ସଡ଼କ ଦୁର୍ଘଟଣା କମ୍ କରିବାକୁ ସାରା ରାଜ୍ୟରେ ଅଟୋ ଚାଳକଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍

ରାଜ୍ୟ ପରିବହନ ବିଭାଗ ବର୍ଷ ତମାମ ସାରା ରାଜ୍ୟରେ ସବୁ ଅଟୋ ଡ୍ରାଇଭରଙ୍କୁ ତାଲିମ ଦେବାର ଯୋଜନା କରିଛି । ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି (STA) ଓ ଓଡି଼ଶା କଲିଂ ଫାଉଣ୍ଡେସନର (OCF) ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ସଡ଼କ ଦୁର୍ଘଟଣା କମ୍ କରିବାକୁ ସାରା ରାଜ୍ୟରେ ଅଟୋ ଚାଳକଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍
ଅନେକ ଦୁର୍ଘଟଣା ଅଟୋ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ହୋଇଥାଏ ।
  • News18 Odia
  • Last Updated: April 13, 2021, 9:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାକୁ କମ୍‌ କରିବା ପାଇଁ ଏକ ଅଭିନବ ଯୋଜନା ଅନୁଯାୟୀ ରାଜ୍ୟ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି । ପ୍ରଥମ କରି ଭୁବନେଶ୍ୱରରେ ସବୁ ଅଟୋ ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ପର୍ଯ୍ୟାୟ କ୍ରମେ ଅନ୍ୟ ସହରରେ ଥିବା ସବୁ ଅଟୋ ଡ୍ରାଇଭରଙ୍କୁ ଏଥିରେ ସାମିଲ କରାଯିବ ।

ରାଜ୍ୟ ପରିବହନ ବିଭାଗ ବର୍ଷ ତମାମ ସାରା ରାଜ୍ୟରେ ସବୁ ଅଟୋ ଡ୍ରାଇଭରଙ୍କୁ ତାଲିମ ଦେବାର ଯୋଜନା କରିଛି । ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି (STA) ଓ ଓଡି଼ଶା କଲିଂ ଫାଉଣ୍ଡେସନର (OCF) ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | Jio ଆଣିଲା IPL 2021 ଉପଭୋଗ କରିବା ପାଇଁ ୧୦୦% ଲାଭପ୍ରଦ ଯୋଜନା; ପ୍ରତି ଦିନ ପୁରସ୍କାର ଜିତନ୍ତୁ

‘‘ଦିନକୁ ଦିନ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢି଼ ଚାଲିଛି। ଉଭୟ ଧନ ଓ ଜୀବନ ନଷ୍ଟ ହେଉଛି । ସହର ଭିତରେ କୌଣସି ସଡ଼କ ଦୁର୍ଘଟଣା ଘଟିଲେ ସମସ୍ତଙ୍କ ନଜର ପ୍ରଥମେ ଅଟୋ ଡ୍ରାଇଭରଙ୍କ ଉପରକୁ ଆସୁଛି । ଭୁଲ୍‌ ଥାଉ ବା ନ ଥାଉ, ଅଟୋ ଚାଳକଙ୍କ ଉପରେ ଦୋଷ ଲଦି ଦିଆଯାଉଛି । ସେଭଳି ସମୟରେ ସେହି ଅଟୋ ଡ୍ରାଇଭରଙ୍କ ମାନସିକ ସ୍ଥିତି କ’ଣ ହେଉଥିବ ତାହାକୁ କେହି ଗୁରୁତ୍ବ ଦେଉନାହାନ୍ତି । ଅନେକ ସମୟରେ ତାଙ୍କୁ ଲଜ୍ଜିତ ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଅଟୋ ଡ୍ରାଇଭରଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ୍‌,’’ କହିଛନ୍ତି ଓଡ଼ିଶା କଲିଂ ଫାଉଣ୍ଡେସନର ଅଧ୍ୟକ୍ଷ ଦେବବ୍ରତ ନାୟକ ।

ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

ଓଡ଼ିଶା କଲିଂ ଫାଉଣ୍ଡେସନର ଅଧ୍ୟକ୍ଷ ଦେବବ୍ରତ ନାୟକ


ପ୍ରଥମ ଥର ପାଇଁ ରାଜ୍ୟରେ ଅଟୋ ଚାଳକଙ୍କ ଉନ୍ନତି ଦିଗରେ ଏଭଳି ଯୋଜନା ଆରମ୍ଭ ହେବାକୁ ଯାଉଛି ବୋଲି ସେ  କହିଛନ୍ତି । କେବଳ ଓଡ଼ିଶାରେ ନୁହେଁ, ଏଭଳି ଉଦ୍ୟମ ସାରା ଦେଶରେ ପ୍ରଥମ ବୋଲି କୁହାଯାଇଛି । ରାସ୍ତାରେ ଗାଡ଼ି ଚଳାଇବା ବେଳେ ଅଟୋ ଡ୍ରାଇଭରମାନେ କେତେ ସୁରକ୍ଷିତ ପଦ୍ଧତି ଆପଣାଇବେ, ଯାତ୍ରୀଙ୍କ ପ୍ରତି ସେମାନଙ୍କ ବ୍ୟବହାର କେମିତି ରହିବ, ହଠାତ୍‌ ଆଗରେ କୌଣସି ଯାତ୍ରୀ ଦେଖିଲେ କିଭଳି ସୁରକ୍ଷିତ ଭାବେ ପଛ ଗାଡି଼କୁ ରାସ୍ତା ଛାଡି଼ବେ ଆଦି କୌଶଳ ବାବଦରେ ସେମାନଙ୍କୁ ଦିଆଯିବ ତାଲିମ । ‘‘ସଡ଼କ ଦୁର୍ଘଟଣାକୁ କମ୍‌ କରିବା ସହିତ ଅଟୋ ଡ୍ରାଇଭରଙ୍କ ବ୍ୟାବହାରିକ ପରିବର୍ତ୍ତନ ଉପରେ ବି ଗୁରୁତ୍ୱ ଦିଆଯିବ,’’ କହିଛନ୍ତି ନାୟକ ।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

‘‘ସଡ଼କ ଦୁର୍ଘଟଣା କମ୍‌ କରିବା ଏହି ଉଦ୍ୟମର ମୂଳ ଲକ୍ଷ । ଏଥିରେ ପର୍ଯ୍ୟାୟକ୍ରମେ ସାରା ରାଜ୍ୟର ଅଟୋଚାଳକଙ୍କୁ ସାମିଲ କରାଯିବ । ପ୍ରଥମେ ଭୁବନେଶ୍ୱରର ୧,୦୦୦ ଚାଳକଙ୍କୁ ଦିଆଯିବ ତାଲିମ୍‌ । ପରେ ଭୁବନେଶ୍ୱରରେ ଥିବା ୫୦,୦୦୦ରୁ ଅଧିକ ଅଟୋ ଚାଳକଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯିବ,’’ କହିଛନ୍ତି ସୋସାଇଟି ଅଫ୍‌ ରୋଡ଼୍‌ ଭିକ୍ଟିମର କର୍ମକର୍ତ୍ତା ବି. ବଂଶୀଧର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ସମୁଦ୍ର କୂଳ ବିକିନିରେ ଦେଖାଦେଲେ; PICS ଭାଇରାଲ୍ ହେଲା

ଭୁବନେଶ୍ୱର ସମେତ ପ୍ରାୟ ସବୁ ସହରରେ ରାସ୍ତାର ଆକାର ଖୁବ୍‌ କମ୍‌ ବଢିଥିବା ବେଳେ ସେହି ତୁଳନାରେ ଗାଡି଼ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ବାହାର ରାଜ୍ୟର ଶହ ଶହ ଗାଡି଼ ଓଡ଼ିଶା ଭିତରକୁ ଆସୁଛନ୍ତି । ତେଣୁ ଆଗକୁ ଦୁର୍ଘଟଣା ସ୍ଥିତି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ



ଏସ୍‌.ଟି.ଏ. ଓ ଓଡ଼ିଶା କଲିଂ ଫାଉଣ୍ଡେସନର ଏହି ମିଳିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସାମାଜିକ କର୍ମୀମାନେ । ‘‘ଏହି ଉଦ୍ୟମ ସ୍ବାଗତଯୋଗ୍ୟ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦେଶରେ ଓ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ କମ୍‌ କରିବା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ସେଥିରେ ଏହି ଉଦ୍ୟମ ଅନେକ ସହଯୋଗ କରିବ,’’ କହିଛନ୍ତି ସାମାଜିକ କର୍ମୀ ସୁରେଶ ପଟ୍ଟନାୟକ । ଅଟୋ ଚାଳକମାନେ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।
Published by: Anand ST Das
First published: April 13, 2021, 9:08 PM IST