ବିଦ୍ୟାଳୟ ପରିସରରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ସହ ଭାଈକୁ ଆକ୍ରମଣ
News 18 Odia Digital
ଯାଜପୁର; କଳିଙ୍ଗନଗର ଥାନା ଝୁମ୍ପାଣ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବର୍ଷାରୁ ରକ୍ଷା ପାଇବାକୁ ଝୁମ୍ପାଣ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେଇଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ତାଙ୍କ ନାବାଳକ ଭାଇକୁ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି । କୈଶଳକ୍ରମେ ଆକ୍ରମଣକାରୀଙ୍କ କବଳରୁ ପୀଡିତା ଜଣଙ୍କ ଖସିଯାଇଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ କଳିଙ୍ଗନଗର ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି । ଏବଂ ଘଟଣା ଘଟାଇଥିବା ପାଞ୍ଚଜଣ ଅଭିଯୁକ୍ତଙ୍କୁ ଥାନାରେ ପଚରାଉଚରା କରୁଛି ପୋଲିସ ।
ଆଦିବାସୀ ଅଞ୍ଚଳର ଭାଈ ଭଉଣୀ ଆନନ୍ଦପୁରରୁ ଡୁବୁରୀକୁ ଆସି ବସରୁ ଓହ୍ଲାଇବା ପରେ ନିକଟସ୍ଥ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । କିନ୍ତୁ ରାସ୍ତାରେ ବର୍ଷା ହେବାରୁ ସେ ନିକଟସ୍ଥ ଏକ ସ୍କୁଲ୍ ଘରେ ଆଶ୍ରୟ ନେଇଥିଲେ । ପରେ ୫ଜଣ ଯୁବକ ସ୍କୁଲରେ ପହଞ୍ଚି ସେମାନଙ୍କ ସହ ଅଶ୍ଳିଳ ବ୍ୟବହାର କରିଥିବା ସୂଚନା ମିଳିଛି । ଜୀବନ ବଞ୍ଚାଇବାକୁ ଉଭୟ ନାବାଳକ ଓ ନାବାଳିକାଏକ ବୁଦା ମୂଳେ ଆଶ୍ରୟ ନେଇଥିଲେ । ଅନ୍ଧାର କାରଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାପା ମାଆ ଛେଉଣ୍ଡ ଦୁଇ ଭାଈ ଭଉଣୀ । ପରେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସୂଚନା ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଉଭୟଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଡିଏସପି ପ୍ରମୋଦ ମଲ୍ଲିକ ଓ ଏସପି ରାହୁଲ ପିଆର ମଧ୍ୟ ଘଟଣା ସମ୍ପର୍କରେ ଖୋଳତାଡ଼ କରୁଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।