ଏଏସଆଇର ଐତିହାସିକ ପଦକ୍ଷେପ; କୋଣାର୍କ ଗର୍ଭଗୃହରୁ ବାଲି କାଢିବାକୁ ପ୍ରକ୍ରିୟା ଆରମ୍ଭ

ବ୍ଲାକ ପଗୋଡ଼ାରୁ ହେବ ସ୍ୟାଣ୍ଡ ଲିପିଟିଙ୍ଗ । ଏଏସଆଇର ଐତିହାସିକ ପଦକ୍ଷେପ । କୋଣାର୍କ ଗର୍ଭଗୃହରୁ ଦୀର୍ଘ ୧୨୦ ବର୍ଷ ପରେ ମନ୍ଦିର ସୁରକ୍ଷା ପାଇଁ ପୋତାଯାଇଥିବା ବାଲି କଢ଼ାଯିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଏଏସଆଇର ଐତିହାସିକ ପଦକ୍ଷେପ; କୋଣାର୍କ ଗର୍ଭଗୃହରୁ ବାଲି କାଢିବାକୁ ପ୍ରକ୍ରିୟା ଆରମ୍ଭ

ଏଏସଆଇର ଐତିହାସିକ ପଦକ୍ଷେପ; କୋଣାର୍କ ଗର୍ଭଗୃହରୁ ବାଲି କାଢିବାକୁ ପ୍ରକ୍ରିୟା ଆରମ୍ଭ

  • News18 Odia
  • Last Updated :
  • Share this:
News 18 Odia Digital

ପୁରୀ; କୋଣାର୍କ ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ଆଜି ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିଛି ଏଏସଆଇ । ସେପଟେ ମନ୍ଦିର ଭିତରୁ ବାଲି କାଢ଼ିବା ନେଇ ପ୍ରଶ୍ନ ଉଠାଇଲା କୋଣାର୍କ ସୁରକ୍ଷା ସମିତି ଓ ବିଭିନ୍ନ ସଙ୍ଗଠନ । ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନ ଥିବାର ସ୍ପଷ୍ଟୀକରଣ ଦାବୀ କରାଯାଇଛି ।



ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ବଡ଼ ନିଷ୍ପତି । ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ଘରୋଇ କମ୍ପାନୀ ବିଡ଼ିଆର ନିର୍ମାଣ ସଂସ୍ଥା ଦ୍ୱାରା ପ୍ଲାଟଫର୍ମ ନିର୍ମାଣ ପାଇଁ ଏଏସଆଇ ପକ୍ଷରୁ ଭୂମି ପୂଜା କରାଯିବା ସହ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମରେ ଲିଫ୍ଟ , ଟ୍ରଲି ଭଳି ବ୍ୟବସ୍ଥା ରହିବ । ଯାହାଦ୍ୱାରା ମନ୍ଦିର ଗର୍ଭଗୃହରୁ ବାଲି ଓ ପଥର ବୋହିବା ସହଜ ହେବ । ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟର ଏକ ଗର୍ତ୍ତ ଖୋଳାଯିବ ଯେଉଁ ବାଟରେ ଗର୍ଭଗୃହରୁ ବାଲି କଢ଼ାଯିବ । ବାଲି କାଢ଼ିବା କାର୍ଯ୍ୟ ଏଏସଆଇ ନିଜେ କରିବ । ତେବେ ବାଲି କାଢ଼ିବା ପାଇଁ ତିନିବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଏଏସ ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲିକ କହିଛନ୍ତି "।

"ତେବେ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଉପରିଭାଗରୁ ପଥର ଖସୁଥିବା ଦେଖି ତତ୍କାଳୀନ ଇଂରେଜ ସରକାର ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରି ସମସ୍ତ ଦ୍ୱାର ବନ୍ଦ କରିଦେଇଥିଲେ । ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପରେ ରୁରର୍କୀ ସ୍ଥିତ ସିବିଆରଆଇ ପକ୍ଷରୁ ମନ୍ଦିରର ବାହ୍ୟ ଓ ଗର୍ଭଗୃହର ଏଣ୍ଡୋସ୍କୋପି , ସ୍କାନିଂ କରାଯିବା ସହ ମନ୍ଦିର ଗର୍ଭଗୃହକୁ କ୍ୟାମେରା ଛଡ଼ାଯାଇ ବାଲିର ସ୍ଥିତ ଯାଞ୍ଚ ପରେ ଗର୍ଭଗୃହରେ ଉପରିଭାଗରୁ ବାଲି ୧୭ ଫୁଟ ଛାଡି କରିଥିବା ଜଣାପଡିଥିଲା । ଶେଷରେ ଆଜି ଏଏସଆଇ ବାଲି କାଢ଼ିବା ପାଇଁ ଏକ ବଡ଼ ନିଷ୍ପତି ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ।

"ସେପଟେ ମନ୍ଦିରରୁ ବାଲି କଢ଼ାଯିବା ନେଇ ଆଶଙ୍କା ପ୍ରକଟ କଲା କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କର ବିଭିନ୍ନ ସଙ୍ଗଠନ । ମନ୍ଦିରକୁ ସୁରକ୍ଷା ଦେଇ ଆସୁଥିବା ବାଲିକୁ କିଭଳି ଓ କାହା ଦାୟିତ୍ୱରେ କଢ଼ାଯିବ ଓ ଏଥିରେ ମନ୍ଦିର ପ୍ରତି କୌଣସି ବିପଦ ଯେ ନ ସୃଷ୍ଟି କରିବ ତାକୁ ନେଇ ପ୍ରଶ୍ନ କରିଛନ୍ତି କୋଣାର୍କ ବିକାଶ ପରିଷଦର ଆବାହକ ସୁବାଷ ନାୟକ"।

" ପୂର୍ବରୁ ବିଭିନ୍ନ ଏକ୍ସପର୍ଟଙ୍କ ଦ୍ଵାରା ବାଲି କଢ଼ାଯିବ ବୋଲି ନିଷ୍ପତ୍ତି ହୋଇଥିଲା ବେଳେ କେଉଁ ଏକ୍ସପର୍ଟଙ୍କ ଦ୍ଵାରା ଏହି କାର୍ଯ୍ୟ କରାଯିବ ତାହାକୁ ସାର୍ଵଜନୀନ କରିବାକୁ ଦାବି କରାଯାଇଛି । ମନ୍ଦିରରୁ ବାଲି କଢ଼ାଗଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟୀକରଣ କରିବାକୁ ଦାବି କରିଛି କୋଣାର୍କ ସୁରକ୍ଷା ସମିତି ଓ କୋଣାର୍କର ବିଭିନ୍ନ ସଙ୍ଗଠନ । ମନ୍ଦିରର ସୁରକ୍ଷାକୁ
ଦୃଷ୍ଟିରେ ରଖି ମନ୍ଦିରର ବାଲି କଢା କାର୍ଯ୍ୟ କରାଇବା ଦରକାର ବୋଲି କହିଛନ୍ତି କୋଣାର୍କ ସୁରକ୍ଷା ସମିତିର ଆବାହକ ଭାଗିରଥି ସ୍ୱାଇଁ"।

କୋଣାର୍କ ମନ୍ଦିର ଗର୍ଭ ଗୃହରେ ବାଲି ଦବିବା ଘଟଣା ନଜରକୁ ଆସିବା ପରେ ଏ ନେଇ ବିଭିନ୍ନ ସମୟରେ ଏକ୍ସପର୍ଟଙ୍କ ଦ୍ଵାରା ମନ୍ଦିରର ଅନୁଧ୍ୟାନ କରିବା ପରେ ଆଜି ବାଲି କାଢ଼ିବା ପାଇଁ ଏଏସଆଇ ପୂଜାର୍ଚ୍ଚନା କରିଛି । ତେବେ ମନ୍ଦିରରୁ ବାଳି କେବେ କଢ଼ାଯିବ ଏ ନେଇ କୌଣସି ସ୍ପଷ୍ଟ ସୂଚନା ନ ଥିଲା ବେଳେ ମନ୍ଦିରରୁ ବାଲି କଢ଼ାଯିବା ପୂର୍ବରୁ ପୁଣି ଥରେ ଏଏସଆଇ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋଣାର୍କର ବିଭିନ୍ନ ସଙ୍ଗଠନ ।
Published by:Soubhagya Mishra
First published: