Watch: ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ କଲେ PM ମୋଦି, ଦେଶକୁ ସମ୍ବୋଧିତ କଲେ

ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି । ତା’ପରେ ଦେଶବାସୀଙ୍କୁ ସେ ସମ୍ବୋଧିତ କରିଛନ୍ତି ।

ଭୂମିପୂଜନ ପରେ ଦେଶକୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି

ଭୂମିପୂଜନ ପରେ ଦେଶକୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି

  • Share this:
News18 Odia Digital

ଅଯୋଧ୍ୟା (ଉତ୍ତର ପ୍ରଦେଶ): ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ (Ayodhya) ଭୂମି ପୂଜନ (bhoomi pujan) କରିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଦେଶକୁ ସମ୍ବୋଧିତ କରୁଛନ୍ତି । ସେ କହିଛନ୍ତି ଯେ ଆଜିର ଦିନ ଏକ ଐତିହାସିକ ଦିନ । ଏହି ଭବ୍ୟ ମନ୍ଦିର ନିର୍ମାଣ ହେବା ପରେ ଏହି ସ୍ଥାନ ଦେଶରେ ସତ୍ୟ, ଅହିଂସା ଓ ଆସ୍ଥାର ପ୍ରତୀକ ଭାବେ ଠିଆ ହେବ ବୋଲି ସେ କହିଛନ୍ତି । (Narendra Modi speech in Ayodhya)

ଦେଖନ୍ତୁ ଅଯୋଧ୍ୟାରୁ ଲାଇଭ୍‌

Watch LIVE from Ayodhya







ମୋଦିଙ୍କ ସହ ଭାରତ ଓ ନେପାଳର ବହୁ ଧର୍ମ ଗୁରୁ ଓ ସାଧୁସନ୍ଥ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛନ୍ତି । ପ୍ରାୟ ୧୩୫ ଜଣ ସାଧୁ ଏହି କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ୧୭୫ ଜଣଙ୍କୁ ଭୂମି ପୂଜନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି ।

ପ୍ରଧାନ ମନ୍ତ୍ରୀ ପ୍ରଥମେ ହନୁମାନଗଡ଼ି ମନ୍ଦିରକୁ ଯାଇ ବଜରଙ୍ଗବଲୀଙ୍କ ଦର୍ଶନ କରିଥିଲେ। ତା’ ପରେ ଶ୍ରୀ ରାମ ଜନ୍ମଭୂମିରେ ଭଗବାନ ରାମଲାଲାଙ୍କର ପୂଜା କରିଥିଲେ ଓ ତା’ ପରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଭୂମି ପୂଜନ ସମାରୋହ ମଧ୍ୟାନ୍ନ ୧୨.୩୦ରେ ଆରମ୍ଭ ହୋଇ ୧୨.୪୫ରେ ଶେଷ ହେବ । ବିଶ୍ବ ହିନ୍ଦୁ ପରିଷଦର ପୂର୍ବତନ ମୁଖ୍ୟ ଅଶୋକ ସିଙ୍ଘଲଙ୍କ ପରିବାରର ସଦସ୍ୟ ପବନ ସିଙ୍ଘଲ ଓ ମହେଶ ଭାଗଚଣ୍ଡକା ଭୂମି ପୂଜନ ଉତ୍ସବରେ ମୁଖ୍ୟ ଜଜମାନ ଥିଲେ ।

ଅଯୋଧ୍ୟା ରାମଜନ୍ମଭୂମି ସ୍ଥଳରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି




ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୬ ଜଣ ଖାସ୍‌ ଅତିଥି ଉପସ୍ଥିତ ଥିଲେ । ପ୍ରଧାନ ମନ୍ତ୍ରୀଙ୍କ ସହ ମଞ୍ଚରେ ରହିବାକୁ ଥିବା ଲୋକଙ୍କ ଭିତରେ ସଙ୍ଘ ପ୍ରମୁଖ ମୋହନ ଭାଗବତ (RSS chief Mohan Bhagwat), ୟୁପିର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath), ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ, ଟ୍ରଷ୍ଟର ଉପାଧ୍ୟକ୍ଷ ଚମ୍ପତ ରାୟ ଓ ୟୁପିର ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲ୍‌ ମଧ୍ୟ ଥିଲେ ।



ଭୂମି ପୂଜନ ଉତ୍ସବ ପାଇଁ  ଅଯୋଧ୍ୟାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Published by:Anand Shankar Thankur Das
First published: