ୱରଙ୍କୁ ପ୍ରଶ୍ନ କରିଛନ୍ତି ବାବା ବଳିଆ।

ବାବା ବାଗେଶ୍ୱରଙ୍କୁ ନେଇ ବେଶ କିଛି ଦିନ ହେବ ଆଲୋଚନା ଜୋର ଧରିଛି। ନିଜର କଥା ଓ ଚମତ୍କାରିତା ପାଇଁ ଖ୍ୟାତି ଅର୍ଜନ କରିଥିବା ବାବା ବାଗେଶ୍ୱର ତଥା ଧୀରେନ୍ଦ୍ର କୃଷ୍ଣ ନିକଟରେ ବିବାଦକୁ ମଧ୍ୟ ଆସିଛନ୍ତି। ତାଙ୍କୁ ନେଇ ଅନେକ ମହଲରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ଏହାରି ଭିତରେ ବାବା ବଳିଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି।

ଯଦି ତାଙ୍କୁ କିଛି ହନୁମାନଙ୍କ କୃପା ମିଳିଛି ତାହେଲେ ପ୍ରଚାର ନକରି ଗୁପ୍ତରେ ରଖନ୍ତୁ। ତାଙ୍କ ପ୍ରବଚନ ଭଲ ଲାଗୁ ନାହିଁ। କିନ୍ତୁ ଚମତ୍କାରିତା ପାଇଁ ଲକ୍ଷ ଲକ୍ଷ ଲୋକ ତାଙ୍କ ଦରବାରରେ ଉପସ୍ଥିତ ହେଉଛନ୍ତି। ବାବା କର୍ଣ୍ଣପିଶାଚି ମାଧ୍ୟମରେ ଲୋକଙ୍କ ମନ କଥା ପଢୁଥାଇ ପାରନ୍ତି। ସଭା ମଧ୍ୟରେ ତାଙ୍କର ୨-୪ଜଣ ଲୋକ ଉପସ୍ଥିତ ଥାଇ ପାରନ୍ତି। ଯେଉଁମାନେକି ବାବାଙ୍କ ବାବଦରେ ପୂର୍ବରୁ ଜାଣି ଥାଇ ପାରନ୍ତି। ନିଜର ଚମତ୍କାରିତା ପ୍ରମାଣ କରିବା ପାଇଁ ବାବା ସେମାନଙ୍କୁ ଡାକୁଥିବେ ବୋଲି କହିଛନ୍ତି ବାବା ବଳିଆ।



ରାମ ଓ ହନୁମାନଙ୍କ ଶକ୍ତି ପାଇଥିବା ବ୍ୟକ୍ତି ପ୍ରଚାର କରିବା ଅନୁଚିତ। ରାମ ଓ ହନୁମାନଙ୍କ କଥା ଆଦର୍ଶକୁ ପ୍ରଚାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବାବା ବଳିଆ। ବାବାଙ୍କ ମତ ଅନୁସାରେ, ଯଦି ଜଣେ ବ୍ୟକ୍ତି ସୁସ୍ଥ ହେଉଛନ୍ତି ତେବେ ସେ ରାମ କିମ୍ବା ହନୁମାନଙ୍କ କୃପା ଯୋଗୁଁ ହେଉଥିବେ,ବାବା ବାଗେଶ୍ୱରଙ୍କ କୃପା ଯୋଗୁଁ ନୁହେଁ। ବାଗେଶ୍ୱର ଜଣେ ସାଧାରଣ ଦେହଧାରୀ ମଣିଷ ଓ ଗୁରୁ କୃପା ପାଇଥାଇପାରନ୍ତି"।

ସତରେ କେମିତି ଚମତ୍କାରିତା ହୁଏ ପ୍ରଶ୍ନର ଉତ୍ତରରେ ବାବା ବଳିଆ ନିଜର ଉଦାହରଣ ଦେଇଛନ୍ତି। ବାବା କହିଛନ୍ତି ମୁଁ ପ୍ରାର୍ଥନା ମାଧ୍ୟମରେ ଲୋକଙ୍କ ଦୁଃଖ ଭଗବାନଙ୍କ ପାଦରେ ସମର୍ପଣ କରୁଥିଲି। ଯିଏ ଯାହା ଅନୁଭବ କରୁଛି ତାହା ଗୁରୁ ଶିଷ୍ୟ ଭିତରେ ସୀମିତ ରହିବା ଉଚିତ। ମୁଁ ବି ପ୍ରଚାର କରେ କିନ୍ତୁ ବିଭିନ୍ନ ଢ଼ଙ୍ଗରେ, ଯେପରିକି ସମାଜ ସେବା, ଗଛ ଲଗାଇବା, ବନ୍ୟ ସୁରକ୍ଷା, ଦୁର୍ନୀତି ହଟାଓ, ମାଙ୍କୁ ସମ୍ମାନ। କର୍ମ କରି ବଡ଼ ହୁଅ। କର୍ମ ସବୁଠୁ ବଡ଼ ଚମତ୍କାରିତା। ବିଜ୍ଞାନ ଓ ଆଧ୍ୟାତ୍ମିକ ଗୋଟିଏ ସରଳ ରେଖାର ବିନ୍ଦୁ। ତେଣୁ ମୋ ପାଖକୁ ଯିଏ ଆସନ୍ତି ସେମାନଙ୍କୁ ତୁଳସୀ ଦିଏ ବୋଲି କହିଛନ୍ତି ବାବା ବଳିଆ।

ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିଷୟରେ ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି। କିଛି ଲୋକ ଅଭିଯୋଗ କରିଛନ୍ତି ଯେ, ସେ ଅନ୍ଧବିଶ୍ୱାସକୁ ଆଧାର କରି କାର୍ଯ୍ୟ କରୁଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ସେ ଲୋକଙ୍କ ଭାବନା ସହିତ ଖେଳୁଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପ୍ରତ୍ୟାଖ୍ୟାନ କରୁଛନ୍ତି ।
Published by:Soumya Das
First published: