ଭୁବନେଶ୍ୱର: ସୁରେଖା ପଲେଇଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବାରୁ ହୋଇଥିଲା; ୩ ଯୁବକଙ୍କୁ ଖୋଜୁଛି ପୋଲିସ

Autopsy report comes in Bhubaneswar woman Surekha Palai death | ମୃତ୍ୟୁ ପୂର୍ବରୁ ନିଜର ଜଣେ ପୁରୁଷ ବନ୍ଧୁଙ୍କ ଘରେ ଭୋଜି କରୁଥିଲେ ସୁରେଖା । ସେଥିରେ ସାମିଲ ଥିଲେ ଦୁଇ ଅନ୍ୟ ଯୁବକ । ସେହି ଭୋଜିରେ ଥିବା କିଛି ରହସ୍ୟ ସୁରେଖାଙ୍କ ମୃତ୍ୟୁ ପଛର କାରଣ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ସୁରେଖା ପଲେଇ; (ଡାହାଣ) ତାଙ୍କ ଘରେ ପୋଲିସର ଏକ ଟିମ୍ ତଦନ୍ତ କରୁଛି

ସୁରେଖା ପଲେଇ; (ଡାହାଣ) ତାଙ୍କ ଘରେ ପୋଲିସର ଏକ ଟିମ୍ ତଦନ୍ତ କରୁଛି

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ଭରତପୁର ଥାନା ତାରିଣୀ ବସ୍ତିରେ ସୁରେଖା ପଲେଇ ନାମକ ଯବତୀଙ୍କ ହତ୍ୟା ଘଟଣାରେ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ସୁରେଖାଙ୍କ ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ଏମ୍ସ‌ ହସପିଟାଲର ଡାକ୍ତରୀ ଟିମ୍‌ । ହେଲେ ସେ କେମିତି ଶ୍ୱାସରୁଦ୍ଧ ହେଲେ ତାହା ସ୍ପଷ୍ଟ ହୋଇ ନାହିଁ । ସୁରେଖାଙ୍କ ପୁରୁଷ ବନ୍ଧୁ ସମେତ ତିନି ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି କମିସନରେଟ୍‌ ପୋଲିସ ।

ସୁରେଖା ପଲେଇ ହତ୍ୟାକାଣ୍ଡରେ ଏକାଧିକ ସସପେନ୍ସ ଲାଗି ରହିଛି । ଏମ୍ସର ଡ଼ାକ୍ତରୀ ଟିମର କହିବା ଅନୁସାରେ ଯୁବତୀଙ୍କ ମୃତ୍ୟୁ ଝୁଲନ୍ତା ଅବସ୍ଥାରେ ହୋଇଛି । ତାଙ୍କ ବେକରେ ଦାଗ ରହିଛି । ବିଳମ୍ବିତ ରାତିରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଫାଇନାଲ୍‌ ରିପୋର୍ଟ ଏ ପର୍ଯ୍ୟନ୍ତ ଆସି ନ ଥବାରୁ ଏବେ ମୃତ୍ୟୁ ପଛର କାରଣ ସଠିକ ଭାବେ କହିବା ଠିକ ନୁହେଁ ବୋଲି ମତ ଦେଇଛନ୍ତି ଏମ୍ସର ଡାକ୍ତରୀ ଟିମ୍‌ । ମୃତ ଦେହ ଉଦ୍ଧାର ବେଳେ ସେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଥିଲେ ।

ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁରେଖାଙ୍କ ମୃତ୍ୟୁର ରହସ୍ୟକୁ ନେଇ ଅନେକ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସିଛି । ଯଦି ସୁରେଖାଙ୍କ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ହୋଇଛି, ତେବେ ତାହା ଆତ୍ମହତ୍ୟା ନା ଆଉ କିଛି? ତେବେ କାହିଁକି ସୁରେଖା ଆତ୍ମହତ୍ୟା କଲେ ତାହା ମଧ୍ୟ ସ୍ପଷ୍ଟ ହୋଇନି । ଏହି ଘଟଣା ପୂର୍ବରୁ ନିଜର ଜଣେ ପୁରୁଷ ବନ୍ଧୁଙ୍କ ଘରେ ଭୋଜି କରୁଥିଲେ ସୁରେଖା । ସେଥିରେ ସାମିଲ ଥିଲେ ଆଉ ଦୁଇ ଜଣ  ଯୁବକ । ତେଣୁ ସେହି ଭୋଜିରେ ଏମିତି କିଛି ରହସ୍ୟ ଥିଲା ଯାହା ସୁରେଖାଙ୍କ ମୃତ୍ୟୁ ପଛର କାରଣ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ସୁରେଖା ପଲେଇ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଅଭିନେତ୍ରୀ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; କହିଲେ ‘‘ସେ ଆଘାତ ସବୁ ଦିନ ରହିବ’’

‘‘ଘଟଣା ଦିନ ଯୁବତୀଙ୍କ ସହ ମୋଟ ତିନି ଜଣ ଥିଲେ । ସମସ୍ତେ ଏକାଠି ଭୋଜି କରୁଥିଲେ । ଘଟଣା ପରଠୁ ତିନି ଯୁବକ ଫେରାର ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରେ ଯୁବତୀଙ୍କର ପୁରୁଷ ବନ୍ଧୁ ମଧ୍ୟ ଅଛନ୍ତି । ସେମାନଙ୍କୁ ଆମେ ଚିହ୍ନଟ କରିଛୁ । ଗିରଫ କରିବା ପରେ ହୁଏତ ଯୁବତୀଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ,’’ କହିଛନ୍ତି କମିସନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

ସୁରେଖା ପଲେଇଙ୍କ ମୃତ୍ୟୁକୁ ତିନି ଦିନ ବିତିଥିଲେ ବି ରହସ୍ୟ ଭେଦ କରିବାରେ ସକ୍ଷମ ହୋଇନି ଭରତପୁର ଥାନା ପୋଲିସ । ବୁଧବାର ଦିନ ପ୍ରାଥମିକ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ଦ୍ବତୀୟ ଥର ପାଇଁ ସାଇଣ୍ଟଫିକ୍‌ ଟିମ୍‌ ଓ ଏମ୍ସର ଚାରି-ଜଣିଆ ଏକ୍ସପର୍ଟ ଟିମ୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ପାରିପାଶ୍ବିକ ପରିସ୍ଥିତି, ଘରର ଲମ୍ବ, ଓସାର ଓ ଉଚ୍ଚତା ଆଦି ସେମାନେ ମାପଚୁପ କରିଥିବା ଦେଖିବାକୁ ମିଳିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା

ସୋମବାର ଦିନ ଭରତପୁର ତାରିଣୀ ବସ୍ତିରେ ଥିବା ଏକ ଭଡା ଘରୁ ସୁରେଖା ପଲେଇଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ପରେ ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ବୋଲି  ସ୍ପଷ୍ଟ କରିଥିଲା ପୋଲିସ । ମୃତ ଦେହ ଉଦ୍ଧାର ବେଳେ ସେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଥିଲେ । ତାଙ୍କ ଗୋଡ଼ରେ କାଦୁଅ ଲାଗିଥିଲା ଓ ଘୋଷାଡ଼ିବାର ଚିହ୍ନ ଥିଲା । ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟା ବୋଲି ସନ୍ଦେହ କରିଥିଲା ପୋଲିସ ।
Published by:Anand S.T. Das
First published:
)}