ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ANM ଆନ୍ଦୋଳନ ପଛରେ କିଏ? ପୋଲିସ ହାତରେ ଲାଗିଥିବା ଅଡ଼ିଓରୁ ଅନେକ ସଙ୍କେତ ମିଳିଛି

ANM ଆନ୍ଦୋଳନ ପଛରେ କିଏ? ପୋଲିସ ହାତରେ ଲାଗିଥିବା ଅଡ଼ିଓରୁ ଅନେକ ସଙ୍କେତ ମିଳିଛି

ଶୀତ-କାକରରେ ଚାଲିଥିବା ଏ.ଏନ୍.ଏମ୍. ସ୍ୱାସ୍ଥ୍ୟ କର୍ମୀମାନଙ୍କ ଧାରଣାକୁ ୫୦ ଦିନ ହେଲାଣି । ରାଜ୍ୟବ୍ୟାପୀ ହୋଇଥିବା ANM ଠକେଇ ସମ୍ପର୍କିତ ଏକ ଭାଇରଲ ଅଡ଼ିଓ ରେକର୍ଡ଼ିଂ ପୋଲିସ ହାତରେ ଲାଗିବା ପରେ ତଦନ୍ତ ଜୋରଦାର ହୋଇଛି ।

ANM ଆନ୍ଦୋଳନ ପଛରେ କିଏ? ପୋଲିସ ହାତରେ ଲାଗିଥିବା ଅଡ଼ିଓରୁ ଅନେକ ସଙ୍କେତ ମିଳିଛି
ଆନ୍ଦୋଳନରେ ବସିଛନ୍ତି ଏ.ଏନ୍.ଏମ୍. କର୍ମୀମାନେ ।
  • News18 Odia
  • Last Updated: January 13, 2021, 10:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଏଏନଏମ୍ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଆନ୍ଦୋଳନକୁ ନେଇ ପୁଣି ଏକ ବଡ଼ ଖୁଲାସା କରିଛି କମିଶନରେଟ୍ ପୋଲିସ। ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ ତାକୁ ୧୫ ହଜାର ଟଙ୍କା ଆଗୁଆ ଦେବାକୁ ପଡ଼ିବ ବୋଲି କୁହାଯାଉଥିବା ଏକ ଅଡ଼ିଓ ରେକର୍ଡ଼ିଂ ଭାଇରାଲ ହେବା ପରେ ପୋଲିସ ଅଡ଼ୁଆ ସୁତାରୁ ଖିଅ ଖୋଜିବାରେ ଲାଗିଛି ।

ପୋଲିସ ହାତରେ ଏଏନଏମ ଠକେଇ ମାମଲା ସମ୍ପର୍କିତ ଏହି ଭାଇରଲ ଅଡ଼ିଓ ଲାଗିବା ପରେ ତଦନ୍ତ ଜୋରଦାର ହୋଇଛି । ଭୁବନେଶ୍ୱରରୁ ବାହାରକୁ ଏହି ଠକେଇ ଚେର ଲମ୍ବିଥିବାର ସଙ୍କେତ ମିଳିଛି । ରାଜ୍ୟର ସବୁ ଜିଲ୍ଲାରେ ସ୍ଥାୟୀ ନିଯୁକ୍ତି ଆଳରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ବି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Virat welcomes Baby Girl: ବିରାଟ ଅନୁଷ୍କାଙ୍କ କୁନି ଝିଅର ପ୍ରଥମ ଫଟୋ ସାମନାକୁ ଆସିଲା

ଏହି ମହା ଠକେଇ ଘଟଣାର ମାଷ୍ଟରମାଇଣ୍ଡ ଭୁବନେଶ୍ୱରର ବୋଲି କମିଶନରେଟ ପୋଲିସ କହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଧରଣାରତ ଏଏନଏମ କର୍ମୀମାନେ । ଷଡ଼ଯନ୍ତ୍ର କରି ତାଙ୍କ ସଙ୍ଘକୁ ଭାଙ୍ଗିବାକୁ ଉଦ୍ୟମ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ


ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସାରା ରାଜ୍ୟରେ ଏହି ରାକେଟ ରହିଛି ଓ ଅନେକ ଜିଲ୍ଲାକୁ ଠକେଇର ଚେର ଲମ୍ବିଛି । ବିଭିନ୍ନ ଜିଲ୍ଲାରୁ ଏହି ଠକେଇକୁ ଅପରେଟ କରୁଛନ୍ତି କିଛି ଏଜେଣ୍ଟ । ପୋଲିସ ହାତରେ ଏ ସମ୍ପର୍କିତ କିଛି ମୋବାଇଲ ଫୋନ୍‌ ରେକର୍ଡ଼ିଂ ଲାଗିବା ପରେ ଛାନଭିନ୍‌ ଗତିଶୀଳ ହୋଇଛି । ହେଲେ ଏହାକୁ ନେଇ ଧାରଣାରତ ଏଏନଏମ କର୍ମୀମାନେ ପୋଲିସକୁ ଦାୟୀ କରିଛନ୍ତି।

ଏହା ବି ପଢ଼ନ୍ତୁ | ଇଏ ଚମତ୍କାର! ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିବା ଯୁବକ ସେଠାରୁ ବର ହୋଇ ଫେରିଲା

‘‘ପୁନଃ ନିଯୁକ୍ତି, ବକେୟା ଟଙ୍କା ଓ କୋଭିଡ ଆଲାଓନ୍ସ ପାଇଁ ନିରସ୍ତ୍ର ପ୍ରତିବାଦ କରିବା କଣ ଅପରାଧ? ସରକାର କାହିଁକି ଆଲୋଚନା ପାଇଁ ଆମକୁ ଡାକୁନାହାନ୍ତି?’’ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶ୍ନ କରିଛନ୍ତି ଛଟେଇ ହୋଇଥିବା ଏଏନଏମ ପୁଷ୍ପାଞ୍ଜଳି ପାଣିଗ୍ରାହୀ।

ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲା

କ୍ୟାପିଟାଲ ଥାନା ପୋଲିସ ହାତରେ ଲାଗିଥିବା ଅଡିଓ ରେକର୍ଡ଼ିଂରୁ ଆନ୍ଦୋଳନ ପଛରେ ଥିବା ଅଭିସନ୍ଧି ବିଷୟରେ ଅନେକ ସଙ୍କେତ ମିଳିଛି । ଏଥିରେ କେ. ଅଶ୍ବିନୀ ଦୋରା ଓ ଭାରତୀ ପ୍ରଧାନଙ୍କ ଭିତରେ କଥାବାର୍ତ୍ତା ରହିଛି । ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା । କେ. ଅଶ୍ବିନୀ ଦୋରା, ସନ୍ତୋଷ କୁମାର ସାହୁ ଓ ରାଜକିଶୋର ଆଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଅନ୍ୟ ସହଯୋଗୀ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟିଥିବାର ପ୍ରମାଣ ଲାଗିଛି ପୋଲିସ ହାତରେ।

ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ

‘‘ଅଭିଯୁକ୍ତ କେ. ଅଶ୍ୱିନୀ ଦୋରାଙ୍କୁ ରିମାଣ୍ଡରେ ନେବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି । ଏଥିରେ ବହୁତ ଲୋକଙ୍କର ମଧ୍ୟ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି । ସରକାର ଚାକିରୀ ମିଳିବ, କିନ୍ତୁ ଏଥି ପାଇଁ ମୁଣ୍ଡ ପିଛା ୧୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଉଛି । ଖୁବ୍‌ ଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।



ଶୀତ କାକରରେ ଚାଲିଥିବା ଧାରଣାକୁ ହୋଇଗଲା ୫୦ ଦିନ। ନିଯୁକ୍ତି ବେଳେ ତିନିମାସିଆ ଆଧାରରେ କାମରେ ଯୋଗ ଦେଇଥିଲେ ଏଏନଏମ କର୍ମୀମାନେ । କିନ୍ତୁ ଏବେ ସେମାନଙ୍କ ସ୍ଥାୟୀ ନିଯୁକ୍ତି ଓ ପୁନଃ ନିଯୁକ୍ତି ପାଇଁ ଦାବି ପଛରେ କିଛି ଲୋକଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଛି । ହେଲେ କିଏ ସତ କହୁଛି – ଆନ୍ଦୋଳନରତ ଏଏନଏମ କର୍ମୀମାନେ ନା ପୋଲିସ – ଏହାକୁ ନେଇ ବଢ଼ିଛି ଦ୍ଵନ୍ଦ୍ୱ ।
Published by: Anand Shankar Thankur Das
First published: January 13, 2021, 10:18 PM IST