ଭିକାରି ମହାନ୍ତି | News18 Odia Digital
ଅନୁଗୁଳ: ବାଘୁଣୀ ସୁନ୍ଦରୀ ଫେରିଯିବା ପରେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ପାଳିତ ହୋଇଛି ‘ବିଜୟ ଦିବସ’ । ଆଠମଲ୍ଲିକ ଠାରୁ ନରସିଂହପୁର ପର୍ଯ୍ୟନ୍ତ ଶତାଧିକ ଗାଁରେ ଲୋକେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହ ଘଣ୍ଟ ଖୋଲ ତାଳ ବଜାଇ ଉତ୍ସବ ମନାଇଛନ୍ତି । ଗାଁ ଗାଁରେ ସ୍ପଷ୍ଟ ଦିଶୁଛି ଖୁସିର ବାତାବରଣ ।
ଏହା ବି ପଢ଼ନ୍ତୁ | ନିଜ ବୟଫ୍ରେଣ୍ଡକୁ ସୁପାରୀ ଦେଇ ହତ୍ୟା କରାଇଲା; ହତ୍ୟାକାରୀକୁ କହିଲା ସେ ପାଇବ ₹୧.୫ ଲକ୍ଷ ଓ ସେକ୍ସଦୁଇ ବର୍ଷରୁ ଅଦିକ ସମୟ ସାତକୋଶିଆରେ ରହିବା ପରେ ବାଘୁଣୀ ସୁନ୍ଦରୀ ଫେରିଯାଇଛି ମଧ୍ୟ ପ୍ରଦେଶ । ଏହି ନରହନ୍ତା ବାଘୁଣୀକୁ ଏଠାରୁ ତୁରନ୍ତ ଫେରାଇ ନେବାକୁ ଅଞ୍ଚଳବାସୀ ବହୁବାର ଦାବି କରିଥିଲେ । ବିକ୍ଷୋଭ ଓ ଆନ୍ଦୋଳନ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଯେଉଁ କାରଣ ପାଇଁ ସୁନ୍ଦରୀକୁ ଫେରାଇ ନିଆଯାଉ ପଛେ, ସାତକୋଶିଆ ଅଞ୍ଚଳବାସୀ ଯାହା ଚାହୁଁଥିଲେ ଶେଷରେ ତାହା ହୋଇଥିବାରୁ ସେମାନେ ଭାରି ଖୁସି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବାପା ଓ ମା’ ଦୁର୍ଘଟଣାରେ ଆହତ ହେଲେ; କୁନି ଝିଅଟିକୁ ହୋମ୍ ଗାର୍ଡ଼ କୋଳରେ ଧରି ବୁଲାଇଲାଶୁକ୍ରବାର ଦିନ ଅଞ୍ଚଳବାସୀ ପାଳନ କରିଛନ୍ତି ‘ବିଜୟ ଦିବସ’। ସାତକୋଶିଆ ଭିତରେ ଓ ତା’ ଚତୁଃପାର୍ଶ୍ୱରେ ଥିବା ଶହେରୁ ଅଧିକ ଗାଁରେ ଲୋକେ ପାଳିଛନ୍ତି ଉତ୍ସବ। ମହିଳାମାନେ ଗାଁ ଦାଣ୍ଡରେ ଦୀପ ଜାଳି ହୁଳହୁଳି ପକାଇଇଛନ୍ତି । ପୁରୁଷମାନେ ଦଳ ଦଳ ହୋଇ ନାମ ସଂକୀର୍ତ୍ତନ ଓ ଭଜନ ଆଦି କରିଛନ୍ତି । ବିଭିନ୍ନ ପ୍ରକାର ବାଣରେ ପୂରି ଉଠିଛି ଗାଁ ଦାଣ୍ଡ । ଅନେକ ଗାଁରେ ଲୋକେ ଗାଁ ଦାଣ୍ଡରେ ଠାକୁର ସ୍ଥାପନ କରି ପୂଜାପାଠ କରିଛନ୍ତି । ହରିବୋଲ ହୁଳହୁଳି ଶବ୍ଦରେ ଫାଟି ପଡିଛି ଗାଁ ପରେ ଗାଁ।

ଗୋଟିଏ ଗାଁରେ ପୁରୁଷଲୋକେ ନାମ ସଙ୍କୀର୍ତ୍ତନ କରୁଛନ୍ତି ।
ସୁନ୍ଦରୀ ଦୁଇ ଦୁଇଟି ମଣିଷ ମାରି ଖାଇବା ପରେ ଲୋକଙ୍କ ମଧ୍ୟରେ ତାକୁ ନେଇ ଭୟ ଓ ଆତଙ୍କ ଖେଳି ଯାଇଥିଲା । ତାକୁ ଏନକ୍ଲୋଜର୍ ଭିତରେ ରଖାଯାଇଥିଲେ ମଧ୍ୟ ପୁଣି ଜଙ୍ଗଲ ଭିତରକୁ ଛଡ଼ାଯିବ ବୋଲି ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ଥିଲା । ସୁନ୍ଦରୀକୁ ଜଙ୍ଗଲ ଭିତରେ ଛାଡି଼ଲେ ପୁଣି ପୂର୍ବ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେମାନେ ଭୟ କରୁଥିଲେ । ଲୋକେ ଜଙ୍ଗଲ ଭିତରକୁ ଆଉ ଯାଇ ପାରିବେ ନାହିଁ ଓ ନିଜ ଜମିକୁ ଯାଇ ଚାଷ କାର୍ଯ୍ୟ କରିପାରିବେ ନାହିଁ ବୋଲି ଆଶଙ୍କା କରୁଥିଲେ । ତେଣୁ ଅଞ୍ଚଳବାସୀ ଆଉ ଏଠାରେ ବାଘ ନ ଛାଡି଼ବାକୁ ବନ ବିଭାଗକୁ କଡ଼ା ଚେତାବନୀ ଦେଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO“ଆମର ଦୀର୍ଘ ଦିନର ଦାବି ପୂରଣ ହୋଇଛି। ସୁନ୍ଦରୀକୁ ପୁଣି ଥରେ ଜଙ୍ଗଲ ଭିତରକୁ ଛଡ଼ାଯିବା ଆଶଙ୍କାରେ ଆମେ ଯେଉଁ ଭୟ ଓ ଆତଙ୍କରେ ଦିନ କାଟୁଥିଲୁ ତା’ର ସମାପ୍ତି ଘଟିଛି । ସେଥିପାଇଁ ଆଜିର ଏ ବିଜୟ ଉତ୍ସବ,’’ କହିଛନ୍ତି ସାତକୋଶିଆ ପ୍ରଜା ସୁରକ୍ଷା ସମିଟିର ସଭାପତି ଦନାର୍ଦନ ସାହୁ ।
ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍ସ୍ଥାନୀୟ ବାସିନ୍ଦା ଝୁନୁଲତା ପ୍ରଧାନ କହିଛନ୍ତି, “ସାତକୋଶିଆରେ ସରକାର ବାଘ ଛାଡିଲେ। ବାଘ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। ହେଲେ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା କଥା ଭୁଲିଗଲେ । ଆମେ ଜଙ୍ଗଲ ଅଞ୍ଚଳର ଅଧିବାସୀ। ଜଙ୍ଗଲ ଆମର ସବୁ କିଛି । କିନ୍ତୁ ବାଘ ଛାଡି଼ବା ଯୋଗୁଁ ଆମେ ନିଜ ଜୀବିକା ହରାଇ ଥିଲୁ । ଏବେ ଆମେ ବହୁତ ଖୁସି ।’’
ସୁନ୍ଦରୀ ଫେରିଯିବା ପରେ ଲୋକଙ୍କ ମନରୁ ଭୟ ଓ ଆତଙ୍କ ଛାଡି଼ଯାଇଛି । ସେହି ଖୁସିରେ ସେମାନେ ପାଳିଛନ୍ତି ବିଜୟ ଦିବସ । ସାତକୋଶିଆ ଅଞ୍ଚଳବାସୀ ଏକାଠି ହୋଇ ଯେମିତି ଉତ୍ସବ ପାଳନ କରୁଛନ୍ତି ସେଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ ପ୍ରକୃତରେ ଏ ଅଞ୍ଚଳର ଲୋକେ ସେହି ବାଘୁଣି ଯୋଗୁଁ କେମିତି ଭୟଭୀତ ଅବସ୍ଥାରେ ଥିଲେ । ଏଥିରୁ ଏହା ବି ଲାଗୁଛି ଯେ ଆଗାମୀ ଦିନରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ଥରେ ଆରମ୍ଭ କରିବାକୁ ବନ ବିଭାଗ ଦେଖୁଥିବା ସ୍ୱପ୍ନ ସତ ହେବା କଷ୍ଟକର ହୋଇପାରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।