ରାଜ୍ୟରେ ସଡ଼କ ଦୁର୍ଘଟଣା କମ୍ କରିବାକୁ ଉଦ୍ୟମ; ଡ୍ରାଇଭରମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ

ସଡ଼କ ସୁରକ୍ଷା କର୍ମୀ ଦିଲୀପ କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସତ୍ତ୍ବେ ରାଜ୍ୟରେ ସଡ଼କ ଦୁର୍ଘଟଣାର ସ୍ଥିତି ଏବେ ବି ଚିନ୍ତାଜନକ।

ରାଜ୍ୟରେ ସଡ଼କ ଦୁର୍ଘଟଣା କମ୍ କରିବାକୁ ଉଦ୍ୟମ

ରାଜ୍ୟରେ ସଡ଼କ ଦୁର୍ଘଟଣା କମ୍ କରିବାକୁ ଉଦ୍ୟମ

  • Share this:
News18 Odia Digital

ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ କମ୍ କରିବା ସହିତ ଦୁର୍ଘଟଣାରେ ଶିକାର ହେଉଥିବା ଲୋକଙ୍କ ଜୀବନ ବଞ୍ଚାଇବା ହେଉଛି ସମୟର ଆହ୍ୱାନ। ଜାତୀୟ ହାର ତୁଳନାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ଓ ଏଥିରେ ମୃତାହତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସଡ଼କ ପରିବହନ ବିଭାଗ ଲୋକଙ୍କ ସଚେତନତା ସହିତ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଉଦ୍ୟମ ଆରମ୍ଭ କରିଛି। ଏହି କ୍ରମରେ ଭୁବନେଶ୍ୱରରେ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି ଅଟୋ ଡ୍ରାଇଭରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।

ପର୍ଯ୍ୟାୟକ୍ରମେ ରାଜ୍ୟରେ ଥିବା ଦୁଇ ଲକ୍ଷରୁ ଅଧିକ ଅଟୋ ଡ୍ରାଇଭରମାନଙ୍କ ପ୍ରଶିକ୍ଷଣ ସହିତ କାର, ଟ୍ରକ ଓ ଅନ୍ୟାନ୍ୟ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ସଡ଼କ ସୁରକ୍ଷା କର୍ମୀ ଦିଲୀପ କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ ଅନେକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସତ୍ତ୍ବେ ରାଜ୍ୟରେ ସଡ଼କ ଦୁର୍ଘଟଣାର ସ୍ଥିତି ଏବେ ବି ଚିନ୍ତାଜନକ। ତଥ୍ୟ କହୁଛି, ରାଜ୍ୟରେ ବର୍ଷକୁ ୫,୦୦୦ରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି । ୧୦,୦୦୦ରୁ ଅଧିକ ଲୋକ ଆହତ ହେଉଛନ୍ତି। ଚିନ୍ତାଜନକ ବିଷୟ ହେଲା, ମୃତକଙ୍କ ଭିତରେ ୧୮ ରୁ ୪୫ ବର୍ଷ ବୟସ୍କ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର ସର୍ବାଧିକ। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ସଡ଼କ ସୁରକ୍ଷା ପକ୍ଷ ପାଳନ କରାଯିବା ଆରମ୍ଭ ହୋଇଥିଲା। ଏଥିରେ ସଡ଼କ ଦୁର୍ଘଟଣା ସଂଖ୍ୟା ଉପରେ ଲଗାମ ରହି ନ ପାରିବା କାରଣରୁ କେନ୍ଦ୍ର ସଡ଼କ ପରିବହନ ବିଭାଗ ନିର୍ଦ୍ଦେଶକ୍ରମେ ସାରା ଦେଶରେ ଏବେ ସୁରକ୍ଷା ସୁରକ୍ଷା ମାସ ପାଳିତ ହେଉଛି । ଏହାର ଉଦ୍ଦେଶ୍ୟ ଅଧିକ ସମୟ ଧରି ସଡ଼କ ସୁରକ୍ଷା ନେଇ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବା । ଆସନ୍ତା ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ମଧ୍ୟ ପାଳିତ ହେବ ସଡ଼କ ସୁରକ୍ଷା ମାସ।

ଭୁବନେଶ୍ୱର ଆରଟିଓ ୨ ପକ୍ଷରୁ ଗତ ସପ୍ତାହରୁ ଆରମ୍ଭ ହୋଇଛି ଡ୍ରାଇଭରମାନଙ୍କୁ ବ୍ୟବହାରଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହିକ୍ରମରେ ଭୁବନେଶ୍ୱରରେ ଏକ ହଜାରରୁ ଅଧିକ ଅଟୋ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷିଣ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ଓଡ଼ିଶା କଲିଂ ଫାଉଣ୍ଡେସନ ମୁଖ୍ୟ ଦେବୁ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ୯୦ ପ୍ରତିଶତରୁ ଅଧିକ ଦୁର୍ଘଟଣା ଡ଼୍ରାଇଭରମାନଙ୍କ ବେପରୁଆ ଗାଡ଼ିଚାଳନା ଓ ନିଶା ସେବନ କାରଣରୁ ଘଟିଥାଏ । ଅନେକ ସମୟରେ ଦୁର୍ଘଟଣା ଘଟିବାର ବହୁ ବିଳମ୍ବରେ ଦୁର୍ଘଟଣା ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ ନିଆଯାଇଥାଏ ଯେଉଁ କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥାଏ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ପାଇଲଟ ପ୍ରୋଜେକ୍ଟ ଭାବେ ଏକ ହଜାର ଅଟୋ ଡ୍ରାଇଭରଙ୍କୁ ନେଇ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ପର୍ଯ୍ୟାୟକ୍ରମେ ରାଜ୍ୟରେ ଥିବା ସମସ୍ତ ଅଟୋ ଡ୍ରାଇଭର ଓ କାର ତଥା ଟ୍ରକ ଡ଼୍ରାଇଭରଙ୍କୁ ପ୍ରଶିକ୍ଷିଣ ଦିଆଯିବ।

ଭୁବନେଶ୍ୱର ଅଟୋ ଆସୋସିଏସନ ସାଧାରଣ ସମ୍ପାଦକ ପଦ୍ମନ୍ ସାମଲଙ୍କ ସୂଚନା ଅନୁସାରେ, ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଲା ବେପରୁଆ ଗାଡ଼ି ଚାଳନା ଓ ସଚେତନତାର ଅଭାବ। ବିଶେଷ କରି ଅନେକ ସମୟରେ ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକ ସହାୟତା ଅଭାବ କାରଣରୁ ହସପିଟାଲରେ ପହଞ୍ଚି ପାରୁନାହାଁନ୍ତି । ଗୋଲଡେନ ଆୱାର ବା ଦୁର୍ଘଟଣାର ପ୍ରଥମେ ଘଣ୍ଟାରେ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଯାଇ ପାରୁନାହିଁ। ତେଣୁ ୨୦୨୨ ସଡ଼କ ସୁରକ୍ଷା ମାସରେ ଏହା ଉପରେ ଗୁରୁତ୍ୱ ଦିଆଯିବ।
Published by:Lipina Das
First published:
)}