ସମ୍ବଲପୁର ଏସପି ଅଫିସ ସମ୍ମୁଖରେ ହିଟ୍ ଆଣ୍ଡ ରନ୍ ମାମଲା
News18 Odia Digital
ସମ୍ବଲପୁର: ସମ୍ବଲପୁରରେ ନିଜର ଶଳକ ଓ ଶ୍ବଶୁରକୁ ଗାଡ଼ି ଧକ୍କା କରି ମାରି ଦେବାକୁ ଉଦ୍ୟମ କରିଛି ଜଣେ ବ୍ୟକ୍ତି। କାର ଧକ୍କାରେ ଜଣେ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି।
ଏପରି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହର କଚେରୀ ଛକ ଠାରେ। ଅଭିଯୁକ୍ତ ପଞ୍ଜାନନ ଦାଶଙ୍କ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ତାଙ୍କ ବାପା ରାମଚନ୍ଦ୍ର ମହାପାତ୍ର, ଭାଇ ସୌମ୍ୟରଞ୍ଜନ ଓ ପୁଅଙ୍କ ସହିତ ପାରିବାରିକ ସମସ୍ୟା ନେଇ ସମ୍ବଲପୁର ଜିଲ୍ଲ ଓକିଲ ସଙ୍ଘ ନିକଟକୁ ଆସିଥିଲେ। ଏହି ସମୟରେ ସହର କଚେରୀ ଛକ ଠାରେ ବାଇକରେ ଛିଡ଼ା ହୋଇଥିବା ସମୟରେ ନିଜର ଶଳା ଓ ଶ୍ବଶୁରଙ୍କୁ ପଞ୍ଜାନନ ଦାଶ ଏକ କାରରେ ଧକ୍କା ଦେଇ ମାରି ଦେବାକୁ ଚେଷ୍ଠା କରିଥିଲେ। ଏହି ଘଟଣାର ଦୃଶ୍ୟ ସେଠାରେ ଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି।
ତେବେ ଏହି ଗାଡ଼ି ଧକ୍କାରେ ଶ୍ବଶୁର ରାମଚନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ସୌମ୍ୟରଞ୍ଜନ ଏହି ଧକ୍କା ଆହତ ହୋଇଥିଲେ। ଗଡି ଧକ୍କାରେ ସୌମ୍ୟରଞ୍ଜନ ଏସପିଙ୍କ ବାସ ଭଵନ ପାଚେରୀ ଅପର ପାର୍ଶ୍ବରେ ପଡ଼ିଥିଲେ। ଏହା ପରେ ଆହତ ସୌମ୍ୟରଞ୍ଜନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ତାଙ୍କ ଚିକିତ୍ସା କରାଯିବା ସହ ଗୋଡ ଭାଙ୍ଗି ଯାଇଥିବା ଜଣା ପଡ଼ିଥିଲା।
ଏହି ପରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଘଟଣା ସ୍ଥଳରେ କାବୁ କରି ମାଡ଼ ମାରିବା ସହ ପୋଲିସକୁ ଜିମା ଦେଇଥିବା ଜଣାପଡ଼ିଛି।
‘‘ପାରିବାରିକ ସମସ୍ୟା ନେଇ ଆମେ ଓକିଲ ସଙ୍ଘକୁ ଆସିଥିଲୁ। କିନ୍ତୁ ଯେଭଳି ଭାବେ ମୋର ବାପା ଓ ଭାଇଙ୍କୁ ଗାଡ଼ି ଧକ୍କା କରି ମାରି ଦେବାକୁ ଉଦ୍ୟମ କରିଛନ୍ତି ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳୁ,’’ କହିଛନ୍ତି ପଞ୍ଜାନନ ଦାଶଙ୍କ ସ୍ତ୍ରୀ ଚିନ୍ମୟୀ ମହାପାତ୍ର।
ତେଵେ ନିଜର ପାରିବାରିକ ବିବାଦ ପାଇଁ ନିଜ ଶଳା ଓ ଶ୍ବଶୁରଙ୍କୁ ମାରିଦେବାକୁ ଉଦ୍ୟମ କରୁଥିବା ଘଟଣାକୁ ନିନ୍ଦା କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ। ପଞ୍ଜାନନ ଦାଶ ପୋସାରେ ଜଣେ ଓକିଲ ହୋଇ ଥିବାରୁ ଓକିଲ ସଙ୍ଘ ତାଙ୍କୁ କାରଣ ଦର୍ଶଅ ନୋଟିସ ଜାରି କରିଛି।
ଏହା ସହ ଆଇନ ଅନୁସାରେ ପୋଲିସ ଉଚ୍ଚିତ ପଦକ୍ଷେପ ନେବା ପାଇଁ ଦାବି କରିଛି ଓକିଲ ସଙ୍ଘ। ଓକିଲ ସଙ୍ଘ କୌଣସି ଅପରାଧିକୁ ପ୍ରଶୟ ଦେଇ ନାହିଁ କି ଦେବ ନାହିଁ। ଏପରି ଅପରାଧିକ କାର୍ଯ୍ୟ କରିଥିବାରୁ ପଞ୍ଜାନନ ଦାଶଙ୍କୁ ଓକିଲ ସଙ୍ଘରୁ ନିଲମ୍ବନ କରାଯିବା ସହ କାରଣ ଦର୍ଶାଅ ନୋଟିସ ଦିଆଯାଇଛି ବୋଲି ବରିଷ୍ଠ ଆଇନଜୀବୀ ପ୍ରମୋଦ ରଥ କହିଛନ୍ତି।
ଏହି ଘଟଣାରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ଭିଣୋଇ ପଞ୍ଚାନନ ଦାଶଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି। ଅନ୍ୟ ପକ୍ଷରେ କାର ଧକ୍କା ଯୋଗୁ ଏସପିଙ୍କ ବାସ ଭଵନ ପାଚେରୀ ମଧ୍ୟ କ୍ଷତି ଗ୍ରସ୍ଥ ହୋଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।