‘PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା କ’ଣ?’

ରାଜ୍ୟ ସରକାରଙ୍କ ପାଖକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରୁ ଆସିଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଯାଇପାରିବ ନାହିଁ ।

‘PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା କ’ଣ?’
କେନ୍ଦ୍ର ଓ ରାଜ୍ୟର ଆବାସ ଯୋଜନାକୁ ନେଇ କଳି ଲାଗି ରହିଛି ।
  • News18 Odia
  • Last Updated: March 31, 2021, 10:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ (PMAY) ନେଇ ରାଜ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ କଳି । ଏଣିକି ଏହି ଯୋଜନାରେ ଆଉ ଲାଗିପାରିବ ନାହିଁ ବିଜୁ ପକ୍କା ଘର ଯୋଜନାର ଲୋଗୋ । କେନ୍ଦ୍ର ସରକାର ଏ ନେଇ ରାଜ୍ୟକୁ ଜଣାଇ ଦେବା ପରେ ବିଧାନ ସଭାରେ ହଙ୍ଗାମା ହୋଇଛି ।

ମୁଖ୍ୟ ବିରୋଧୀ ଦଳ ବିଜେପି PMAYରେ ରାଜ୍ୟ ସରକାରଙ୍କ ଚଞ୍ଚକତା ଅଭିଯୋଗ କରିଥିବା ବେଳେ କଂଗ୍ରେସ କହିଛି ଉଭୟ ସରକାର ଶ୍ରେୟ ନେବାକୁ ବିଜୁ ବାବୁ ଓ ମୋଦିଙ୍କ ଲୋଗୋ ଲଗାଉଛନ୍ତି । ହେଲେ ଶାସକ ଦଳ ବିଜେଡି କହିଛି ଯେ ଏହି ଯୋଜନାରେ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଉଥିବାରୁ ବିଜୁ ବାବୁଙ୍କ ଲୋଗୋ ଲଗାଇବାରେ କିଛି ଅସୁବିଧା ନାହିଁ ।

ଏହା ବି ପଢ଼ନ୍ତୁ | Drugs Case: ଡ୍ରଗ୍ସ କାରବାର ମାମଲାରେ ବଲିଉଡ୍‌ ଅଭିନେତା ଏଜାଜ୍ ଖାନ୍‌ ଗିରଫ ହେଲେ

ରାଜ୍ୟ ସରକାରଙ୍କ ପାଖକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରୁ ଆସିଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଯାଇପାରିବ ନାହିଁ । PMAY ଏକ କେନ୍ଦ୍ର ସରକାର ପ୍ରବର୍ତ୍ତିତ ଯୋଜନା ହୋଇଥିବାରୁ ଏଥିରେ କେବଳ ପି.ଏମ୍‌. ଆୱାସ ଲୋଗୋ ହିଁ ଲାଗିବ ବୋଲି ଏହି ଚିଠିରେ ଉଲ୍ଲେଖ ଅଛି । କେନ୍ଦ୍ରର ଏହି ଚିଠିକୁ ଦେଖାଇ ପ୍ରଶ୍ନ କାଳରେ ହଟ୍ଟଗୋଳ କରିଥିଲା ବିଜେପି । ବୁଧବାର ଦିନ ପ୍ରଶ୍ନ କାଳ ଆରମ୍ଭ ହେଉ ହେଉ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ


‘‘ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଇ ରାଜ୍ୟ ସରକାର ଚଞ୍ଚକତା କରୁଛନ୍ତି । ଏମିତି କରି PMAYକୁ ହଡ଼ପ କରିବାକୁ ଉଦ୍ୟମ କରୁଛନ୍ତି । ପକ୍କା ଘର ଯୋଜନାର ଲୋଗୋ ଲଗାଇବା ନେଇ ପଞ୍ଚାୟତି ରାଜ ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବା ଉଚିତ,’’ କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଏହି ପ୍ରସଙ୍ଗ ନୋଟ୍‌ କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିଲେ ବି ସନ୍ତୁଷ୍ଟ ହୋଇ ନ ଥିଲେ ବିଜେପି ବିଧାୟକମାନେ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି; ଜାଣନ୍ତୁ କେତେ

ଆବାସ ଯୋଜନାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଥିଲେ, ‘‘କେନ୍ଦ୍ର ସରକାର ଇନ୍ଦିରା ଆବାସ ଯୋଜନର ନାମ ପରିବର୍ତ୍ତନ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କଲେ । କଂଗ୍ରେସ ଏହି ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଇନ୍ଦିରା କିମ୍ବା ରାଜୀବଙ୍କ ଫଟୋ ଲଗାଇ ନ ଥିଲା । କିନ୍ତୁ PMAYରେ ବିଜୁ ପକ୍କା ଘର ମିଶାଇ ବିଜୁ ଓ ମୋଦିଙ୍କ ଫଟୋ ମରାଯାଉଛି । ଏହା ଦ୍ୱାରା ଉଭୟ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ।’’

ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

ଗୃହରେ ଶାସକ ବିଜେଡିର ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର କହିଥିଲେ, ‘‘ଗଲା ତିନି ବର୍ଷ ମଧ୍ୟରେ ରାଜ୍ୟରେ ଆବାସ ଯୋଜନାରେ ଖର୍ଚ୍ଚ ହୋଇଛି ୧୨,୦୦୦ କୋଟି ଟଙ୍କା । ସେଥିରୁ ପ୍ରୋତ୍ସାହନ ରାଶି ସହ ରାଜ୍ୟ ସରକାର ଦେଇଛନ୍ତି ୬,୦୦୦ କୋଟି ଟଙ୍କା । ତେଣୁ ଏହି ଯୋଜନାରେ ରାଜ୍ୟ ସରକାର ଅଧା ଟଙ୍କା ଦେଇଥିବା କଥା ଉଲ୍ଲେଖ ରହିବା ଉଚିତ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

‘‘PMAY ଯୋଜନାରେ ରାଜ୍ୟ ସରକାରଙ୍କ ଅଂଶଧନ ରହିଛି । ବିଜୁ ପକ୍କା ଘର ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥ ଏବେ PMAYରେ ଖର୍ଚ୍ଚ ହେଉଛି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡି଼ଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ପୂର୍ବରୁ ଗୃହ ନିର୍ମାଣ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ସେୟାର ଥିଲା ୯୦: ୧୦। ହେଲେ ଏବେ ତାହା ୬୦:୪୦ ହୋଇଛି । ପ୍ରୋତ୍ସାହନ ରାଶି, ପ୍ରଶାସନିକ ସମର୍ଥନ ଓ ନିରୀକ୍ଷଣ ଆଦି ପାଇଁ ସବୁ ଅର୍ଥ ରାଜ୍ୟ ସରକାର ଦେଉଛନ୍ତି । ଓଡ଼ିଶାବାସୀଙ୍କ ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ହେଉଥିବାରୁ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଯିବାରେ ଅସୁବିଧା କେଉଁଠି ଅଛି?’’ ଗୃହ ବାହାରେ କହିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ।



ଆବାସ ଯୋଜନାର ଲୋଗୋକୁ ନେଇ ପୂର୍ବରୁ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ । ଏହି ବିବାଦ ତେଜିବା ପରେ ରାଜ୍ୟ ସରକାର ଆବାସ ଯୋଜନାର ହିତାଧିକାରୀଙ୍କ ଘରେ ପ୍ର.ଆ.ଯୋ. ଓ ବିଜୁ ପକ୍କା ଘର ବୋଲି ଲେଖୁଥିଲେ। ହେଲେ କେନ୍ଦ୍ରର ଚିଠି ପରେ ଏବେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେବେ ତା’ ଉପରେ ରହିବ ସଭିଙ୍କ ନଜର ।
Published by: Anand ST Das
First published: March 31, 2021, 10:36 PM IST