ପୂର୍ତ୍ତ ବିଭାଗ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀର ପୂର୍ତ୍ତ ବିଭାଗ ନଂ-୪ରେ କାର୍ଯ୍ୟ କରୁଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ୱର, ଅନୁଗୋଳ ଓ ଢେଙ୍କାନାଳର ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।
ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟଙ୍କ ଆଦେଶ ବଳରେ ଚାଲିଥିବା ଏହି ଚଢ଼ାଉରେ ୫ଜଣ ଡି.ଏସ.ପି, ୧୧ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ବାବୁଙ୍କ ଘରୁ ୨ଟି ହାର୍ଲେ ଡ଼େଭିଡ଼ସନ୍, ଗୋଟିଏ ଡ଼ୁକାଟି, ୨ଟି ସ୍କୁଟି, ଗୋଟିଏ ହୁଣ୍ଡାଇ କାର ଠାବ କରିଛି ଭିଜିଲାନ୍ସ ।
ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପଟିଆର ସାଇ ଗାର୍ଡେନ୍ ଆପାର୍ଟମେଣ୍ଟ ଆବାସିକ ଭଡ଼ା ଘର ବ୍ଲକ୍ ନଂ-ବି / ୨୦୨, ଢେଙ୍କାନାଳ ସଦର ଥାନା ତାରିଣୀ ନଗର ପ୍ଲଟ୍ ନଂ -୧୩୦ / ୯୯ରେ ଥିବା ତିନି ମହଲା କୋଠା, ପ୍ଲଟ୍ ନଂ -୧୨୬ / ୨୦୦ ଓ ୧୩୦/୯୯ ଉପରେ ନିର୍ମିତ ଏକ ମହଲା ଘର, ଭୁବନେଶ୍ୱରର ରଘୁନାଥପୁରରେ ଅବସ୍ଥିତ ତିନି ମହଲା କୋଠା, ଅନୁଗୋଳ ଜିଲ୍ଲାରେ ଥିବା ପୈତୃକ ଘର ଓ ରାଜଧାନୀର ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।