News18 Odia Digital
ଭୁବନେଶ୍ୱର: ହସ୍ତ ରେଖା ବିଜ୍ଞାନରେ ତ୍ରିଭୁଜକୁ ଏକ ସ୍ୱତନ୍ତ୍ର ପ୍ରତୀକ ଭାବରେ ବିବେଚନା କରାଯାଏ । ହାତରେ ତ୍ରିଭୁଜ ନିଜ ସ୍ଥିତି ଅନୁଯାୟୀ ଉଭୟ ଶୁଭ ଓ ଅଶୁଭ ଫଳାଫଳ ଦେଇଥାଏ । ହସ୍ତ ରେଖା ବିଦ୍ୟା ଅନୁଯାୟୀ ଯଦି ତ୍ରିଭୁଜ ଆୟୁ ରେଖା ଉପରେ ଗଠିତ ହୋଇଥାଏ ତାହେଲେ ଏପରି ବ୍ୟକ୍ତି ଦୀର୍ଘ ଜୀବନ ଲାଭ କରିଥାନ୍ତି । ଏମିତି ଲୋକେ ଶତାୟୁ ହୁଅନ୍ତି ।
ଯଦି ମସ୍ତିଷ୍କ ରେଖା ଉପରେ ତ୍ରିଭୁଜ ସୃଷ୍ଟି ହୋଇଥାଏ ତେବେ ଏହା ସେହି ବ୍ୟକ୍ତିଙ୍କୁ ଉଚ୍ଚ ଶିକ୍ଷା ଓ ତୀବ୍ର ବୁଦ୍ଧି ପ୍ରଦାନ କରିଥାଏ । ହୃଦୟ ରେଖା ଉପରେ ଯଦି ତ୍ରିଭୁଜ ଥାଏ ତାହେଲେ ଏହା ସେହି ବ୍ୟକ୍ତିଙ୍କ ବୃଦ୍ଧାବସ୍ଥାରେ ଭାଗ୍ୟର ଉଦୟକୁ ସୂଚିତ କରିଥାଏ । ସ୍ୱାସ୍ଥ୍ୟ ରେଖା ଉପରେ ଥିବା ତ୍ରିଭୁଜ ସେହି ବ୍ୟକ୍ତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଦେଇଥାଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | Viral Video: ମଥା ଉପରେ ଚଢ଼ିଗଲା ଟ୍ରାକ୍ଟର୍ର ଚକ; ହେଲମେଟ୍ ପିନ୍ଧିଥିଲା ବୋଲି ବଞ୍ଚିଗଲା ଲୋକଟିଯଦି ଏହି ତ୍ରିଭୁଜ ସୂର୍ଯ୍ୟ ରେଖା ଉପରେ ଗଠିତ ହୋଇଏ ତେବେ ଏହା ସେହି ବ୍ୟକ୍ତିଙ୍କୁ ଆନ୍ତର୍ଜାତୀୟ ଖ୍ୟାତି ଓ ସଫଳତା ଦେଇଥାଏ । ହେଲେ ଯଦି ତ୍ରିଭୁଜ ସହିତ ଏହାର ମଧ୍ୟ ଭାଗରେ କୌଣସି ବିଶେଷ ଚିହ୍ନ ଥାଏ, ତେବେ ଏହାର ଫଳ ବଦଳିଯାଏ । ଯଦି ତ୍ରିଭୁଜର ମଝିରେ ଏକ କ୍ରସ୍ ଚିହ୍ନ ତିଆରି ହୋଇଥାଏ, ତେବେ ଏପରି ବ୍ୟକ୍ତି ଅନ୍ୟମାନଙ୍କୁ ଦୁଃଖ ଦେଇଥାନ୍ତି ।

କୁହାଯାଏ ଯେ ମଣିଷର ଭାଗ୍ୟ ତା’ ହାତର ରେଖାରେ ହିଁ ଲେଖାଥାଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଟେନିସ୍ ତାରକା ମାର୍ଟିନା ଏଇଥି ପାଇଁ ପାକିସ୍ତାନ PM ଇମ୍ରାନ ଖାନଙ୍କୁ କହିଥିଲେ ‘ତୁମକୁ ଲଜ୍ଜା ଲାଗିବା ଉଚିତ’ତ୍ରିଭୁଜ ଭିତରେ ଯଦି ଏକ ତାରକା ଚିହ୍ନ ଥାଏ ତେବେ ଏପରି ବ୍ୟକ୍ତି ପ୍ରେମରେ ବଦନାମ ହୋଇଯାଆନ୍ତି । ଯଦି ତ୍ରିଭୁଜ ଭିତରେ ଯଦି ଏକ ବୃତ୍ତର ଚିହ୍ନ ଥାଏ ତେବେ ସେହି ବ୍ୟକ୍ତି ଜଣକ ନିଜ ପ୍ରେମିକା ବା ପ୍ରେମିକ ଠାରୁ ପ୍ରତାରଣା ମିଳେ । ହାତର ଶନି ପର୍ବତ ଉପରେ ତ୍ରିଭୁଜ ଥିଲେ ସେହି ବ୍ୟକ୍ତି ଜଣକ ତନ୍ତ୍ର-ମନ୍ତ୍ର ପ୍ରତି ଅଧିକ ଆଗ୍ରହୀ ହୋଇଥାନ୍ତି ।
ଏହା ବି ପଢ଼ନ୍ତୁ | ବିବାହ ପରଠାରୁ ଏହି ମହିଳା ୨୫ ଥର ପର ପୁରୁଷ ସହ ପଳେଇଛନ୍ତି ଓ ଫେରି ଆସିଛନ୍ତି, ହେଲେ ଏ ଥର…ଯଦି ଏହି ତ୍ରିଭୁଜ ଦୂଷିତ ହୋଇଯାଏ ତେବେ ସେହି ବ୍ୟକ୍ତି ଜଣକ ଠକ ଓ ଧୋଖାବାଜ୍ ପ୍ରବୃତ୍ତିର ହୋଇଥାନ୍ତି । ଯଦି ଜଣେ ବ୍ୟକ୍ତିଙ୍କ ହାତର ବୁଧ ପର୍ବତ ଉପରେ ତ୍ରିଭୁଜ ଥାଏ ତେବେ ସେହି ବ୍ୟକ୍ତି ଜଣେ ସଫଳ ବୈଜ୍ଞାନିକ ହୁଅନ୍ତି । ଏମିତି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ବି ସଫଳତା ପାଇଥାନ୍ତି ।
ଯଦି ହାତର ବୁଧ ପର୍ବତ ଉପରେ ତ୍ରୁଟିପୂର୍ଣ୍ଣ ତ୍ରିଭଜ ଥାଏ ତେବେ ସେହି ବ୍ୟକ୍ତି ନିଜେ ଜମା କରିଥିବା ଅର୍ଥରାଶିକୁ ଶେଷ କରିଦିଅନ୍ତି । ଏମିତି ବ୍ୟକ୍ତି ବ୍ୟବସାୟରେ ଦେବାଳିଆ ହୋଇ ସମାଜରେ ଖରାପ ନାମ ପାଆନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; ୨ କିନ୍ନର ସମେତ ୭ ଜଣ ଗିରଫ(Disclaimer: ଏହି ଆର୍ଟିକ୍ଲରେ ଦିଆଯାଇଥିବା ସୂଚନା ଉପରେ ଆମେ ଦାବି କରୁନାହୁଁ ଯେ ଏଗୁଡ଼ିକ ସମ୍ପୂର୍ଣ୍ଣ ସତ୍ୟ ଓ ସଠିକ୍ ତଥା ଏହାକୁ ଗ୍ରହଣ କରିବା ଦ୍ୱାରା ଆଶାନୁରୂପ ଫଳାଫଳ ମିଳିବ । ଏହାକୁ କେବଳ ସାଧାରଣ ଜନତାଙ୍କ ରୁଚିକୁ ଦୃଷ୍ଟିରେ ରଖି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉପସ୍ଥାପିତ କରାଯାଇଛି ।)Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।