ଧନୁ ମୁଆଁ ପାଇଁ ପ୍ରସିଦ୍ଧ ଲାଭ କରିଛି ଗଞ୍ଜାମର ଆସିକା; ବର୍ଷର ଦୁଇ ମାସ ହୋଇଥାଏ ବିକ୍ରି

ମୁଆଁ ପାଇଁ ଗଞ୍ଜାମର ଆସିକା ବେଶ ପ୍ରସିଦ୍ଧ ଲାଭ କରିଛି। ବର୍ଷକ ଦୁଇ ମାସ ଆସିକା ସହରରେ ମୁଆଁ ବିକ୍ରି ହୋଇଥାଏ।

ଧନୁ ମୁଆଁ (ପ୍ରତୀକାତ୍ମକ ଛବି)

ଧନୁ ମୁଆଁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ଓଡ଼ିଆ ସମାଜର ଏକ ନିଆରା ପରମ୍ପରା ଓ ଭିନ୍ନ ଏକ ରୁଚିକର ଖାଦ୍ୟ ହେଉଛି ମୁଆଁ। ଝିଅ ଘରକୁ ହେଉ ବା ଅମବାସ୍ୟା ଭାର ବା ମକରସଂକ୍ରାନ୍ତି ସୁବୁଥିରେ ଖୋଜାପଡ଼ିଥାଏ ମୁଆଁ। ମୁଆଁ ପାଇଁ ଗଞ୍ଜାମର ଆସିକା ବେଶ ପ୍ରସିଦ୍ଧ ଲାଭ କରିଛି। ଏହା ପ୍ରସ୍ତୁତି ପରେ ସହର ଦାଣ୍ଡରେ ସଜାଇ ହୋଇ ଅପେକ୍ଷା କରିଥାଏ ଗ୍ରାହକଙ୍କୁ ।

ବର୍ଷକ ଦୁଇ ମାସ ଆସିକା ସହରରେ ମୁଆଁ ବିକ୍ରି ହୋଇଥାଏ। ବ୍ୟବସାୟୀମାନେ ଏକ ପ୍ରକାର ଚଳଚଞ୍ଚଳ ହୋଇ ଉଠନ୍ତି । ଦଶହରା ପୂଜା ଶେଷରେ ଆରମ୍ଭ ହୋଇଥାଏ ମୁଆଁ ତିଆରି କାମ। ସହରରେ ଥିବା ବିଭିନ୍ନ ସାହିରେ ପାଖାପାଖି ୨୦ରୁ ଅଧିକ ପ୍ରକାରର ମୁଆଁ ବିକ୍ରି ହୋଇଥାଏ।

“ଏହା ପ୍ରତ୍ୟେକ ବର୍ଷ ଦଶହରା ଠାରୁ ଆରମ୍ଭ ହୋଇ ମକର ସକ୍ରାନ୍ତି ପର୍ଯ୍ୟନ୍ତ ମୁଆଁ ବିକ୍ରି ହୋଇଥାଏ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେଶ ଚାହିଦା ମଧ୍ୟ ରହିଛି," କୁହନ୍ତି ବ୍ୟବସାୟୀ ରାଜିବ ଛଟେଇ।

ଏଠାରେ ମୁଆଁ ପ୍ରସ୍ତୁତି ପରେ ଧାଡିକୁ ଧାଡିରେ ଭଳି କି ଭଳି ମୁଆଁ ସଜେଇ ଅପେକ୍ଷା କରିଥାନ୍ତି ଗ୍ରାହାକଙ୍କୁ । ଖାଲି ସେତିକି ନୁହଁ ଏଠାକାର ପ୍ରସ୍ତୁତି ମୁଆଁ ସମସ୍ତ ବର୍ଗର ଲୋକଙ୍କ ମନପସନ୍ଦର ଖାଦ୍ୟ ହୋଇଥିବା ହେତୁ ଏହାର ଚାହିଦା ବେଶ ରହିଛି ।

“ମୁଆଁ ପ୍ରସ୍ତୁତି ପାଇଁ ଆସିକା ସହର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏଠକାର ମୁଆଁ ଥରେ ଯିଏ ଚାଖିଛି ସେ ହିଁ ଜାଣିଛି। ଆସିକା ମୁଆଁର ସ୍ଵାଦ କେତେ ବଢିଆ," କୁହନ୍ତି ବ୍ୟବସାୟୀ ପଂଚାନନ ସାହୁ ” ।

ତେବେ ମୁଆଁ ପ୍ରସ୍ତୁତିକୁ ନେଇ ଆସିକା ବେଶ ନାମ କରିଥିବା ବେଳେ ଦୁଇ ମାସ ପରେ ଏହି ବ୍ୟବସାୟ ବନ୍ଦ ହୋଇଯାଉଥିବା ହେତୁ ଅନେକ ବ୍ୟକ୍ତି ନିଜର ରୋଜଗାର ହରାଇ ବସିଛନ୍ତି।
Published by:Soumya Das
First published:
)}