ଭୁବନେଶ୍ବରରେ ଲୁଟେରାଙ୍କ ଦୌରାତ୍ମ୍ୟ
- News18 Odia
- Last Updated :
- Bhubaneswar, India
News18 Odia Digital
Bhubaneswar: ପିସିଆର ଭ୍ୟାନ ଭାଙ୍ଗିଲେ ଏଟିଏମ ଲୁଟେରା । ୩ ଘଣ୍ଟା ଧରି ପୋଲିସକୁ ଚକମା ଦେଇ ଚକ୍କର କାଟିଲେ । ପରେ ପୋଲିସ ଭ୍ୟାନକୁ ଭାଙ୍ଗି ଛୁ ମାରିଲେ । ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଅଂଚଳରେ । ଏଟିଏମକୁ ଲୁଟ ପାଇଁ ଯାଇଥିବା ଏକ ଗ୍ୟାଙ୍ଗକୁ କାବୁ କରିବାକୁ ଯାଇ ପୋଲିସ ହୋଇଛି ଅସୁବିଧାର ସମ୍ମୁଖୀନ । ପୋଲିସକୁ ଚକ୍ମା ଦେଇ ପ୍ରଥମେ ପୋଲିସ ଭ୍ୟାନ ଭାଙ୍ଗିଲେ । ଗ୍ୟାଙ୍ଗରେ ୭ରୁ ୮ଜଣ ଲୁଟେରା ଥିଲେ ।
ଲୁଟେରାମାନେ ପିକଅପ ଭ୍ୟାନ୍ ନେଇ ଆସିଥିଲେ । ପୋଲିସ ପିଛା କରିବାରୁ ରାତିରେ ପୋଲିସକୁ ଚକ୍କର କଟାଇଲେ । ଆଉ ଶେଷରେ ଗାଡ଼ି ଛାଡ଼ି ଛୁ ମାରିଲେ । ଗାଡ଼ିରୁ ଗ୍ୟାସ କଟର, ଲୁହ ରଡ଼, ମୁଖା ଜବତ ହୋଇଛି । ଫେରାର ଲୁଟେରାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।....
Published by:nihar panda
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।