ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ । ଜେଲ ଭିତରେ ପପୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।
News 18 Odia Digital
ପୁରୀ; ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ । ଜେଲ ଭିତରେ ପପୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ କାହିଁକି ଏହି ଘଟଣା ଘଟିଲା ତାର ତଦନ୍ତ ଚାଲିଛି ବୋଲି ପୁରୀ ଜେଲ ସୁପରିଣ୍ଟେଣ୍ଡ୍ ସୂଚନା ଦେଇଛନ୍ତି । ଗତ ୨୩ ତାରିଖରେ ଦାଦାବଟି ଆଦାୟ ମାମଲାରେ ସମୁଦ୍ରକୂଳ ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା ।

ପୂର୍ବରୁ ପପୁ ବରାଳ ନାମରେ ମାମଲା ଟାଉନଥାନା ଓ ସି ବିଚ୍ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ଏ ନେଇ ପୁରୀ ପୋଲିସ ପକ୍ଷରୁ ତା ନାଁରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲା । ୪୫ ବର୍ଷୀୟ ପପୁର ଅନ୍ୟ ନାମ ହେଉଛି ଧୀରେନ୍ଦ୍ର ନାଥ ବରାଳ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।