News18 Odia Digital
ବ୍ରହ୍ମପୁର: ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼ କରିଥିବା ଯୁବକଙ୍କୁ ଚିହ୍ନଟ କରିବା କାଳ ହେଲା। ଷ୍ଟେଜକୁ ପଥର ମାଡ଼ କରିଥିବା ବ୍ୟକ୍ତିକୁ ଚି଼ହ୍ନଟ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ।
ଚିହ୍ନଟ କରିଥିବା ବ୍ୟକ୍ତି କାଳେ ସମସ୍ତଙ୍କୁ ନାଁ କହିଦେବେ ସେଥିପାଇଁ ଡରିଯାଇଥିଲେ ଆକ୍ରମଣକାରୀ। ଚିହ୍ନଟ କରିଥିବା ବ୍ୟକ୍ତିଙ୍କୁ ଡାକି ବେକ କାଟି ଦେବା ସହ ମୁଣ୍ଡରେ ଏକ ପଥର ଛେଚି କୂଅରେ ପକାଇ ଦେଇଥିଲେ। ଆକ୍ରମଣର ଶିକାର ବ୍ୟକ୍ତିଜଣକ ଏବେ ମରଣ ସହ ସଂଘର୍ଷ କରୁଥିବା ବେଳେ ଆକ୍ରମଣକାରୀ ଫେରାର ହୋଇ ଯାଇଛନ୍ତି।
ମଞ୍ଚ ଉପରେ ପପୁ ପମପମଙ୍କୁ ପଥର ମାଡ଼; ଅଧାରୁ ଛାଡ଼ି ପଳାଇଲେ ହାସ୍ଯ ଅଭିନେତାଟେକା ମାରିଥିବା ବ୍ୟକ୍ତି ଟୁନା ବେହେରାଙ୍କୁ ପୂଜା କମିଟିରେ ଥିବା ଗୋପାଳ ବେହେରା ଚିହ୍ନଟ କରିବାରୁ ଟୁନା ଆକ୍ରମଣ କରିଛି ଗୋପାଳକୁ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଗୋପାଳଙ୍କ ପରିବାର ଲୋକେ।ଗାଁ ସଭାରେ କହିଦେବେ କାଳେ ତେଣୁ ଷ୍ଟେଜକୁ ପଥର ମାଡ଼ କରିଥିବା ବ୍ୟକ୍ତି ଜଣକ ପ୍ରମାଣ ନଷ୍ଟ କରିବା ପାଇଁ ଚି଼ହ୍ନଟକାରୀ ତଥା ସୁରଳ ଗ୍ରାମର ଗୋପାଳ ବେହେରାକୁ ଘରୁ ଡାକି ଆକ୍ରମଣ କରିବା ସାଙ୍ଗକୁ ତଣ୍ଟିକୁ ଛୁରୀ ମାରି ଏକ କୂଅରେ ଫିଙ୍ଗିଦେଇ ପଥର ଛେଚିଥିବା ଅଭିଯୋଗ ହୋଇଛି। ଗୁରୁତର ଗୋପାଳକୁ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଏହି ଘଟଣା ଗତ ସୋମବାର ରାତ୍ର ୧୦ଟା ବେଳେ ଘଟିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଗୋଳନ୍ଥରା ଥାନାରେ ଲିଖିତ ଏତଲା ହୋଇଛି। ଟୁନା ବେହେରା ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଗ୍ରାମରେ ଅଭାବନୀୟ ଘଟଣା। ଗତ ୧୭ ତାରିଖ ଶିବରାତ୍ରୀ ଦିନ ସେଲିବ୍ରେଟି ପପୁ ପମପମ ସୁରଳ ଆସି ଷ୍ଟେଜ ସୋ କରିଥିଲେ। ସୋ ଆରମ୍ଭ କରିବାର ଅଧଘଣ୍ଟା ପରେ ଜଣେ ଯୁବକ ଷ୍ଟେଜକୁ ପଥରମାଡ଼ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।