ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଜିଠୁ ଆରମ୍ଭ ହେଉଛି ବିଧାନ ସଭାର ମୌସୁମୀ ଅଧିବେଶନ; ତ୍ରିସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ

ଆଜିଠୁ ଆରମ୍ଭ ହେଉଛି ବିଧାନ ସଭାର ମୌସୁମୀ ଅଧିବେଶନ; ତ୍ରିସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ

ଚଳିତ ଥର ଚଳିତ ବିଧାନ ସଭା ଅଧିବେଶନରେ କୌଣସି ସଙ୍ଗଠନ ଓ ବ୍ଯକ୍ତିଙ୍କୁ ଧାରଣା ପାଇଁ ଅନୁମତି ଦିଆଯିବ ନାହିଁ। କୋଭିଡ କଟକଣା ଥିବାରୁ ଏହି ଅନୁମତି ଦିଆ ଯାଉନାହିଁ ବୋଲି କହିଛି ପୋଲିସ ।

ଆଜିଠୁ ଆରମ୍ଭ ହେଉଛି ବିଧାନ ସଭାର ମୌସୁମୀ ଅଧିବେଶନ; ତ୍ରିସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ
ବିଧାନ ସୌଧ ନିକଟରେ ଡିଜିପି ଅଭୟ ଓ ଅନ୍ୟ ପୋଲିସ ଅଧିକାରୀମାନେ
  • News18 Odia
  • Last Updated: September 1, 2021, 5:40 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବୁଧବାର ଠାରୁ ଆରମ୍ଭ ହେଉଥିବା ବିଧାନ ସଭାର ମୌସୁମୀ ଅଧିବେଶନ ପାଇଁ ସୁରକ୍ଷାର କଡ଼ା ବନ୍ଦୋବସ୍ତ ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନ ସଭା । ମୁତୟନ ହେବେ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।

ବିଧାନ ସଭାର ସୁରକ୍ଷା ଦାୟିତ୍ୱ ୧୨୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି । ପୂରା ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱର ତଦାରଖ କରିବେ ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ । ମଙ୍ଗଳବାର ଦିନ ଡିଜିପି ଅଭୟ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ବିଧାନ ସଭା ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟ

‘‘ସବୁ ଥର ଭଳି ଏ ଥର ମଧ୍ୟ କଡ଼ା ସୁରକ୍ଷା ବଳୟ ଭିତରେ ରହିବ ବିଧାନ ସଭା । ଚଳିତ ଅଧିବେଶରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯିବ । ସୁରକ୍ଷା ଦାୟିତ୍ୱରେ ରହିବେ ଅତିରିକ୍ତ ଡି.ସି.ପି., ଏ.ସି.ପି., ଆଇ.ଆଇ.ସି. ଓ ଏସ୍‌.ଆଇ.ଙ୍କ ସମେତ ବଛା ବଛା ଅଫିସର । ଏହା ଛଡ଼ା ସାଧା ପୋଷାକଧାରୀ ପୋଲିସ କର୍ମୀ, ରୁଫଟପ୍‌ ସିକ୍ୟୁରିଟି, କ୍ୟୁ.ଆର.ଟି. ଓ ଷ୍ଟ୍ରାଇକିଙ୍ଗ ଫୋର୍ସ ବି ମୁତୟନ କରାଯିବ,’’ କହିଛନ୍ତି ଅଭୟ ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ଏହି ଜଜ୍

ବିଧାନ ସଭା ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ବିଧାନ ସୌଧର ଭିତର ଓ ବାହାର ଅଂଶକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍‌ କରାଯାଇଛି । କରୋନା ସଂକ୍ରମଣ ପାଇଁ ବିକ୍ଷୋଭ ସ୍ଥଳରେ ଯେମିତି ଭିଡ଼ ନ ଜମେ ତା’ ଉପରେ ଗୁରୁତ୍ୱ ଦେଉଛି ପୋଲିସ । ଯଦି କେହି ନିୟମ ଭାଙ୍ଗି ଧାରଣ ସ୍ଥଳରେ ଆନ୍ଦୋଳନ କରିବେ ତାହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | ଅଭିନେତା ଅଭିଷେକ ବଚ୍ଚନ ୪୫ କୋଟି ଟଙ୍କାରେ ବିକିଲେ ମୁମ୍ବାଇରେ ନିଜ ଲଗ୍ଜରୀ ଆପାର୍ଟମେଣ୍ଟ୍

‘‘ବିଧାନ ସଭା ଓ ଆଖପାଖ ଅଞ୍ଚଳର ସୁରକ୍ଷାକୁ ନେଇ କମିଶନରେଟ ପୋଲିସ ପ୍ରସ୍ତୁତ ରହିଛି । ବିଧାନ ସଭାର ଚାରି ପାଖ ଓ ବିକ୍ଷୋଭ ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସି.ସି.ଟି.ଭି. କ୍ୟାମେରା ପି.ଏମ୍‌.ଜି. ଛକରେ ଲାଗିବା ସହ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ଚାରିଟି ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ କରାଯାଇଛି,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଘର ଉପରେ ଖସି ପଡ଼ିଲା ବାୟୁ ସେନାର ମିଗ୍୨୧ ଫାଇଟର୍ଜେଟ୍‌; ଜଳିଗଲା ବିମାନ ସହ ଘର

ବିଧାନ ସଭା ଚାଲିଥିବା ସମୟରେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ବିଧାନ ସଭା ସମ୍ମୁଖରେ ଆତ୍ମହୁତି ଦେଇ ଆତ୍ମହତ୍ୟା ଉଦ୍ୟମ କରିବାର ନଜିର ରହିଛି । ତେଣୁ ସେ ସବୁକୁ ମଧ୍ୟ ଗୁରୁତ୍ୱର ସହ ନେଇଛି କମିସନରେଟ ପୋଲିସ । ଚଳିତ ବିଧାନ ସଭା ସମୟରେ କିଭଳି ପୂର୍ବ ଘଟଣାର ପୁନରାବୃତ୍ତି ନ ହେବ ସେଥି ପ୍ରତି ଗମ୍ଭୀରତା ଦେଖାଉଛି ପୋଲିସ ।

ଏହା ବି ପଢ଼ନ୍ତୁ | CMଙ୍କୁ ଚାପୁଡ଼ା ମାରିବେ କହି କେନ୍ଦ୍ର ମନ୍ତ୍ରୀ ଗିରଫ: ‘‘ନାରାୟଣ ରାଣେ ଠିକ୍ ଭାବେ କଥା କହିବା ଶିଖିବା ଉଚିତ’’

‘‘ବିଧାନ ସଭା ଚାଲୁଥିବା ସମୟରେ ଏହାର ଚାରିପାଖର ରାସ୍ତା ଉପରେ କଟକଣା ଲାଗିବ । ଜୟଦେବ ଭବନଠାରୁ ରବୀନ୍ଦ୍ର ମଣ୍ଡପ ଓ କମିଶନରେଟ ପୋଲିସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ସିଲ୍‌ ହେବ । ସେହି ସମୟରେ ଏହି ରାସ୍ତାକୁ 'ନୋ ମ୍ୟାନସ ଲ୍ୟାଣ୍ଡ' ଭାବେ ଘୋଷଣା କରାଯିବ । କେବଳ ବିଧାନ ସଭା ଆଖ ପାଖରେ ଯଦି କୌଣସି ସରକାରୀ ଅଫିସ୍‌ ଅଛି ତେବେ ସେହି କର୍ମଚାରୀମାନେ ନିଜ ଆଇ.ଡି. କାର୍ଡ଼ ଦେଖାଇ ଯାଇପାରିବେ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।



ଚଳିତ ଥର ଚଳିତ ବିଧାନ ସଭା ଅଧିବେଶନରେ କୌଣସି ସଙ୍ଗଠନ ଓ ବ୍ଯକ୍ତିଙ୍କୁ ଧାରଣା ପାଇଁ ଅନୁମତି ଦିଆଯିବ ନାହିଁ। କୋଭିଡ କଟକଣା ଥିବାରୁ ଏହି ଅନୁମତି ଦିଆ ଯାଉନାହିଁ ବୋଲି କହିଛି ପୋଲିସ । ଏହା ସହ ବିକ୍ଷୋଭ ସ୍ଥଳରେ ୧୪୪ ଧାରା ବି ଲଗେଇଛି କମିସନରେଟ ପୋଲିସ ।
Published by: Anand S.T. Das
First published: August 31, 2021, 11:57 PM IST