Awas Yojana: ଖୁବ୍ ଶୀଘ୍ର ବଣ୍ଟାଯିବ ରାଜ୍ୟକୁ ଆସିଥିବା ୯ ଲକ୍ଷ ଆବାସ ଘର; ଲାଭ ପାଇବେ ଏହି ଲୋକ

Awas Yojana: ଖୁବ୍ ବଶୀଘ୍ର ବଣ୍ଟାଯିବ ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର। ବହୁ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ନେଇ ବିଭିନ୍ନ ବର୍ଗରୁ ଅଭିଯୋଗ ଆସିବା ପରେ ସାଧାରଣ ଜନତାଙ୍କ ଠାରୁ ଅଭିଯୋଗ ମଗାଯାଇଥିଲା।

ଖୁବ୍ ଶୀଘ୍ର ବଣ୍ଟାଯିବ ରାଜ୍ୟକୁ ଆସିଥିବା ୯ ଲକ୍ଷ ଆବାସ ଘର

ଖୁବ୍ ଶୀଘ୍ର ବଣ୍ଟାଯିବ ରାଜ୍ୟକୁ ଆସିଥିବା ୯ ଲକ୍ଷ ଆବାସ ଘର

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Awas Yojana: ଖୁବଶୀଘ୍ର ବଣ୍ଟାଯିବ ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର। ଏନେଇ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛି ପଞ୍ଚାୟତିରାଜ ବିଭାଗ। ବହୁ ଅଯୋଗ୍ୟ ହିତାଧୀକାରୀ ଘର ପାଉଥିବା ନେଇ ଅଭିଯୋଗ ଆସୁଥିଲା।  ଏହାପରେ ସାଧାରଣ ଜନତାଙ୍କ ଠାରୁ ବିସ୍ତୃତ ଭାବେ ଅଭିଯୋଗ ମଗାଯାଇଥିଲା। ସେସବୁକୁ ତର୍ଜମା କରାସରିଛି।

ଖୁବ ଶୀଘ୍ର ରାଜ୍ୟକୁ ଆସିଥିବା ଆବାସ ଘର ଆବଣ୍ଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଏହି ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟର ସମସ୍ତ ବ୍ଲକରେ ସ୍ଥାପନ ହେବ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ। ମିଶନ ମୋଡରେ ମାର୍କେଟିଂ ଲିଙ୍କେଜ୍ ସହିତ ସ୍ଥାପନ ହେବ ଏହି ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ।

ଆସନ୍ତା ଏକ ବର୍ଷ ମଧ୍ୟରେ ସମସ୍ତ ବ୍ଲକରେ ମିଶନ୍ ଶକ୍ତି କାଫେ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରାଯିବ। ବିଭିନ୍ନ ସ୍ଥାନରେ ଅବ୍ୟବହୃତ ହୋଇ ଖାଲି ପଡ଼ିଥିବା ସରକାରୀ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ସ୍ଥାନୀୟ ମିଶନ ଶକ୍ତି ଗୋଷ୍ଠୀକୁ ହସ୍ତାନ୍ତର କରାଯିବ।

ପଢ଼ନ୍ତୁ ଏହି ଖବର:  ଟୋଲ ଫି’କୁ ନେଇ ତମ୍ବିତୋଫାନ; ସିଲ୍ ହେଲା ମୁଣ୍ଡଳି ଟୋଲ ଗେଟ୍‌

ORMASକୁ ଅଧିକ କ୍ରିୟାଶୀଳ କରାଯିବ। ସେହିପରି ସମସ୍ତ ଘରକୁ ପାନୀୟ ଜଳ ଯୋଗାଣକୁ ଦିଆଯାଇଛି ପ୍ରାଥମିକତା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧% ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ୫୭ ହଜାର କୋଟି ଟଙ୍କା ବ୍ୟୟରେ ୨୦୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ଓ ୧୩ ହଜାର ସିଙ୍ଗଲ ଭିଲେଜ୍‌ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି।
Published by:Lipina Das
First published: