News18 Odia Digital
ପୁରୀ: ପୁରୀରେ ହଣାହଣି । କିଛି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି । ଆଜି ଭୋର ସମୟରେ ପୁରୀ ମାର୍କେଟ ଛକରେ ଦୁଇ ଗୋଷ୍ଠୀ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ଆଜି ବଡ଼ଦାଣ୍ଡ ମାର୍କେଟ ଛକରେ ଏଭଳି ଘଟଣା ହୋଇଛି ।
ମାର୍କେଟ ଛକରୁ କ୍ଷତବିକ୍ଷତ ଅବସ୍ଥାରେ ୩ ଯୁବକ ଉଦ୍ଧାର କରିଛି ପୁରୀ ପୋଲିସ । ଜଣେ ଗୋଷ୍ଠୀର କିଛି ଯୁବକ ଅନ୍ୟ ଗୋଷ୍ଠୀର ଯୁବକଙ୍କ ବେକ, ମୁଣ୍ଡକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଗୁରୁତର ଯୁବକଙ୍କୁ ପ୍ରଥମେ ପୁରୀ ମେଡିକାଲ ନିଆଯାଇଥିଲା । ସେମାନଙ୍କ ମଧ୍ଯରୁ ଜଣେ ଗୁରୁତର ହୋଇପଡିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରୁ ପୋଲିସ ପିସିଆର ଭ୍ଯାନ ଯୋଗେ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଘଟଣାସ୍ଥଳରୁ ଅପରାଧୀମାନେ ଫେରାର ଅଛନ୍ତି । ପୁରୀ ଥାନା ଆଇଆଇସି ଓ କୁ୍ମ୍ଭାରପଡା ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆହାତମାନଙ୍କ ସହ କଥା ହୋଇଛି ପୋଲିସ । ପରିବାରବର୍ଗଙ୍କ ସହ ଆଲୋଚନା କରିଛି ଚଢାଉ ଆରମ୍ଭ କରିଛି ପୋଲିସ ।
ପୁରୀ ପୋଲିସକୁ ଖୋଲ ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଉଛନ୍ତି ଅପରାଧୀ । ସାହି ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସେବାୟତଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଛି । ଯାହାକୁ ନେଇ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଅତର୍କିତ ଆକ୍ରମଣ ହୋଇଥିବାବେଳେ ଆଜି ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି । ପ୍ରତିଦିନ ବଡଦାଣ୍ଡ ଦେଇ ଲକ୍ଷଲକ୍ଷ ଦର୍ଶକ ଯିବା ଆସିବା କରୁଛନ୍ତି । ଏଭଳି ପରିସ୍ଥିତିରେ ଏକ ପ୍ରକାର ଶଙ୍କା ସୃଷ୍ଟି ହେବ । ପୋଲିସର ବାରମ୍ବାର ପାଟ୍ରୋଲିଂ ସତ୍ତ୍ୱେ ଏଭିଳ ଆକ୍ରମଣକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।