ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକ ମାହାଙ୍ଗାରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ: ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ; ଜଣେ ଗିରଫ

କଟକ ମାହାଙ୍ଗାରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ: ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ; ଜଣେ ଗିରଫ

ମାହାଙ୍ଗା ଥାନାରେ ରୁଜୁ ହୋଇଥିବା ମାମଲା ମୁତାବକ ଏକ ନିର୍ଦ୍ଧିଷ୍ଟ କଲେଜରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିବା ଜଣେ ଛାତ୍ରୀଙ୍କୁ ଗତ ମେ ମାସରେ ଦୁଇ ଜଣ ସ୍ଥାନୀୟ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏବେ ରୁଜୁ ହେଲା ମାମଲା ।

କଟକ ମାହାଙ୍ଗାରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ: ଭିଡିଓ ଭାଇରାଲ କରିଥିଲେ ଅଭିଯୁକ୍ତ; ଜଣେ ଗିରଫ
କଟକ ମାହାଙ୍ଗାରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ
  • News18 Odia
  • Last Updated: September 11, 2021, 3:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନିଜ କାମ ପ୍ରକୃତିକୁ ଚରିତାର୍ଥ କରିବା ପାଇଁ ଏକ ଲୋମହର୍ଷଣକାରୀ କାଣ୍ଡ ଭିଆଇଛନ୍ତି କଟକ ମାହାଙ୍ଗା ଅଞ୍ଚଳ ଦୁଇ ଯୁବକ । ଜଣେ ସ୍ଥାନୀୟ କଲେଜ ଛାତ୍ରୀ ଦୁଷ୍କର୍ମ ଉଦ୍ୟମ କରିବା ସହ ସେହି ସମୟର ମୋବାଇଲ ଭିଡିଓ ଉଠାଇ ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ୍ କରିବା ପାଇଁ ମଧ୍ୟ ପଛାଇ ନାହାଁନ୍ତି ଏହି ଦୁଇ ଯୁବକ । ଏ ନେଇ ପୀଡ଼ିତା ଜଣଙ୍କ ମାହାଙ୍ଗା ଥାନାରେ ଦୁଇ ଜଣ ଅଭିଯୁକ୍ତଙ୍କ ନାମରେ ଏତଲା ଦାୟର କରିଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ମାହାଙ୍ଗା ଥାନାରେ ରୁଜୁ ହୋଇଥିବା ମାମଲା ମୁତାବକ ଏକ ନିର୍ଦ୍ଧିଷ୍ଟ କଲେଜରେ ଯୁକ୍ତ ଦୁଇ ଅଧ୍ୟୟନ କରୁଥିବା ଜଣେ ଛାତ୍ରୀଙ୍କୁ ଗତ ମେ ମାସରେ ଦୁଇ ଜଣ ସ୍ଥାନୀୟ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସ୍ଥାନୀୟ ଅଞ୍ଚଳର ଏକ ବନ୍ଦ ଘରେ ହୋଇଥିବା ଏହି କାଣ୍ଡକୁ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଅଜ୍ଞାତରେ ମୋବାଇଲ କ୍ୟାମେରାରେ ରେକର୍ଡ ମଧ୍ୟ କରିଥିଲେ । ପରବର୍ତ୍ତି ସମୟରେ ଏହି ଭିଡ଼ିଓଟିକୁ ଦେଖାଇ ଅଭିଯୁକ୍ତମାନେ ଅଗଷ୍ଟ ମାସରେ ପୀଡ଼ିତାଙ୍କୁ ବ୍ଲାକମେଲ୍ କରିବା ସହ ଭିଡ଼ିଓକୁ ଭାଇରାଲ କରିବାକୁ ଧମକ ଦେଇ ସମ୍ପୃକ୍ତ ଛାତ୍ରୀ ଜଣଙ୍କୁ ପୁଣି ଥରେ ଏକ ନିଛାଟିଆ ସ୍ଥାନକୁ ଡ଼ାକିଥିଲେ । ହେଲେ ଛାତ୍ରୀ ଜଣଙ୍କ ମନା କରି ଦେବାରୁ କିଛି ଦିନ ତଳେ ଅଭିଯୁକ୍ତମାନେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେଇଥିଲେ ।

ଏ ନେଇ କଟକ ଗ୍ରାମାଞ୍ଚଳ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ‘‘ନାବାଳିକା ଜଣଙ୍କ ଯେଉଁ ଏତଲା ଆମକୁ ଦେଇଛନ୍ତି ସେଥିରେ ସେ ଦୁଷ୍କର୍ମ ଉଦ୍ୟମ କଥା ଉଲ୍ଲେଖ କରିଛନ୍ତି । ଆମେ ଏତଲା ପାଇବା ପରେ ଏକ ମାମଲା ରୁଜୁ କରିଛୁ । ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି । ଶନିବାର ଉଭୟ ପୀଡ଼ିତା ଓ ଗିରଫ ଅଭିଯୁକ୍ତର ଡ଼ାକ୍ତରୀ ମାଇନା ହେବ । ଏହା ସହିତ ସିଆରପିସିର ଧାରା ୧୬୪ ଅନୁଯାଇ ଜଣେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ମଧ୍ୟ ନିଆଯିବ।’’

ମିଳିଥିବା ସୂଚନା ମୁତାବକ ଲୋକ ଲଜ୍ୟା ଓ ଅଭିଯୁକ୍ତଙ୍କ ଭୟରେ ପୀଡ଼ିତା ଜଣକ ଦିର୍ଘ ଦିନ ଧରି ଚୁପ ରହିଥିଲେ । ହେଲେ ପୀଡ଼ିତା ଜଣକ ସାହସ କରି ଶୁକ୍ରବାର ଦିନ ଚାଇଲ୍ଡ ଲାଇନକୁ ଏ ବାବଦରେ ଅବଗତ କରାଇଥିଲେ । ଖବର ପାଇ ଶୁକ୍ରବାର ସନ୍ଧ୍ୟାରେ ଚାଇଲ୍ଡ ଲାଇନର ଅଧିକାରୀମାନେ ପୋଲିସ ସହାୟତାରେ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଥାନାରେ ମାମଲା ଦାୟର କରାଇଥିଲେ ।

ଏହି ମାମଲାରେ କଟକ ଜିଲ୍ଲା ଚାଇଲ୍ଡ ଲାଇନର ସଂଯୋଜକ ନାରାୟଣ ଶୁକ୍ଳ କହିଥିଲେ, "ଦିନ ୧୧ଟା ବେଳେ ଆମେ ଏକ ଫୋନ କଲ୍ ପାଇଥିଲୁ, ଯେ ମାହାଙ୍ଗା ଥାନା ଅଧିନରେ ଥିବା ଏକ ଗାଁର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି । ଏହି ଘଟଣା ଘଟାଇଥିବା ଦୁଇ ଜଣ ଯୁବକ ସେହି ସମୟର ଏକ ଭିଡ଼ିଓ ଉଠାଇ ତାକୁ ଭାଇରାଲ ମଧ୍ୟ କରିଛନ୍ତି । ଖବର ପାଇବା ପରେ ଆମେ ପୋଲିସ ସହାୟତାରେ ଝିଅଟିକୁ ଉଦ୍ଧାର କରିଛୁ । ଆଉ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି ।"
Published by: Lipina Das
First published: September 11, 2021, 3:01 PM IST