Bhubaneswar
ଭୁବନେଶ୍ବର: ରାଜଧାନୀ(Bhubaneswar)ରେ ପେଟ୍ରୋଲ ପମ୍ପ(Petrol Pump)ରେ ଆତଙ୍କରାଜ । ଫାର୍ସା ବୁଲାଇ ଆତଙ୍କ ଖେଳାଇଲେ ଯୁବକ । ଭୁବନେଶ୍ବର କଳ୍ପନା ଛକ ପେଟ୍ରୋଲ ପମ୍ପରେ ସୋମବାରରେ ଘଟିଛି ଏଭଳି ଘଟଣା ।
ଗାଡିରେ ପେଟ୍ରୋଲ ପକାଇବାକୁ ନେଇ ପ୍ରଥମେ ଯୁକ୍ତିତର୍କ ପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ। ୩ ଜଣ ଯୁବକ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
PETROL DIESEL PRICE: ବାହାରକୁ ଯିବା ଆଗରୁ ଚେକ କରନ୍ତୁ ଆଜିର ପେଟ୍ରୋଲ ଦରଆକ୍ରମଣରେ ପେଟ୍ରୋଲ ପମ୍ପର ୩ ଜଣ କର୍ମଚାରୀ, ଜଣେ ଗ୍ରାହକ ଆହତ ହୋଇଥିବା ବେଳେ ସେମାନଙ୍କୁ କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟ ଧରି ଆତଙ୍କରାଜ ଚଳାଇଥିଲେ ଅଭିଯୁକ୍ତ । ଆକ୍ରମଣକାରୀଙ୍କୁ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକ କାବୁ କରିବା ପରେ ପୁଲିସର ଜିମା ଦେଇଛନ୍ତି । ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ପୂରା ଘଟଣା । ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ଗଣ୍ଡଗୋଳ ପରେ ସେହି ପେଟ୍ରୋଲ ଟାଙ୍କିକୁ ବନ୍ଦ କରିଦିଆଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।