News18 Odia Digital
ଭୁବନେଶ୍ବର: ବୁଧବାରଠୁ ରାଜ୍ୟର ଅନେକ ସ୍ଥାନରେ ବସ ଡ୍ରାଇଭର (Driver Protest) ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ। ଡ୍ରାଇଭରମାନଙ୍କ ପାଇଁ ବୀମା ଓ ପେନସନ୍ ସୁବିଧା, ସମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମଗାର ନିର୍ମାଣ ସମେତ ୧୦ଦ ଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶହ ଶହ ସଂଖ୍ୟାରେ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
ସେହିପରି ଆଜି ଅଟୋ ଚାଳକମାନେ (Auto Drivers) ବନ୍ଦ ଡାକରା ଦେଇଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଅଟୋ ଅନଲାଇନ ଅଟୋ ସଙ୍ଘ ତରଫରୁ ବନ୍ଦ ଡାକରା ଦିଆଯାଇଛି। ବୁଧବାର ଆନ୍ଦୋଳନରେ ଯେଉଁଭଳି ଅପମାନ କରାଯାଇଥିଲା ତାହା ପାଇଁ ଆଜି ଅଟୋ ଚାଳକ ବନ୍ଦ ଡାକରା ଦେଇଛନ୍ତି।
ପ୍ରାୟ ୧୦ ହଜାର ଅଟୋ ଏବଂ କାର ଡ୍ରାଇଭର ଏଥିରେ ସାମିଲ ହେବେ। ଲୋୟର ପିଏମଜି ଏବଂ ଜନପଥରେ ଧାରଣା ଦେବେ ବୋଲି ସଙ୍ଘ କହିଛି।
ପ୍ରକାଶ ଥାଉକି ବସ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ଯାତ୍ରୀମାନଙ୍କୁ ଯେପରି କିଛି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଦିଆଯାଇଥିଲା। ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ ସେ ପ୍ରତି ଧ୍ୟାନ ଦେବାକୁ ପୋଲିସ କମିଶନର ପକ୍ଷରୁ କୁହାଯାଇଥିଲା। ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଧର୍ମଘଟକୁ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଙ୍ଘର ଦାବିଗୁଡ଼ିକ ସଂକ୍ରାନ୍ତ୍ରରେ ଆଲୋଚନା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ।
ପଢ଼ନ୍ତୁ ଏହି ଖବର: ଡ୍ରାଇଭର ଧର୍ମଘଟର ପ୍ରଭାବ; ୫ ଟଙ୍କାର ବାଟକୁ ୧୦୦ ଟଙ୍କା ନେଉଛନ୍ତି ଅଟୋ ଡ୍ରାଇଭରସେହିପରି ସେ କହିଥିଲେ ଯେ ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଧର୍ମଘଟ ନ କରିବା ପାଇଁ ଗତକାଲି ଡ୍ରାଇଭର ସଙ୍ଘକୁ ନିବେଦନ କରାଯାଇଥିଲା।
ତେବେ ସରକାରଙ୍କ କଥାକୁ ଖାତିର କରି ନଥିଲେ ଡ୍ରାଇଭର ମହାସଂଘ। ତେଣୁ ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି। ସେହିପରି ଆଜି ମଧ୍ୟ ଅଟୋ ଚାଳକମାନେ ମଧ୍ୟ ଆନ୍ଦୋଳନ କରିବେ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।