ବଢିଲା ଯାତ୍ରୀ ଯନ୍ତ୍ରଣା; ବସ୍ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଅଟୋରିକ୍ସା ଚାଳକ

ବଢିଲା ଯାତ୍ରୀଙ୍କ ଟେନସନ! କାଲିଠୁ ରାଜଧାନୀରେ ଗଡ଼ିବନି ଅଟୋ..

ବଢିଲା ଯାତ୍ରୀ ଯନ୍ତ୍ରଣା

ବଢିଲା ଯାତ୍ରୀ ଯନ୍ତ୍ରଣା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: କାଲିଠୁ ରାଜଧାନୀରେ ଗଡ଼ିବନି ଅଟୋ! ଧାରଣାକୁ ଓହ୍ଲାଇବେ ଅଟୋ ଚାଳକ।  ରାଜଧାନୀରେ ଆଜି ଵସ ଚାଳକଙ୍କ ଆନ୍ଦୋଳନ ସମୟରେ ସେମାନଙ୍କୁ ଅସମ୍ମାନ ହୋଇଥିବା ଅଭିଯୋଗ ଆଣି   ଏଭଳି ଚରମ ନିଷ୍ପତ୍ତି ନେଇଛି ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ।

ଆସନ୍ତାକାଲି ଭୁବନେଶ୍ୱର ଘେରାଉ କରିବେ ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ। ୧୦ ହଜାର କାର, ଅଟୋ ଏଥିରେ ସାମିଲ ହେବେ। ପିଏମଜି ସମେତ ଜନପଥକୁ କବଜା କରିବେ ବୋଲି ସୂଚନା ଦେଇଛନ୍ତି ସଂଘର ସଭାପତି ଦୀନବନ୍ଧୁ ନାୟକ।

ସୂଚନାଯୋଗ୍ୟ, ଵସ ଡ୍ରାଇଭର ସଙ୍ଘ ବିକ୍ଷୋଭ ବେଳେ ଘଟିଛି ଅଜବ ଘଟଣା। ଡ୍ରାଇଭରଙ୍କୁ ହାତରେ ପ୍ଲେଟ ଧରାଇ 'ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ' ଲେଖା ଧରି ଫଟୋ ଉଠାଇ ଥିଲେ କିଛି ଵସ ଡ୍ରାଇଭର। ଯାହା ଏବେ ପୂରା ସଙ୍ଘ ପାଇଁ ମହଙ୍ଗା ପଡିଛି। ଆଜି ଅଲ୍ ଓଡ଼ିଶା  ଡ୍ରାଇଭର ମିଳିତ ମହାମଞ୍ଚ ପ୍ରତିବାଦ କରିବା ସମୟରେ ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ ମୁଣ୍ଡିଆ, ଫୁଲ ମାଳ ପିନ୍ଧେଇଥିଲେ ଆନ୍ଦୋଳନକାରୀ। କିନ୍ତୁ ହାତରେ ପ୍ଲେଟ ଧରାଇ ଫଟୋ ଉଠାଇବା ଅପମାନିତ ଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଛି ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ।



ଆଜି ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ ଡ୍ରାଇଭର। ଡ୍ରାଇଭରଙ୍କ (Drivers) ୧୦ ଦଫା ଦାବିକୁ ରାଜ୍ୟ ସରକାର (State Government) ପୂରଣ କରିନଥିବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ସଙ୍ଘ ((Drivers union)।
Published by:Soumya Das
First published: