ରଘୁନାଥ ବେଶ ସମୟରେ ରତ୍ନ ସିଂହାସନ କଳାହାଟ ଦ୍ଵାର ପର୍ଯ୍ୟନ୍ତ ବଢ଼ି ଆସିବ

ରଘୁନାଥ ବେଶ ସମୟରେ ରତ୍ନ ସିଂହାସନ କଳାହାଟ ଦ୍ଵାର ପର୍ଯ୍ୟନ୍ତ ବଢ଼ି ଆସିବ। ରଘୁନାଥ ବେଶର ଅଲୌକିକ କାହାଣୀ ନେଇ ଏହି ରିପୋର୍ଟ ।

ରଘୁନାଥ ବେଶ ସମୟରେ ରତ୍ନ ସିଂହାସନ କଳାହାଟ ଦ୍ଵାର ପର୍ଯ୍ୟନ୍ତ ବଢ଼ି ଆସିବ

ରଘୁନାଥ ବେଶ ସମୟରେ ରତ୍ନ ସିଂହାସନ କଳାହାଟ ଦ୍ଵାର ପର୍ଯ୍ୟନ୍ତ ବଢ଼ି ଆସିବ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ;  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଚର୍ଚ୍ଚା ଭିତରେ ମୁଣ୍ଡ ଟେକିଛି ରଘୁନାଥ ବେଶ ଆୟୋଜନ । କୁହାଯାଉଛି, ରଘୁନାଥ ବେଶ ପାଇଁ ଦରକାର ବିରାଟ ଆୟୋଜନ । ଯଦି ଏହାର ଆୟୋଜନ ହୁଏ, ତେବେ କେମିତି ଦିଶିବ ଶ୍ରୀମନ୍ଦିର ରତ୍ନସିଂହାସନର ଦୃଶ୍ୟ । ଆଉ ଯଦି ତିଥି ପଡ଼େ, ତେବେ ଏହାର ଆୟୋଜନ ପାଇଁ କେତେ ପ୍ରସ୍ତୁତ ସରକାର । ଏଭଳି କିଛି ଚର୍ଚ୍ଚା ଭିତରେ ପୂର୍ବତନ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାଥ ମିଶ୍ର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ।

ସେ କହିଛନ୍ତି "୩୭ ବର୍ଷ ପୂର୍ବେ ଶେଷ ଥର ପାଇଁ ଖୋଲାଯାଇଥିଲା । ଏବେ ମରାମତି ଆବଶ୍ୟକ । ଜଗମୋହନ ସହ ଅନ୍ୟ ସ୍ଥାନ ମରାମତି ହେଉଛି। ଏପରି ସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ଆବଶ୍ୟକ। ଦୀର୍ଘ ଦିନ ହେବ ରତ୍ନ ଭଣ୍ଡାର ଖୋଲା ଯାଇନଥିବାରୁ ଭିତରେ ଥିବା ରତ୍ନ ସିନ୍ଦୁକ ନଷ୍ଟ ହେବାର ଆଶଙ୍କା ରହିଛି। ଯଦି ପାଣି ଖସୁଥିବ ସିନ୍ଦୁକ ଭିତରେ କନା ପୁଡ଼ିଆରେ ବନ୍ଧା ହୋଇଥିବା ରତ୍ନ ନଷ୍ଟ ହେବାର ଆଶଙ୍କା ରହିଛି। ରଘୁନାଥ ବେଶ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି " ୧୯୦୫ ରେ ଶେଷ ଥର ପାଇଁ ରଘୁନାଥ ବେଶ ହୋଇଥିଲା। ଭିତରେ ଚିତା ଓ  କୁଣ୍ଡଳ ରହିଛି । କିନ୍ତୁ ଅନ୍ୟ ଦେବା ଦେବୀ କଣ ପିନ୍ଧିବେ ତାର ତଥ୍ୟ ନାହିଁ। ତେଣୁ ଖୋଲି ତଦାରଖ କରିବା ଆବଶ୍ୟକ। ବଡ଼ ବଡ଼ ସିନ୍ଦୁକରେ ସୁନା, ରୂପା ସହ ମୂଲ୍ୟବାନ ଅଳଙ୍କାର ଓ ଆକର୍ଷଣୀୟ ସୁନା ମୁକୁଟ ରହିଛି, ରଘୁନାଥ ବେଶରେ ଅନ୍ୟ ଦେବା ଦେବୀଙ୍କ ପାଇଁ ସେହି ରତ୍ନରୁ  କିପରି ଅନ୍ୟ ଅଳଙ୍କାର ତିଆରି କରାଯିବ , ସେଥିପାଇଁ ପ୍ରସ୍ତୁତି କରାଯିବା ଆବଶ୍ୟକ । ସୁନାରେ ତିଆରି କୁଣ୍ଡଳର ପ୍ରକୃତି କଦଳୀ ଭଣ୍ଡା ସଦୃଶ ଓ ଚିତା ବେଶ ଆକର୍ଷଣୀୟ । ଦେଖିଲେ ଆଖି ଝଲସି ଉଠିବ। ସହକାରୀ ପ୍ରଶାସକ ଥିବା ସମୟରେ ରଘୁନାଥ ବେଶ ପାଇଁ ପ୍ରଚେଷ୍ଟା କରିଥିଲି, ଅଯୋଧ୍ୟାରୁ ଅଗ୍ନି ଆଣିବାକୁ ପ୍ରୟାସ କରିଥିଲି । ସରକାର ବି ଅର୍ଥ ଦେବାକୁ ରାଜି ହୋଇଥିଲେ କିନ୍ତୁ ସମ୍ଭବପର ହୋଇନଥିଲା । ରଘୁନାଥ ବେଶ ସମୟରେ ୭ ଦିନ ମନ୍ଦିର ବନ୍ଦ ହୋଇଥିଲା,ଏବେ ୭ ମାସ କି କେତେଦିନ ବନ୍ଦ ହେବ କହିବା ଅସମ୍ଭବ ? ରଘୁନାଥ ବେଶ ଲକ୍ଷେ ରଥଯାତ୍ରା ସହ ସମାନ, ଗୋଟେ ରଥଯାତ୍ରା ପାଇଁ ଯେତିକି ଦାୟିତ୍ଵ ରଘୁନାଥ ବେଶ ପାଇଁ ଲକ୍ଷେ ଗୁଣା ଅଧିକ ଦାଇତ୍ୱ । ନିଷ୍ଠା ଓ ପ୍ରାଶାସନିକ ତତ୍ପରତା ଆବଶ୍ୟକ । ରଘୁନାଥ ବେଶ ସମୟରେ ରତ୍ନ ସିଂହାସନ କଳାହାଟ ଦ୍ଵାର ପର୍ଯ୍ୟନ୍ତ ବଢ଼ି ଆସିବ। ରଘୁନାଥ ବେଶରେ  ସମ୍ପୂର୍ଣ୍ଣ ପୌରାଣିକ ବିଚାର ଆଧାରରେ  ଜଗନ୍ନାଥ ରାମ ରୂପ ନେବେ, ଲକ୍ଷ୍ମଣ ହେବେ ବଳଭଦ୍ର, ଅନ୍ୟ ଦେବା ଦେବୀଙ୍କ ମୂର୍ତ୍ତି ଓ ଅଳଙ୍କାର ତିଆରି ହେବ। ରଘୁନାଥ ବେଶ ହେଲେ ଉତ୍ତର ଭାରତର ସାଧୁ ସନ୍ଥ ଖାଲି ହୋଇଯିବେ। ରଘୁନାଥ ବେଶ ପାଇଁ ବର୍ଷକର ପ୍ରସ୍ତୁତି ଆବଶ୍ୟକ। ଏବେଠୁ ପ୍ରସ୍ତୁତି ହେଲେ ସମ୍ଭବ ।
Published by:Soubhagya Mishra
First published: