ଭୁବନେଶ୍ୱରରେ ଏସିଆ ଆଷ୍ଟ୍ରୋଲୋଜର କନଫେରେନ୍ସ: ୨୦୨୩ ର ସ୍ଥିତି ନେଇ ଆକଳନ

ପୂର୍ବ କୋଭିଡ ପରି ଏଥର ଦେଶରେ ପରିସ୍ଥିତି ଉପୁଯିବ ନାହିଁ । ୨୦୨୩ ବିଶ୍ୱ ପାଇଁ କ୍ଷତି ହେଲେ ଭାରତ ପାଇଁ ଶୁଭ ବୋଲି କହିଲେ ବରିଷ୍ଠ ଜ୍ୟୋତିର୍ବିଦ। 

ଭୁବନେଶ୍ୱରରେ ଏସିଆ ଆଷ୍ଟ୍ରୋଲୋଜର କନଫେରେନ୍ସ

ଭୁବନେଶ୍ୱରରେ ଏସିଆ ଆଷ୍ଟ୍ରୋଲୋଜର କନଫେରେନ୍ସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱରରେ ଏସିଆ ଆଷ୍ଟ୍ରୋଲୋଜର କନଫେରେନ୍ସ। ୨୦୨୩ର ସ୍ଥିତି ନେଇ ଆକଳନ କଲେ ବିଭିନ୍ନ ପ୍ରଦେଶ ର ଜ୍ୟୋତିର୍ବିଦ। ୨୩ ବିଶ୍ୱ ପାଇଁ କ୍ଷତି ହେଲେ ଭାରତ ପାଇଁ ଶୁଭ ବୋଲି କହିଲେ ବରିଷ୍ଠ ଜ୍ୟୋତିର୍ବିଦ। ପୂର୍ବ କୋଭିଡ ପରି ଏଥର ଦେଶରେ ପରିସ୍ଥିତି ଉପୁଯିବ ନାହିଁ ବୋଲି ଆକଳନ ସହିତ ହେତୁବାଦୀ ଙ୍କୁ ନେଇ କଟାକ୍ଷ କରିଛନ୍ତି ଜ୍ୟୋତିର୍ବିଦ।

କିପରି ହେବ ୨୦୨୩ ? ଦେଶ , ରାଜ୍ୟ ଓ ଆଉ ବିଶ୍ୱ ଉପରେ କିପରି ରହିବ ଏହାର ପ୍ରଭାବ । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆଉ ଆଲୋଚନା । ତେବେ ୨୦୨୩ କୁ ଆଉ କିଛିଦିନ ବାକି ଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରଦେଶ ର ବରିଷ୍ଠ ଜ୍ୟୋତିର୍ବିଦ ମାନେ ଆକଳନ କରିଛନ୍ତି । ତେବେ ବରିଷ୍ଠ ଜ୍ୟୋତିର୍ବିଦ ଙ୍କ ଅନୁସାରେ ୨୦୨୩ ହେଉଛି କେତୁଙ୍କ ବର୍ଷ ଶନି ଯେତେ ପର୍ଯ୍ୟନ୍ତ କୁମ୍ଭ ରାଶିକୁ ନ ଆସିଲା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହାର ଖରାପ ପ୍ରଭାବ ରହିବ। ସେହିପରି ୨୦୨୩ ଅଙ୍କ ଜ୍ୟୋତିଷ ଅନୁସାରେ ବର୍ଷକୁ ଯୋଡିଲେ ୭ ଅଙ୍କ ଓ ୨୩ ଯୋଡ଼ିଲେ ଅଙ୍କ ୫ ହେଉଛି । ୫ ବୁଧ ଗ୍ରହ ଅଙ୍କ ଏଣୁ ଏହାର ପ୍ରଭବରେ ଲୋକଙ୍କ ନିକଟରେ ଓ ବିଶ୍ୱର ମଣିଷ ମାନଙ୍କ ମଧ୍ୟରେ ଆତ୍ମନିର୍ଭରତା କମ ହେବ । ତେବେ ୭ ଅଙ୍କ ହେଲେ ଏହା କେତୁ ଏଣୁ କେତୁଙ୍କ ପାଖରେ ବୁଧ ଆସିବେ । କେତୁ ହେଉଛନ୍ତି ଯାହା ଚାହିଁବେ ସେୟା ହେବ । ତେବେ ବିଶ୍ୱର ଭାରତ ଦେଶ ସବୁଠୁ ଆଗକୁ ବଢ଼ିବାରେ ଦିଶାରେ ରହିବ। ସେହିପରି ମହାମାରୀ କୋଭିଡ କୁ ନେଇ ଜ୍ୟୋତିର୍ବିଦଙ୍କ ଆକଳନ ଅନୁଯାୟୀ କୋଭିଡର ପ୍ରଭାବ ଭାରତରେ କମ ରହିବ ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଦେଶରେ ଏହାର ସେତେଟା ପ୍ରଭାବ ରହିବ ନାହିଁ । ପୂର୍ବ ଭଳି ପରିସ୍ଥିତି ଉପୁଜିବ ନାହିଁ ବୋଲି ସିଧା ସିଧା କହିଛନ୍ତି । ତେବେ ବନ୍ୟା , ବାତ୍ୟାର ପ୍ରଭାବ ଦେଶ ଓ ବିଶ୍ୱରେ ରହିବ ବୋଲି ଆକଳନ କରିଛନ୍ତି ଜ୍ୟୋତିର୍ବିଦ । ଏଥି ସହିତ ଯୁଦ୍ଧ ନହେଲେ ମଧ୍ୟ ବିଭିନ୍ନ ରାଷ୍ଟ୍ର ଯୁଦ୍ଧ ପରିସ୍ଥିତି ହେଇ ଉପୁଜି ଶେଷ ମୁହୂର୍ତ୍ତରେ ଅଟକିବ ବୋଲି ଆକଳନ କରିଛନ୍ତି ନିବେଦିତା ଶାସ୍ତ୍ରୀ ( ପଶ୍ଚିମବଙ୍ଗ ର ପ୍ରତିଷ୍ଠିତ ଜ୍ୟୋତିର୍ବିଦ ଓ ବ୍ରିଜ ନନ୍ଦନ ଉପାଧ୍ୟାୟ ଗୟା ଧାମର ପ୍ରତିଷ୍ଠିତଜ୍ୟୋତିର୍ବିଦ।

ଏସିଆ ଅଷ୍ଟ୍ରୋଲୋଜର କନଫେରେନ୍ସ। ୨୦୨୩ରେ ଜ୍ୟୋତିର୍ବିଦମାନେ ମୁଖ୍ୟ ଉଦ୍ଦେଶ୍ୟ ଜ୍ୟୋତିଷ ମାନଙ୍କର ଭାରତର ଧାରା ଓ ଓଡ଼ିଶାର ଧାରା ମଧ୍ୟରେ ସମନ୍ୱୟ ଆଣିବା ନେଇ ଆଲୋଚନା ହୋଇଥିଲା । ସେହିପରି ଯୁବକ ସମାଜ ଓ ମହିଳା ଅଧିକ ଭାରେ ଜ୍ୟୋତିଷ ଶାସ୍ତ୍ର କିପରି ଅଧ୍ୟୟନ କରିବେ ତାକୁ ନେଇ ମଧ୍ୟ ଆଲୋଚନା ହୋଇଛି । ତେବେ ଏହି ପରିପ୍ରେକ୍ଷୀରେ କିଛିଦିନ ତଳେ ଦେଖା ଦେଇଥିବା ହେତୁବାଦୀଙ୍କ ଆଲୋଚନା ନେଇ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥିଲେ ଜ୍ୟୋତିର୍ବିଦ ମାନେ। ହେତୁବାଦୀ ମାନେ ଧର୍ମକୁ ବିଦ୍ରୁତ କଲେ ସନାତନ ଧର୍ମକୁ ଚୟଲେଞ୍ଜ କଲେ ବୋଲି କହି କତାକ୍ଷ କରିଛନ୍ତି ଜ୍ୟୋତିର୍ବିଦ ଦୀପକ ଆଚାର୍ଯ୍ୟ ।
Published by:Soumya Das
First published: