କାନ୍ଥର ଅସଲି ସୁରକ୍ଷା ଚାହୁଁଛନ୍ତି? Asian Paintsର ଲ୍ୟାମିନେସନ ବାଲା Ultima Protekରୁ ମିଳିବ

ଏହି ଦମଦାର୍‌ ନୂଆ ରଙ୍ଗ କେମିତି କାମ କରେ ତାହା ଦେଖାଇବା ପାଇଁ କମ୍ପାନୀ କିଛି ଦିନ ତଳେ ଲଞ୍ଚ କରିଥିବା ଏକ ମଜାଳିଆ ଟିଭିସିରେ ଅଭିନେତା ରଣବୀର କପୁର ପୂର୍ବରୁ କେବେ ଦେଖାଯାଇ ନ ଥିବା ଅବତାରରେ ଓ ପ୍ରଥମ ଥର ଡବଲ୍ ରୋଲରେ ନଜର ଆସିଛନ୍ତି ।

କାନ୍ଥର ଅସଲି ସୁରକ୍ଷା ଚାହୁଁଛନ୍ତି? Asian Paintsର ଲ୍ୟାମିନେସନ ବାଲା Ultima Protekରୁ ମିଳିବ
ଏସିଆନ୍ ପେଣ୍ଟସର ଅଲ୍ଟିମା ପ୍ରୋଟେକ୍ ବିଜ୍ଞାପନରେ ରଣବୀର କପୁର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଗୋଟେ ସେକେଣ୍ଡ୍‌ ପାଇଁ ଭାବନ୍ତୁ । ଯେତେବେଳେ ଆପଣ 'ଲ୍ୟାମିନେସନ୍' ଶବ୍ଦ ଶୁଣନ୍ତି ଆପଣଙ୍କ ମନକୁ କ’ଣ ଆସେ? ସୁରକ୍ଷା କଥା ଆସେ ନା? କୌଣସି ଜିନିଷକୁ ଭଲ ଭାବରେ ସୁରକ୍ଷା କରିବାର ଏକ ଉପାୟ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ତାକୁ ସୁରକ୍ଷିତ ରଖିଥାଏ? ଯେତେବେଳେ କୌଣସି ଜିନିଷକୁ 'ଲ୍ୟାମିନେଟ୍' କରିବାର ଥାଏ, ଆମେ ସବୁବେଳେ ସେହି ଜିନିଷଗୁଡ଼ିକ ବିଷୟରେ ଚିନ୍ତା କରୁ ଯାହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ସେହି ସବୁ ଜିନିଷ ଯାହା ବିଶେଷ ଯତ୍ନ ଆବଶ୍ୟକ କରେ, ଏକ ଉଚ୍ଚ ସ୍ତରର ସୁରକ୍ଷା ଆବଶ୍ୟକ କରେ ।

ମୋଟାମୋଟି ଭାବେ କହିବାକୁ ଗଲେ ଆମେ ଯାହାକୁ ଅଧିକ ଭଲପାG ତାକୁ ସୁରକ୍ଷିତ କରି ରଖିବାକୁ ସବୁ ଉପାୟ କରୁଁ । କିନ୍ତୁ କେବଳ ଫଟୋ, ଡକ୍ୟୁମେଣ୍ଟ ବା ଜିନିଷ-ପଦାର୍ଥକୁ କାହିଁକି ଅତିରିକ୍ତ ସୁରକ୍ଷା ଦେବା? ଆମ ହୃଦୟର ନିକଟବର୍ତ୍ତୀ, ଆମ ରକ୍ତ, ଝାଳ, କଠିନ ପରିଶ୍ରମ ଓ ଉତ୍ସାହର ଫଳକୁ କାହିଁକି ଲ୍ୟାମିନେଟ୍ କରିବା ନାହିଁ? କାହିଁକି ନିଜ ଘରକୁ ଲ୍ୟାମିନେଟ୍ କରିବା ନାହିଁ?

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା

ଏସିଆନ୍ ପେଣ୍ଟସର (Asian Paints) ଅଲ୍ଟିମା ପ୍ରୋଟେକ୍ ଠିକ୍ ଲ୍ୟାମିନେସନ୍‌ ପରି ସୁରକ୍ଷା ପ୍ରଦାନ କରୁଛି । ଏହାର ନୂଆ ଲ୍ୟାମିନେସନ୍ ଗାର୍ଡ ଟେକ୍ନୋଲୋଜି ସହିତ ଏହା ଆପଣଙ୍କ ଘର ବାହାରେ ଥିବା କାନ୍ଥକୁ ଆର୍ଦ୍ରତା, ମସ୍, ଫାଟ, ଫଙ୍ଗସ୍ ଓ ରଙ୍ଗ କ୍ଷୀଣ ହେବାରୁ ରକ୍ଷା କରିବ (Asian Paints Ultima Protek) । ପ୍ରବଳ ବର୍ଷା ହେଉ, ଅତ୍ୟଧିକ ଧୂଳି ମାଟି କିମ୍ବା କଠିନ ଖରା ହେଉ, ଅଲ୍ଟିମା ପ୍ରୋଟେକ୍ (Ultima Protek) ଆପଣଙ୍କ ଘରର ବାହ୍ୟ କାନ୍ଥକୁ ସବୁ ବେଳେ ସତେଜ ଓ ଚକଚକିଆ ରଖିବ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ଏସିଆନ୍‌ ପେଣ୍ଟର (Asian Paints) ଏହି ନୂଆ ବାହ୍ୟ କାନ୍ଥ ରଙ୍ଗ କ୍ରେତାମାନଙ୍କୁ ନିଶ୍ଚିତ କରାଏ ଯେ ସେମାନଙ୍କ ଘରର କାନ୍ଥ ଅନେକ ଦିନ ପର୍ଯ୍ୟନ୍ତ ସୁନ୍ଦର ଓ ଆକର୍ଷକ ରହିବ । ଥରେ ଯଦି ଆପଣ ଏହି ପେଣ୍ଟକୁ ନିଜ ଘରର ବାହ୍ୟ କାନ୍ଥରେ ଲଗାନ୍ତି ତେବେ ଆପଣ କେବଳ ବସି ବସି ଆରାମ କରିବେ ଆଉ କହିବେ, ‘‘ଖରା, ଧୂଳି ଓ ବର୍ଷା ଆସନ୍ତୁ!’’ ପରିସ୍ଥିତି ଯାହା ହେଉନା କାହିଁକି, ଏସିଆନ୍ ପେଣ୍ଟସ୍ ଅଲ୍ଟିମା ପ୍ରୋଟେକ୍ ଏହାର ଲ୍ୟାମିନେସନ୍ ଗାର୍ଡ଼ ସହିତ ବାହ୍ୟ କାନ୍ଥକୁ ଲମ୍ବା ସୁରକ୍ଷା ଦେଇଥାଏ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ

ଏହି ରଙ୍ଗ (wall paint) ପ୍ରକୃତରେ କେମିତି କାମ କରେ ଓ ଅଲ୍ଟିମା ପ୍ରୋଟେକ୍ ପ୍ରକୃତରେ କେତେ ଭଲ ତାହା ଦେଖାଇବା ପାଇଁ ଏସିଆନ୍ ପେଣ୍ଟସ୍ କିଛି ସମୟ ତଳେ ଏକ ମଜାଳିଆ ଓ ଭିନ୍ନ କିସମର ଟିଭିସି ଲଞ୍ଚ କରିଛି, ଯେଉଁଥିରେ ଏହି ପେଣ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ଅଭିନେତା ରଣବୀର କପୁର (Ranbir Kapoor) ଅଛନ୍ତି । ଏହି ଟିଭିସିରେ ଆପଣ ରଣବୀର କପୁରଙ୍କୁ ପୂର୍ବରୁ କେବେ ଦେଖାଯାଇ ନ ଥିବା ଅବତାରରେ ଦେଖିପାରିବେ । ପ୍ରଥମ ଥର ପାଇଁ ଡବଲ୍ ରୋଲରେ ନଜର ଆସିଛନ୍ତି ସେ ।

ଏଇଠି ଦେଖନ୍ତୁ ସେହି ଟିଭିସି:



ନୂଆ ଅଲ୍ଟିମା ପ୍ରୋଟେକ (Ultima Protek) ବିଜ୍ଞାପନ ବିଷୟରେ ଏସିଆନ ପେଣ୍ଟସ ଲିମିଟେଡର ଏମ୍‌.ଡି. ତଥା ସି.ଇ.ଓ. ଅମିତ ସିଙ୍ଘଲ କହିଛନ୍ତି, ‘‘ଗ୍ରାହକମାନେ ନିଜ ଘରକୁ ସବୁ ବେଳେ ସୁନ୍ଦର ରଖିବା ପାଇଁ ସମାଧାନ ଖୋଜୁଛନ୍ତି ଆଜିକାଲି ଘରଗୁଡ଼ିକ ବିଭିନ୍ନ ଜଳବାୟୁର ଆକ୍ରମଣ ଭୋଗୁଛନ୍ତି, ଯେମିତି ପ୍ରବଳ ବର୍ଷା, କଠିନ ଖରା ଓ ପ୍ରବଳ ଧୂଳି ଆଦି । ବହୁ ବର୍ଷ ଧରି ଏସିଆନ୍ ପେଣ୍ଟସ୍ ନିଜ ଉତ୍ପାଦ ମାଧ୍ୟମରେ ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂତନତ୍ୱ ସୃଷ୍ଟି କରିଛି ଯାହା ଦ୍ୱାରା ଗ୍ରାହକମାନେ ସର୍ବୋତ୍ତମ ରଙ୍ଗ ବ୍ୟତୀତ ଆଉ କିଛି ପାଆନ୍ତି ନାହିଁ ।’’

(ଏହା ଏକ ସହଭାଗୀତା କଣ୍ଟେଣ୍ଟ୍‌ ।)
Published by: Anand Shankar Thankur Das
First published: March 5, 2021, 3:33 PM IST