News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ଆକ୍ସିସ୍ ବ୍ୟାଙ୍କର (Axis Bank) ଗ୍ରାହକ, ତେବେ ଆପଣଙ୍କ ପାଇଁ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଏଣିକି ଆକ୍ସିସ୍ ବ୍ୟାଙ୍କରୁ ନଗଦ ଟଙ୍କା ଉଠାଇବା ମହଙ୍ଗା ହେବ । ବ୍ୟାଙ୍କ୍ ସେଭିଂ ଆକାଉଣ୍ଟରୁ (Savings Account) ନଗଦ ଟଙ୍କା ବାହାର କରିବା (cash withdrawal) ଓ ଏସ୍.ଏମ୍.ଏସ୍. ଚାର୍ଜ ବୃଦ୍ଧି କରିଛି । ଏହି ନୂଆ ହାର ୧ ମଇ ୨୦୨୧ରୁ କାର୍ଯ୍ୟକାରୀ ହେବ ।
‘ମନି କଣ୍ଟ୍ରୋଲ୍ ନ୍ୟୁଜ୍’ ଅନୁଯାୟୀ ୧ ମଇ ୨୦୨୧ଠାରୁ ଆକ୍ସିସ୍ ବ୍ୟାଙ୍କର ଗ୍ରାହକମାନଙ୍କୁ ନିଜ ଆକାଉଣ୍ଟରେ ହାରାହାରି ସର୍ବନିମ୍ନ ମାସିକ ବାଲାନ୍ସ ୧୫,୦୦୦ ଟଙ୍କା ରଖିବାକୁ ପଡି଼ବ । ଏବେ ଏହି ସୀମା ହେଉଛି ୧୦,୦୦୦ ଟଙ୍କା । ଏହା ବ୍ୟତୀତ ବ୍ୟାଙ୍କ ପ୍ରାଇମ୍ ଓ ଲିବର୍ଟି ସେଭିଂ ଆକାଉଣ୍ଟରେ ହାରାହାରି ସର୍ବନିମ୍ନ ବାଲାନ୍ସ ସୀମାକୁ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦ୍ରାପଡ଼ାରେ ଜନ୍ମ ନେଲା ଅଦ୍ଭୁତ ଶିଶୁ କନ୍ୟା; ତା’ର ୨ଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ଓ ୪ଟି କାନ ଅଛିଆକ୍ସିସ୍ ବ୍ୟାଙ୍କ ନିଜ ସେଭିଂ ଆକାଉଣ୍ଟଧାରୀମାନଙ୍କୁ ପ୍ରତି ମାସ ଚାରିଟି କାରବାର (transactions) ବା ଦୁଇ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣାରେ ବାହାର କରିବାକୁ ଅନୁମତି ଦେଇଥାଏ । ଏହା ପରେ ନଗଦ ଟଙ୍କା ଉଠାଇବା ବେଳେ ପ୍ରତି ହଜାରେ ଟଙ୍କାରେ ୫ ଟଙ୍କା କିମ୍ବା ସର୍ବାଧିକ ୧୫୦ ଟଙ୍କା ଆଦାୟ କରାଯାଏ । ଏବେ ବ୍ୟାଙ୍କ ମାଗଣା କାରବାର ପରେ ପ୍ରତି ୧,୦୦୦ ଟଙ୍କା ପାଇଁ ଲାଗୁଥିବା ୫ ଟଙ୍କା ଚାର୍ଜକୁ ୧୦ ଟଙ୍କାକୁ ବୃଦ୍ଧି କରିଛି । ତେବେ ସର୍ବାଧିକ ୧୫୦ ଟଙ୍କାର ଚାର୍ଜକୁ ଅପରିବର୍ତ୍ତିତ ରଖାଯାଇଛି । ତା’ ଛଡ଼ା ଆପଣ ନିଜ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ପରିମାଣ ବଜାୟ ନ ରଖିଲେ ବ୍ୟାଙ୍କ୍ ୫୦ ଟଙ୍କାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବ (Axis Bank new rules)।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS |
ଦିନେ କେନ୍ଦ୍ରାପଡ଼ାରେ ରିକ୍ସା ଚଳାଇ ପେଟ ପୋଷୁଥିଲା ଶେଖ୍ ହାଇଦର୍; ପାଲଟିଗଲା ବଡ଼ ଗ୍ୟାଙ୍ଗଷ୍ଟର୍ଆକ୍ସିସ୍ ବ୍ୟାଙ୍କ ଏଣିକି ନିଜ ଗ୍ରାହକମାନଙ୍କୁ ଏସ୍.ଏମ୍.ଏସ୍. ପିଛା ୨୫ ପଇସା ହାରରେ ଚାର୍ଜ କରିବ । ବର୍ତ୍ତମାନ ପ୍ରତି ମାସରେ ଏହି ସୁବିଧା ପାଇଁ ମାତ୍ର ୫ ଟଙ୍କା ଆଦାୟ କରାଯାଉଛି । ଏହି ନୂଆ ଦର ୧ ଜୁଲାଇ ୨୦୨୧ରୁ ପ୍ରଯୁଜ୍ୟ ହେବ । ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏଥିରେ OTP ଓ ବ୍ୟାଙ୍କ ଦ୍ୱାରା ପଠାଯାଇଥିବା ପ୍ରୋତ୍ସାହନମୂଳକ SMS ଅନ୍ତର୍ଭୂକ୍ତ ହେବ ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ଓ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେଆକ୍ସିସ୍ ବ୍ୟାଙ୍କ ମଧ୍ୟ ଦରମା ଖାତାର (salary account) ନିୟମରେ ପରିବର୍ତ୍ତନ କରିଛି । ଯଦି ଆପଣଙ୍କର ବେତନ ଆକାଉଣ୍ଟ ଛଅ ମାସରୁ ଅଧିକ ପୁରୁଣା ଓ କୌଣସି ମାସରେ କୌଣସି ଟଙ୍କା ଜମା ହୋଇ (କ୍ରେଡିଟ୍) ନାହିଁ, ତେବେ ବ୍ୟାଙ୍କ୍ ଏମିତି ପ୍ରତି ମାସ ପାଇଁ ୧୦୦ ଟଙ୍କା ଲେଖାଏଁ ଚାର୍ଜ କରିବ ।
ତା’ ଛଡ଼ା ଯଦି ଆପଣଙ୍କ ଆକାଉଣ୍ଟରେ ୧୭ ମାସ ପାଇଁ କୌଣସି କାରବାର ହୋଇନାହିଁ, ତେବେ ୧୮ତମ ମାସରେ ବ୍ୟାଙ୍କ୍ ଗୋଟିଏ ଥର ପାଇଁ ୧୦୦ ଟଙ୍କା ଚାର୍ଜ ଆଦାୟ କରିବ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।