ବାଇକ୍‌ ପାର୍କିଂକୁ ନେଇ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ; ଭିଡିଓ ଭାଇରାଲ୍; ୫ ଗିରଫ

ଜୀବନ ବଞ୍ଚାଇବା ପାଇଁ ପୀଡ଼ିତ ଯୁବକ ଗୋଟେ ବାଇକର ସାଇଡରେ ପଶି ଯାଇଥିଲେ, ହେଲେ ଆକ୍ରମଣକାରୀ ତାଙ୍କୁ ଛାଡ଼ି ନ ଥିଲେ । ସେମାନଙ୍କ କବଳରୁ ନିଜ ପୁଅକୁ ବଞ୍ଚାଇବାକୁ ଚ଼େଷ୍ଟା କରି ତାଙ୍କ ମାଆ ବି ଆକ୍ରମଣର ଶିକାର ହୋଇଥିଲେ ।

ବାଇକ୍‌ ପାର୍କିଂକୁ ନେଇ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ; ଭିଡିଓ ଭାଇରାଲ୍; ୫ ଗିରଫ
ସିସିଟିଭି କ୍ୟାମେରାରୁ ମିଳିଥିବା ଭିଡିଓର ଏକ ଦୃଶ୍ୟ
  • News18 Odia
  • Last Updated: February 7, 2020, 2:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବାଇକ୍‌ ପାର୍କିଂ ପରି ସାମାନ୍ୟ ମାମଲାକୁ ନେଇ ବ୍ରହ୍ମପୁରରେ ଜଣେ ଯୁବକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ସମଗ୍ର ଆକ୍ରମଣର ଭିଡିଓ ସିସିଟିଭି କ୍ୟାମେରାରେ କ୍ୟାପ୍ଚର୍‌ ହୋଇ ମିଳିଛି, ଯାହାକୁ ଦେଖିଲେ ଛାତି ଥରିଉଠିବ । ଭାବି ହେବ ନାହିଁ ଯେ ସାଧାରଣ ମଣିଷ ଏତେ ହିଂସ୍ର ହୋଇପାରେ ।

ବ୍ରହ୍ମପୁରର ପଣ୍ଡା କଲୋନୀରେ ଘଟିଥିବା ଏହି ଜଘନ୍ୟ କାଣ୍ଡର ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖିହେଉଛି କେମିତି ଚ଼ାରି ଜଣ  ଯୁବକ ଜଣେ ଯୁବକଙ୍କୁ ତାଙ୍କ ମାଆଙ୍କ ସାମନାରେ ଆକ୍ରମଣ କରୁଛନ୍ତି । କ୍ରିକେଟ୍‌ ବ୍ୟାଟରେ ତାଙ୍କୁ ନିର୍ମମ ଭାବେ ବାଡ଼େଇ ଚ଼ାଲିଛନ୍ତି ଆଉ ତାଙ୍କ ଉପରେ ଖଣ୍ଡା ବି ବ୍ୟବହାର କରିଛନ୍ତି ।

ଜୀବନ ବଞ୍ଚାଇବା ପାଇଁ ପୀଡ଼ିତ ଯୁବକ ଗୋଟେ ବାଇକର ସାଇଡରେ ପଶି ଯାଇଥିଲେ, ହେଲେ ଆକ୍ରମଣକାରୀ ତାଙ୍କୁ ଛାଡ଼ି ନ ଥିଲେ । ସେମାନଙ୍କ କବଳରୁ ନିଜ ପୁଅକୁ ବଞ୍ଚାଇବାକୁ ଚ଼େଷ୍ଟା କରି ତାଙ୍କ ମାଆ ବି ଆକ୍ରମଣର ଶିକାର ହୋଇଥିଲେ ।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀ ନିକଟରେ ଏକ ବାଇକ ପାର୍କିଂକୁ ନେଇ ଜାନୁଆରୀ ୨୮ ତାରିଖରେ ହୋଇଥିଲା ଏହି ଗଣ୍ଡଗୋଳ । ଘଟଣାର ଲାଇଭ ଭିଜୁଆଲ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ରାଜା ମିଶ୍ର । ତାଙ୍କୁ ଆକ୍ରମଣ କରିଥିବା ଯୁବକମାନଙ୍କୁ ପୋଲିସ ଚ଼ିହ୍ନଟ କରିସାରିଛି । ସେମାନେ ହେଲେ ଆଶିଷ ମହାରଣା, ପିଣ୍ଟୁ ବେହେରା, ସୁନୀଲ ମହାରଣା ଓ କାଳିଆ ସାହୁ । ଏହି ଘଟଣାରେ ଆକ୍ରମଣକାରୀ ଚ଼ାରି ଜଣଙ୍କ ସହ ଆକ୍ରମଣର ଶିକାର ହୋଇଥିବା ରାଜାକୁ ବି ଗିରଫ କରିଛି ପୋଲିସ ।

ଘଟଣା ବିଷୟରେ ବିସ୍ତୃତ ବିବରଣୀ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ, ହେଲେ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରେ ସୁନୀଲ ମହାରଣା ନିଜ ବାଇକ୍‌ ରଖିଥିବା ସମୟରେ ରାଜା ଆସି ତାଙ୍କୁ ଗାଳିଗୁଲଜ କରିଥିବାରୁ ସୁନୀଲ ଓ ତାଙ୍କ ସାଙ୍ଗମାନେ ରାଜାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଜଣା ପଡ଼ିଛି ।
First published: February 7, 2020, 2:05 PM IST
corona virus btn
corona virus btn
Loading