ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଠଗଡ଼ ଟଙ୍କା ଗାଡ଼ି ଲୁଟ୍: ୪ଟି ଖେଳନା ବନ୍ଧୁକ ଧରିଥିଲେ ଦୁର୍ବୃତ୍ତ; ଚୋରା କାରରେ ପଳାଉଥିଲେ

ଆଠଗଡ଼ ଟଙ୍କା ଗାଡ଼ି ଲୁଟ୍: ୪ଟି ଖେଳନା ବନ୍ଧୁକ ଧରିଥିଲେ ଦୁର୍ବୃତ୍ତ; ଚୋରା କାରରେ ପଳାଉଥିଲେ

ଡକାୟତମାନେ ନିଜ ପାଖରେ ଅସ୍ତ୍ରଶସ୍ତ୍ର ରଖିଥିବାରୁ ଆବଶ୍ୟକତା ପଡ଼ିଲେ ପୋଲିସ ସେମାନଙ୍କୁ ଏନକାଉଣ୍ଟର୍ କରିବାର ଯୋଜନା କରିଥିଲା । ଦୁର୍ବୃତ୍ତମାନଙ୍କ କାରକୁ ଅଟକାଇବା ପରେ ଜଣେ ଥାନାଧିକାରୀ ଏନକାଉଣ୍ଟର୍ କରିବେ ବୋଲି ଚେତାବନୀ ବି ଦେଇଥିଲେ ।

ଆଠଗଡ଼ ଟଙ୍କା ଗାଡ଼ି ଲୁଟ୍: ୪ଟି ଖେଳନା ବନ୍ଧୁକ ଧରିଥିଲେ ଦୁର୍ବୃତ୍ତ; ଚୋରା କାରରେ ପଳାଉଥିଲେ
ଗିରଫ ହେବା ପରେ ତିନି ଡକାୟତ
  • News18 Odia
  • Last Updated: October 13, 2021, 4:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଠଗଡରୁ ସି.ଏମ୍‌.ଏସ୍‌. ସଂସ୍ଥାର ଟଙ୍କା ଗାଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଧରା ପଡ଼ିଥିବା ତିନି ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି ପୋଲିସ । ଲୁଟେରାମାନଙ୍କଠାରୁ ଜବତ ହୋଇଥିବା ବନ୍ଧୁକଗୁଡ଼ିକ ମଧ୍ୟରେ ଚାରିଟି ଖେଳନା ବନ୍ଧୁକ ରହିଛି । ତା’ ସହିତ ସେମାନଙ୍କଠାରୁ ଦୁଇଟି ଖଣ୍ଡା ଓ ଗୋଟିଏ କଟୁରି ବି ଜବତ କରିଛି ପୋଲିସ ।

ଲୁଟ୍‌ ହୋଇଥିବା ଟଙ୍କା ମଧ୍ୟରୁ ଏକ କୋଟି ପାଞ୍ଚ ହଜାର ଟଙ୍କା ପୋଲିସ ଜବତ କରିଛି । ସି.ଏମ୍‌.ଏସ୍‌. ଗାଡ଼ିରେ ମୋ’ଟ ଏକ କୋଟି ୨୯ ଲକ୍ଷ ଟଙ୍କା ଥିବା ବେଳେ ଫେରାର ଥିବା ଚତୁର୍ଥ ଅଭିଯୁକ୍ତ ଜଣକ ୨୪ ଲକ୍ଷ ଟଙ୍କା ନେଇ ଚାଲିଯାଇଥିବା ସନ୍ଦେହ କରୁଛି ପୋଲିସ । ଫେରାର ଥିବା ଅଭିଯୁକ୍ତର ଘର ନୟାଗଡ଼ ବୋଲି ଜଣା ପଡ଼ିଛି ଓ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖାନତଲାସି ଆରମ୍ଭ କରାଯାଇଛି । ଏହି ଲୁଟ ଘଟଣା ପଛରେ ଏକ ବଡ ଧରଣର ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ କରି ସେ ନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ଗରିଫ ହୋଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ସେମାନଙ୍କର ଟି.ଆଇ. ପ୍ୟାରେଡ଼ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ ଭୟଙ୍କର ଥିଲା ନେପାଳରେ ବସ୍ ଦୁର୍ଘଟଣା: ନଦୀ ଭିତରକୁ ଖସି ପଡ଼ିଥିଲା ବସ୍; ୩୨ ଜୀବନ ଚାଲିଗଲା

‘‘ଏହି ତିନିଙ୍କ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ୨୦ଟି ଚୋରି ମାମଲାରେ ରହିଛି । ବର୍ତ୍ତମାନର ପ୍ରାରମ୍ଭିକ ତଦନ୍ତରୁ ସି.ଏମ୍‌.ଏସ୍‌. ସଂସ୍ଥାର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିନାହିଁ । କିନ୍ତୁ ତାହା ଯେ ନ ଥିବ ତାହା ଏବେ କୁହାଯାଇ ନ ପାରେ । ଏହି ଘଟଣାରେ ସିଧାସଳଖ ଚାରି ଜଣ ସମ୍ପୃକ୍ତ ଥିଲେ, ସେଥିରୁ ଜଣେ ଅଭିଯୁକ୍ତ ଫେରାର ଅଛି । ଆଠଗଡ଼ ଢେଙ୍କାନାଳ ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଅଛି ବା ନାହିଁ ତା’ର ଅନୁସନ୍ଧାନ କରାଯିବା ସହ ଏହି ଲୁଟ୍‌ ଘଟଣାରେ ପରୋକ୍ଷରେ କେହି ସମ୍ପୃକ୍ତ ରହିଛନ୍ତି ବା ନାହିଁ ତା’ର ବି ଅନୁସନ୍ଧାନ ଆରମ୍ଭ ହୋଇଛି,’’ ଆଠଗଡ଼ରେ ମଙ୍ଗଳବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ମୁଖ୍ୟ ଭୂମିକାରେ ଥିବା ତିନି ପୋଲିସ ଅଧିକାରୀ: (ବାମରୁ ଡାହାଣ) ଦେବେନ୍ଦ୍ର ମଲ୍ଲିକ, ଶୁଭ୍ରାଶୁଂ ପରିଡ଼ା ଓ ଅଭିନବ ଡାଳୁଆ


ଏହା ବି ପଢ଼ନ୍ତୁ | କଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟାର ପ୍ରତିଶୋଧ ନେଲା Army; ଏନକାଉଣ୍ଟରରେ ୫ ଆତଙ୍କବାଦୀଙ୍କୁ ହତ୍ୟା କଲା

ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ ଏହି ଲୁଟ୍‌ ପାଇଁ ପ୍ରାୟ ୧୫ ଦିନ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ଲୁଟରେ ବ୍ୟବହାର ହୋଇଥିବା ଏକ ସୁଇଫ୍ଟ ଡିଜାୟାର୍ କାରକୁ ଦୁର୍ବୃତ୍ତମାନେ ଢେଙ୍କାନାଳରୁ ଚୋରି କରିଥିଲେ ଓ ତା’ ନମ୍ବର ପ୍ଲେଟକୁ ବଦଳାଇ ଦେଇଥିଲେ । ତେବେ ଗିରଫ ଅଭିଯୁକ୍ତ ତଥା ଆଡଗଡ଼ ବାସିନ୍ଦା ବିବେକାନନ୍ଦ ନାୟକ ଥିଲା ଏହି ଲୁଟର ମାଷ୍ଟରମାଇଣ୍ଡ । ସି.ଏମ୍‌.ଏସ୍‌. ଗାଡ଼ି କେତେବେଳେ ଆଠଗଡ଼ର ବିଭିନ୍ନ ଏ.ଟି.ଏମ୍‌.ରେ ଟଙ୍କା ଭର୍ତ୍ତି କରୁଛି ଓ କେଉଁ କେଉଁ ରୁଟ୍‌ ଦେଇ ଯାଉଛି ସେ ସମ୍ପର୍କରେ ସେ ପୂର୍ବରୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।

ଏହା ବି ପଢ଼ନ୍ତୁ | ଏହି BJP ନେତାଙ୍କ ଘରେ ୫ ଜଣ ଅଛନ୍ତି, ହେଲେ ସେ ନିର୍ବାଚନ ଲଢ଼ି ମାତ୍ର ଗୋଟିଏ ଭୋଟ୍ ପାଇଲେ!

ସି.ଏମ୍‌.ଏସ୍‌.ର ଟଙ୍କା ଗାଡ଼ିରେ ଲାଗିଥିବା ଜି.ପି.ଏସ୍‌. ଟ୍ରାକରରୁ ଗାଡ଼ିଟିର ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା । ସେହି ତଥ୍ୟ ଆଧାରରେ ଗାଡ଼ିଟି ଢେଙ୍କାନାଳ ଆଡକୁ ଯାଉଥିବା ଜଣା ପଡ଼ିବା ପରେ ସେହି ରୁଟର ସବୁ ରାସ୍ତାକୁ ସିଲ୍‌ କରାଯାଇଥିଲା । କିନ୍ତୁ ସପ୍ତଶଯ୍ୟା ରାସ୍ତାରେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ଗାଡ଼ିରୁ ସବୁ ଟଙ୍କା ନେଇ ନିଜ ସୁଇଫ୍ଟ କାରରେ ଭର୍ତ୍ତି କରି ଢେଙ୍କାନାଳ ଅଭିମୁଖେ ଚାଲି ଯାଇଥିଲେ । ଏହା ଜାଣି ପାରି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଢେଙ୍କାନାଳ ପୋଲିସ ଭୁଜଦେଇପୁରରେ ସେମାନଙ୍କୁ କାବୁ କରିଥିଲା ।

ଏହା ବି ପଢ଼ନ୍ତୁ | PM ମୋଦିଙ୍କ ଉପଦେଷ୍ଟା ହେଲେବକବାସ୍-ନାହିଁଖ୍ୟାତିର IAS ଅଫିସର୍; ଚାରା ଘୋଟାଲା ଘାଣ୍ଟିଥିଲେ

ଡକାୟତମାନେ ନିଜ ପାଖରେ ଅସ୍ତ୍ରଶସ୍ତ୍ର ରଖିଥିବାରୁ ଆବଶ୍ୟକତା ପଡ଼ିଲେ ପୋଲିସ ସେମାନଙ୍କୁ ଏନକାଉଣ୍ଟର୍‌ କରିବାର ଯୋଜନା କରିଥିଲା । ଏପରିକି ଢେଙ୍କାନାଳ ସଦର ଥାନାଧିକାରୀ ଦୁର୍ବୃତ୍ତମାନଙ୍କ କାରକୁ ଅଟକାଇବା ପରେ ସେମାନଙ୍କୁ ଏନକାଉଣ୍ଟର କରିବେ ବୋଲି ଚେତାବନୀ ବି ଦେଇଥିଲେ । ପୋଲିସ ଜାଲରେ ଫସିଯାଇଥିବା ଦେଖି ଦୁର୍ବୃତ୍ତମାନେ କାରରେ ରଖିଥିବା ଟଙ୍କାଗୁଡ଼ିକୁ ନିକଟସ୍ଥ ଜଙ୍ଗଲିଆ ସ୍ଥାନକୁ ଫିଙ୍ଗି ଦେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା

ଏହି ଘଟଣାର ସଫଳତାରେ ଢେଙ୍କାନାଳ ଓ କଟକ ଗ୍ରାମାଞ୍ଚଳ ପୋଲିସର ତିନି ଜଣ ଅଧିକାରୀଙ୍କ ଭୂମିକା ଥିଲା ଗୁରୁତ୍ବପର୍ଣ୍ଣ । ଆଠଗଡ଼ ଏସ୍‌.ଡି.ପି.ଓ. ଦେବେନ୍ଦ୍ର ମଲ୍ଲିକ, ଆଠଗଡ଼ ଥାନାଧିକାରୀ ଶୁଭ୍ରାଶୁଂ ପରିଡ଼ା ଓ ଢେଙ୍କାନାଳ ସଦର ଥାନାଧିକାରୀ ଅଭିନବ ଡାଳୁଆଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇ.ଜି. ।
Published by: Anand S.T. Das
First published: October 12, 2021, 11:59 PM IST