ହରିୟାଣାରୁ ଆସି ଭୁବନେଶ୍ୱର ଓ ଆଖପାଖରେ ୪୮ ଘଣ୍ଟାରେ ୧୧ଟି ATMରୁ ଲୁଟିଥିଲେ ଟଙ୍କା, ଧରା ପଡ଼ିଲେ

ଏହି ଲୁଟେରାମାନଙ୍କ ଉପାୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଏକ ଷ୍ଟିଲ୍ ପାତିଆକୁ ବ୍ୟବହାର କରି ଏ.ଟି.ଏମ୍. ଭିତରୁ ସେମାନେ ଟଙ୍କା ଗାଏବ୍ କରୁଥିଲେ । ତାଙ୍କ ଟାର୍ଗେଟରେ ଥିଲା SBIର ଏ.ଟି.ଏମ୍.ଗୁଡ଼ିକ ।

ଗିରଫ ତିନି ଲୁଟେରା

ଗିରଫ ତିନି ଲୁଟେରା

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ଗିରଫ ହୋଇଥିବା ତିନି ଜଣ ହାଇ-ପ୍ରୋଫାଇଲ୍‌ ଏ.ଟି.ଏମ୍. ଲୁଟେରାଙ୍କୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରି ସେମାନଙ୍କ ଅଭିନବ ପଦ୍ଧତିକୁ ନିଜ ଆଖିରେ ଦେଖିଛନ୍ତି କମିଶନରେଟ ପୋଲିସର ଅଧିକାରୀମାନେ । ସୋମବାର ଗଜପତି ନଗରରେ ଗୋଟିଏ ଏସ୍‌.ବି.ଆଇ. ଏ.ଟି.ଏମ୍‌.କୁ ପୋଲିସ ଏହି ତିନି ଲୁଟେରାଙ୍କୁ ନେବା ପରେ ସେମାନେ ନିଜ ଲୁଟ୍‌ ଉପାୟର ଡେମୋ ଦେଖାଇଥିଲେ । ତିନି ଜଣଙ୍କୁ କୋର୍ଟ ଚାଲାଣ କରିବା ପରେ ଜେଲ୍‌ ପଠାଇଛି ପୋଲିସ ।

ଗିରଫ ତିନି ଲୁଟେରା ହେଲେ ହରିଆଣାର ମହମ୍ମଦ ସଲମାନ (୧୮), କାଫାୟିତ୍‌ (୩୫) ଓ ରାଜ କୁମାର ତନୱର (୩୧) । ସେମାନଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କର ୧୩ଟି ଏ.ଟି.ଏମ୍. କାର୍ଡ଼ ସହ ପାଞ୍ଚଟି ଷ୍ଟିଲ୍‌ ପ୍ଲେଟ୍‌, ଏକ ଦାମୀ କାର୍ ଓ ୯୦ ହଜାର ଟଙ୍କା ଜବତ କରିଛି ପୋଲିସ ।

ଏହା ବି ପଢ଼ନ୍ତୁ | ନାବାଳିକାକୁ ରେପ୍ କରିଥିଲେ ମେଘାଳୟର ଏହି ପୂର୍ବ MLA; ତାଙ୍କୁ ମିଳିଲା ୨୫ ବର୍ଷ ଜେଲ୍ ଦଣ୍ଡ

“ଗିରଫ ଲୁଟେରାମାନଙ୍କ ମାଷ୍ଟରମାଇଣ୍ଡ ଥିଲା ୧୮ ବର୍ଷୀୟ ସଲମାନ୍‌ । ଦିନରେ ଦାମୀ କାରରେ ବୁଲି ସହରର ବିଭିନ୍ନ ଅଞ୍ଚଳର ଏ.ଟି.ଏମ୍‌. ଦେଖୁଥିଲେ ଏମାନେ, ଆଉ ରାତି ହେଲେ ନିଜ ଲୁଟ୍‌ ଅପରେସନ୍ ଆରମ୍ଭ କରୁଥିଲେ । ଏମାନଙ୍କ ଫୋକସରେ ଥିଲା ଏସ୍‌.ବି.ଆଇ.ର ଏ.ଟି.ଏମ୍.ଗୁଡ଼ିକ । ଗତ ୨୩ରୁ ୨୫ ତାରିଖ ମଧ୍ୟରେ କଟକ- ଭୁବନେଶ୍ୱରର ୧୧ଟି ଏ.ଟି.ଏମ୍.ରୁ ଏମାନେ ଲୁଟ୍‌ କରିଛନ୍ତି ଏକ ଲକ୍ଷରୁ ଅଧିକ ଟଙ୍କା । ଭୁବନେଶ୍ୱରର ପାଞ୍ଚଟି ଏ.ଟି.ଏମ୍.ରୁ ୫୭ ହଜାର ୫ ଶହ ଟଙ୍କା ଲୁଟିଛନ୍ତି,” କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଲୁଟେରାମାନଙ୍କ ବିଷୟରେ କହୁଛନ୍ତି ଡିସିପି ଉମାଶଙ୍କର ଦାଶ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣି ଗର୍ଭବତୀ ହୋଇଛନ୍ତି? ତାଜା ଫଟୋରୁ ଜନ୍ମ ହେଲା କଳ୍ପନା ଜଳ୍ପନା

ଏହି ଲୁଟେରାମାନଙ୍କ ଉପାୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଏକ ଷ୍ଟିଲ୍‌ ପାତିଆକୁ ବ୍ୟବହାର କରି ଏ.ଟି.ଏମ୍‌. ଭିତରୁ ସେମାନେ ଟଙ୍କା ଗାଏବ୍‌ କରୁଥିଲେ । ଗିରଫ ହେବା ପରେ ସେମାନଙ୍କ ପାଖରୁ ଲୁଟରେ ବ୍ୟବହୃତ ପାଞ୍ଚଟି ଷ୍ଟିଲ୍‌ ପାତିଆ ପୋଲିସ ଜବତ କରିଛି । ଲୁଟେରାମାନେ ବ୍ୟବହାର କରୁଥିବା ଗାଡି଼କୁ ମଧ୍ୟ ସେମାନେ ଲୁଟ୍‌ ଟଙ୍କାରେ କିଣିଥିବା ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | ଯିବେ କୁଆଡ଼େ ଆଫଗାନ୍ଶରଣାର୍ଥୀମାନେ? ଅଧିକାଂଶ ମୁସଲିମ୍ଦେଶ ସେମାନଙ୍କୁ ନେବାକୁ ଚାହୁଁନାହାନ୍ତି

“ଏ.ଟି.ଏମ୍‌.ରୁ ଟଙ୍କା ବାହାରୁଥିବା ସ୍ଥାନରେ ଏହି ଲୁଟେରାମାନେ ଏକ ଷ୍ଟିଲ୍‌ ପାତିଆ ଲଗାଇ ଦିଅନ୍ତି । ତା’ ଫଳରେ ଟଙ୍କା ଉଠାଇବାକୁ ଯାଇଥିବା ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଡେବିଟ୍‌ ତ ହେବ, ହେଲେ କ୍ୟାସ୍‌ ନ ବାହାରି ସ୍କ୍ରିନରେ ଏରର୍‌ ବୋଲି ଲେଖିବ । କିଛି ସମୟ ପରେ ଲୁଟେରା ଯାଇ ସେହି ଟଙ୍କାକୁ ନେଇ ଆସିବେ । ଏଭଳି ଉପାୟରେ ପୁରୀ, କଟକ ଓ ଭୁବନେଶ୍ୱରରେ ଲୁଟ୍‌ କରୁଥିଲେ ଗିରଫ ହୋଇଥିବା ତିନି ଜଣ ଲୁଟେରା,” କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାଖୀ ପୂର୍ଣ୍ଣିମାରେ ସାପକୁ ରାଖୀ ପିନ୍ଧାଉଥିଲେ ଯୁବକ; ସାପ କାମୁଡ଼ାରେ ପ୍ରାଣ ଗଲା

ଗିରଫ ଲୁଟେରାମାନଙ୍କୁ ନେଇ କ୍ରାଇମ୍‌ ସିନର ରିକ୍ରିଏସନ୍‌ କରିବା ବେଳେ ସେମାନେ ଏ.ଟି.ଏମ୍.ରେ କେମିତି କଳାକନା ବୁଲାଉଥିଲେ ତା’ର ଡେମୋ ଦେଖାଇଥିଲେ । ତିନି ଜଣ ଯାକ ଲୁଟେରା ହରିୟାଣାର ବାସିନ୍ଦା ହୋଇଥିବାରୁ କମିଶନରେଟ ପୋଲିସ ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛି । ଆବଶ୍ୟକତା ପଡି଼ଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ହରିୟାଣା ଯିବ ବୋଲି କହିଛି ପୋଲିସ ।

ଏହା ବି ପଢ଼ନ୍ତୁ | Amazon ପାଖରେ ଅଛି ଗୁପ୍ତ ୱେବସାଇଟ୍; ଅଧାରୁ ବି କମ୍ ଦାମରେ କିଣିପାରିବେ ବିଭିନ୍ନ ସାମଗ୍ରୀ

ଏ.ଟି.ଏମ୍. ମେଣ୍ଟେନାନ୍ସ ସଂସ୍ଥାମାନେ ଅଭିଯୋଗ କରିଥିଲେ ଯେ ପୁରୀ, କଟକ ଓ ଭୁବନେଶ୍ୱରରୁ ଗତ ଛଅ ମାସ ମଧ୍ୟରେ କେତେକ ଗ୍ୟାଙ୍ଗ୍‌ ୮ କୋଟି ଟଙ୍କା ହଡ଼ପ କରିଛି । ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରୁଛି କମିଶନରେଟ ପୋଲିସ ।



ଅଗଷ୍ଟ ୨୫ ତାରିଖରେ ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକ ନିକଟରେ ଥିବା ଏସ୍‌.ବି.ଆଇ. ଏ.ଟି.ଏମ୍‌.ରୁ ଲୁଟ୍‌ କରୁଥିବା ବେଳେ ଦୁଇ ଜଣ ଲୁଟେରାଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ଉଭୟଙ୍କୁ ଧରି ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା ।
Published by:Anand S.T. Das
First published: