• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ପ୍ରକ୍ରିୟା ଶେଷ : ରୋଷଘର ମରାମତି ସହ ଶୀଘ୍ର ଶେଷ ହେବ କଳାହାଟ ଦ୍ୱାରର ରୂପା ଛାଉଣୀ କାମ

ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ପ୍ରକ୍ରିୟା ଶେଷ : ରୋଷଘର ମରାମତି ସହ ଶୀଘ୍ର ଶେଷ ହେବ କଳାହାଟ ଦ୍ୱାରର ରୂପା ଛାଉଣୀ କାମ

ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ପ୍ରକ୍ରିୟା ଶେଷ ।

ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ ପ୍ରକ୍ରିୟା ଶେଷ ।

  • Share this:
News 18 Odia Digital

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ASI ଓଡ଼ିଶା ମୁଖ୍ୟ ଏନେଇ ସୂଚନା ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ରୋଷଘର ଚଟାଣ ମରାମତି କାମ ୧୦ ଦିନରେ ଶେଷ ହେବ । ଜଗମୋହନ ଓ ନାଟ ମଣ୍ଡପ ସ୍ଥିତି ଠିକ୍ ରହିଛି । କଳାହାଟ ଦ୍ୱାରର ରୁପାଛାଉଣୀ କାମ ଅତି ଶୀଘ୍ର ଶେଷ ହେବ । ଏଥିସହ ସିସିଟିଭି ଲାଗିବା ନେଇ ASI ଡିଜିଙ୍କୁ ଚିଠି ଲେଖାଯାଇଛି, ଅନୁମତି ମିଳିବା ପରେ କାମ ଆରମ୍ଭ ହେବ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଂଚ ଓ ଆବଶ୍ୟକ ମରାମତି କରାଯାଇଥାଏ । ତେଣୁ ଚଳିତ ଥର ଚାଲିଥିବା ଯାଞ୍ଚ ପରେ ଆବଶ୍ୟକ ମରାମତି କାମ ହେବ ବୋଲି ସୂଚନା ଦେଇଛନ୍ତି ଯାଞ୍ଚ ପାଇଁ ଆସିଥିବା ବୈଷୟିକ ଟିମ୍ ।

ଆଜି ପୂର୍ବାହ୍ନରେ ASIର ବୈଷୟିକ ଟିମ୍ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ପାଇଁ ପହଞ୍ଚିଥିଲେ ।  ଶ୍ରୀମନ୍ଦିର ଐତିହ୍ୟ କୀର୍ତ୍ତିରାଜୀର ସୁରକ୍ଷା ନିମନ୍ତେ ଯାଞ୍ଚ ପକ୍ରିୟା ଶେଷ ହୋଇଛି । ଟିମ୍‌ରେ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ASI ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଗର୍ଭଗୃହର ଅବସ୍ଥା, ନାଟମଣ୍ଡପ, ଭୋଗମଣ୍ଡପ, ବିଭିନ୍ନ ଦ୍ୱାରର ଗୁମୁଟ, ମେଘନାଦ ପାଚେରି, କଳାହାଟ ଦ୍ୱାରରେ ରୁପା ଛାଉଣୀ କାମ ଓ ଶ୍ରୀମନ୍ଦିର ପରିସର ପାର୍ଶ୍ୱ ମନ୍ଦିର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛି ଟିମ୍ ।
Published by:Soubhagya Mishra
First published: