ଅବ୍ୟବସ୍ଥା ଘେରରେ ଏସିଆ ମହାଦେଶର ସର୍ବବୃହତ ଶୁଖୁଆ ହାଟ

ଅବ୍ୟବସ୍ଥା ଘେରରେ ଏସିଆ ମହାଦେଶର ସର୍ବ ବୃହତ ଶୁଖୁଆ ହାଟ । ଅତ୍ୟାଧୁନିକ ଶୁଖୁଆ ହାଟ କାର୍ଯ୍ୟକ୍ଷମ ହେଉନଥିବା ଯୋଗୁଁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ । ଖୁବଶୀଘ୍ର ବ୍ୟବସାୟୀଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦିଆଯିବ କହିଲେ ଛତ୍ରପୁର ବିଧାୟକ ।

ଅବ୍ୟବସ୍ଥା ଘେରରେ ଏସିଆ ମହାଦେଶର ସର୍ବ ବୃହତ ଶୁଖୁଆ ହାଟ

ଅବ୍ୟବସ୍ଥା ଘେରରେ ଏସିଆ ମହାଦେଶର ସର୍ବ ବୃହତ ଶୁଖୁଆ ହାଟ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ଏସିଆ ମହାଦେଶର ସବୁଠାରୁ ବଡ଼ ଶୁଖୁଆ ହାଟ ହେଉଛି ଗଞ୍ଜାମ (Ganjam ) ଜିଲ୍ଲାର ହୁମାରେ ରହିଥିବା ଶୁଖୁଆ ହାଟ । ପ୍ରତି ଶନିବାର (Saturday ) ଓ ରବିବାର ( Sunday ) ଏଠାରେ ଲାଗିଥାଏ ଶହ ଶହ ବ୍ୟବସାୟୀଙ୍କ ଭିଡ଼ । ବିଭିନ୍ନ ରାଜ୍ୟରୁ ଏଠାକୁ ଶୁଖୁଆ ଆସୁଥିବା ବେଳେ ଏଠାରୁ ମଧ୍ୟ ବିଭିନ୍ନ ରାଜ୍ୟକୁ ବିକ୍ରି ପାଇଁ ଯାଇଥାଏ । ଏଠାରେ ଭଲ ଦରରେ ବିଭିନ୍ନ ରକମର ଶୁଖୁଆ ମିଳୁଥିବା ଯୋଗୁଁ କାହିଁ କେତେ ଦୂରରୁ ଲୋକେ ଆସି ଏଠାରୁ ଶୁଖୁଆ କିଣି ନେଇଥାନ୍ତି । କିନ୍ତୁ ଏତେ ବଡ଼ ଶୁଖୁଆ ହାଟରେ ବ୍ୟବସାୟୀ ମାନଙ୍କ ନିମନ୍ତେ ସେଭଳି କୌଣସି ଆନୁସଙ୍ଗିକ ସୁବିଧା ନଥିବା ଯୋଗୁଁ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।



ଜାତୀୟ ରାଜପଥ (National Highway ) କଡ଼ରେ ରହିଛି ଶୁଖୁଆ ହାଟ । ଏହି ହାଟରେ ପ୍ରାୟ ୪୦ରୁ ଅଧିକ ପ୍ରକାରର ଶୁଖୁଆ ମିଳିଥାଏ । ‘‘ଏହି ଶୁଖୁଆ ଆସିଥାଏ, ବମ୍ବେ, ବେଙ୍ଗଲୁରୁ, କୋଲିକତା, ଆନ୍ଧ୍ରପ୍ରଦେଶରୁ ଏଥିସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଶୁଖୁଆ ଏଠାକୁ ଆସିଥାଏ । ଶୁଖୁଆ ଏଠି ପହଞ୍ଚିବା ପରେ ବିଭିନ୍ନ ଗାଁ ଓ ସହରକୁ ବିକ୍ରି ପାଇଁ ଏଠାରୁ ହିଁ ଶୁଖୁଆ ଯାଇଥାଏ । ଶାବଳା, ପଥରମୁଣ୍ଡି, ଖଇଙ୍ଗା, କାରାଚାନ୍ଦି, ଚିଙ୍ଗୁଡ଼ି, କୁକୁଲି ଭଳି ଶୁଖୁଆର ଢ଼େର ଚାହିଦା ରହିଛି । ଲୋକଙ୍କ ଚାହିଦା ମୁତାବକ ମଧ୍ୟ ଭଲ ଭଲ ଶୁଖୁଆ ଅଣାଯାଇଥାଏ । ଯାହାଫଳରେ ଭଲ ଦୁଇ ପଇସା ବ୍ୟବସାୟ ହୋଇଥାଏ ବୋଲି କହିଛନ୍ତି,‘‘ ଶୁଖୁଆ ବ୍ୟବସାୟୀ ।



‘‘ଏହି ହାଟରେ ଶୁଖୁଆ କିଣିବା ନିମନ୍ତେ ମଧ୍ୟ ଲୋକଙ୍କ ବେଶ ଭିଡ଼ ଜମିଥାଏ । କାରଣ ଏଠାରେ ବିଭିନ୍ନ ରକମର ସ୍ୱାଦିଷ୍ଟ ଶୁଖୁଆ ମିଳିଥାଏ । ଏହାସହିତ ବଜାର ଦରରୁ ଭଲ ଦରରେ ମଧ୍ୟ ମିଳିଥାଏ । ଜାତୀୟ ରାଜପଥର କଡ଼ରେ ବ୍ୟବସାୟ ହେଉଥିବାରୁ ଏହି ରାସ୍ତା ଦେଇ ଯାତାୟତ କରୁଥିବା  ଲୋକେ ଏଠାରେ ଅଟକି ଶୁଖୁଆ କିଣୁଥିବା ଦେଖିବାକୁ ମିଳେ । ତେବେ ଜାତୀୟ ରାଜପଥ କଡ଼ରେ ଶୁଖୁଆ ହାଟଟି ହୋଇଥିବା ଯୋଗୁଁ ଗ୍ରାହକମାନେ ଶୁଖୁଆ କିଣିବା ନିମନ୍ତେ ଆସି ରାସ୍ତା ଉପରେ ଗାଡ଼ି ପାର୍କିଂ କରିଥାନ୍ତି । ଯାହାଫଳରେ ଦୁର୍ଘଟଣା ହେବାର ମଧ୍ୟ ସମ୍ଭାବନା ରହୁଛି । ତେଣୁ ଏନେଇ ପ୍ରଶାସନ ଦୃଷ୍ଟିଦେବାକୁ ଦାବି କରିଛନ୍ତି,‘‘ ଗ୍ରାହକ ପ୍ରଭାତ ବଳିଆରସିଂ ।

‘‘ଦୀର୍ଘ ବର୍ଷ ଧରି ଏଭଳି ବ୍ୟବସାୟୀମାନେ ଜାତୀୟ ରାଜପଥ କଡ଼ରେ ବସି ବ୍ୟବସାୟ କରୁଛନ୍ତି । କିନ୍ତୁ ବାରମ୍ବାର କହିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀମାନଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ । ନା ଶୌଚାଳୟର ବ୍ୟବସ୍ଥା ଅଛି ନା ଆଲୋକିକରଣ, ନା ଶୁଖୁଆକୁ କେଉଁଠି ଗଚ୍ଛିତ କରି ରଖିବା ନିମନ୍ତେ ବ୍ୟବସ୍ଥା । ବିଶେଷ କରି ବର୍ଷା ଦିନେ ବ୍ୟବସାୟୀମାନେ ସୁରକ୍ଷିତ ରହି ବିକ୍ରି କରିବା ନିମନ୍ତେ ମୁଣ୍ଡ ଉପରେ ଛାତଟିଏ ନାହିଁ । ସେଭଳି ଖୋଲା ଆକାଶ ତଳେ ଶୁଖୁଆ ବିକ୍ରି କରିଥାନ୍ତି । ବ୍ୟବସାୟୀମାନଙ୍କ ନିମନ୍ତେ ହାଟ ଭିତରେ ଏକ କୋଠା ହୋଇଥିବା ବେଳେ ତାହା ପଞ୍ଚାୟତକୁ ହସ୍ତାନ୍ତର ହୋଇନଥିବା ଯୋଗୁଁ ଏହାର ସୁବିଧା କେହି ପାଇପାରୁନଥିବା କହିଛନ୍ତି,‘‘ ବ୍ୟବସାୟୀ ସୀମାଞ୍ଚଳ ନାହାକ ।
‘‘ଶୁଖୁଆ ବ୍ୟବସାୟୀମାନଙ୍କର ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ପରେ ୨୦୧୮ ମସିହାରେ ଅତ୍ୟାଧୁନିକ ଶୁଖୁଆ ହାଟ ପାଇଁ ରାଜ୍ୟ ସରକାର ବ୍ୟୟବରାଦ କରିଥିଲେ । ପରେ ଅତ୍ୟାଧୁନିକ ଶୁଖୁଆ ହାଟର କାମ ଆରମ୍ଭ ହୋଇଥିବାବେଳେ କୋଠାର ଆଉ କିଛି ଆନୁସଙ୍ଗିକ କାମ ରହିଛି । ଯାହା ଚଳିତ ମାସ ଶେଷ ସୁଦ୍ଧା ସମ୍ପନ୍ନ ହେବ । ସେହିକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ମଧ୍ୟ ଗତ ଏକ ମାସ ହେଲା ଆରମ୍ଭ ହୋଇଥିବା ବେଳେ ତାହାକୁ ଏକ ବର୍ଷ ମଧ୍ୟରେ ଶେଷ କରାଯିବ । କୋଠାର ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବା ପରେ ବ୍ୟବସାୟୀମାନେ ସୁରକ୍ଷିତ ଭାବେ ରହି ଶୁଖୁଆ ବିକ୍ରି କରିବା ସହ ସେମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ରହିବ ବୋଲି ସୂଚନା ଦେଇଛନ୍ତି,‘‘ ଛତ୍ରପୁର ବିଧାୟକ ସୁବାଷ ବେହେରା ।

ଅଧିକ ପଢ଼ନ୍ତୁ- http://କ୍ୟାମେରା ସାମ୍ନାରେ ସତ କହିଦେଲେ ଶ୍ରୀୟା; ହ୍ୟୁମାନ ଦିଅନ୍ତି ଏପରି କଷ୍ଟ !
Published by:Soubhagya Mishra
First published: