ପିପିଲି Bypoll ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କଲା; ଆଶ୍ରିତ ପଟ୍ଟନାୟକ ହେଲେ ଦଳୀୟ ପ୍ରାର୍ଥୀ

ଆଶ୍ରିତ ପଟ୍ଟନାୟକ କହିଛନ୍ତି ପିପିଲିରେ BJPର ବିଜୟ ଶତପ୍ରତିଶତ ସୁନିଶ୍ଚିତ । ‘‘ପିପିଲି-ଡେଲାଙ୍ଗର ଲୋକେ ଏ ଅଞ୍ଚଳରେ ଜଣେ ଚୌକିଦାରକୁ ନିଜ ପ୍ରତିନିଧି ଭାବେ ନିର୍ବାଚିତ କରି ଗରିବ ଓ ପଛୁଆ ଲୋକଙ୍କ ଶୋଷଣର ଅନ୍ତ ଘଟାଇବାକୁ ମନସ୍ଥ କରିଛନ୍ତି।’’

ଆଶ୍ରିତ ପଟ୍ଟନାୟକ

ଆଶ୍ରିତ ପଟ୍ଟନାୟକ

  • Share this:
News18 Odia Digital

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନ (Pipili Assembly Bypoll) ପାଇଁ ବିରୋଧୀ ଦଳ ​ ଭାରତୀୟ ଜନତା ପାର୍ଟି (ବିଜେପି) ଆଶ୍ରିତ ପଟ୍ଟନାୟକଙ୍କୁ ଦଳୀୟ ପ୍ରାର୍ଥୀ କରିଛି । ଏହି ଆସନ ପାଇଁ ବିଜେପି ଦ୍ୱିତୀୟ ଥର ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି (Pipili BJP candidate)। ପ୍ରଥମେ ପ୍ରାର୍ଥୀ ଘୋଷଣା କରି ବିଜେପି ସୁବିଧାଜନକ ସ୍ଥିତିରେ ରହିବ ବୋଲି ଆଶା ରଖିଛି ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗ ଆସାମ ନିର୍ବାଚନ ପାଇଁ ସରିଲା ପ୍ରଚାର; ଅନେକ ଆସନରେ ସିଧାସଳଖ ଲଢ଼େଇ ହେବ

ଗତ ୨୦୧୯ ସାଧାରଣ ନିର୍ବାଚନରେ ଆଶ୍ରିତ ପଟ୍ଟନାୟକ (Ashrit Patnaik) ବିଜେପିରୁ ପ୍ରାର୍ଥୀ ହୋଇ ସେତେବେଳର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କର ଦେଇଥିଲେ । ଗଲା ବର୍ଷ ମହାରଥୀଙ୍କ ଦେହାନ୍ତ ଯୋଗୁଁ ପିପିଲିରେ ଉପନିର୍ବେଚନ ହେବାକୁ ଯାଉଛି । ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏ ଯାଏଁ ନାମ ଘୋଷଣା କରିନାହାନ୍ତି ।

ଏହା ବି ପଢ଼ନ୍ତୁ | West Bengal ବିଜେପି ସଭାପତି ମର୍ଯ୍ୟାଦା ଭୁଲିଗଲେ, ମମତାଙ୍କୁ ବରମୁଣ୍ଡା ପିନ୍ଧିବାକୁ କହିଦେଲେ

୨୦୧୪ ନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପିପିଲିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୮,୦୦୦ ଭୋଟ ପାଇଥିଲେ । ହେଲେ ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ଆଶ୍ରିତଙ୍କୁ (BJP candidate Ashrit Patnaik) ୭୨,୭୩୧ ଭୋଟ୍ ମିଳିଥିଲା । ସେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଠାରୁ ୧୫,୭୪୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ହାରିଥିଲେ ।

ଦିବଙ୍ଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀ 


ମହାରଥୀଙ୍କ ପରିବାରରୁ କେହି ଜଣେ ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସରେ ମଧ୍ୟ ପ୍ରାର୍ଥୀ ଚୟନ ନେଇ ମନ୍ଥନ ଚାଲିଛି । ଏପ୍ରିଲ୍‌ ୧୭ ତାରିଖରେ ମତଦାନ ହେବ ଓ ମେ’ ୨ ତାରିଖରେ ବାହାରିବ ନିର୍ବାଚନ ଫଳାଫଳ ।

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି

‘‘ଆସନ୍ତା କାଲି (ମାର୍ଚ୍ଚ ୨୬) ଠାରୁ ନାମାଙ୍କନ ଆରମ୍ଭ ହେଉଛି । ତେଣୁ ତା’ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବାର ଆବଶ୍ୟକତା ଥିଲା । ଆଶ୍ରିତ ପଟ୍ଟନାୟକଙ୍କ ନାଁ ଆମ ଦଳର କେନ୍ଦ୍ରୀୟ କମିଟି ତରଫରୁ ଘୋଷଣା କରାଯାଇଛି । ଗତ ପଞ୍ଚାୟତ ନିର୍ବାଚନରେ ପିପିଲିବାସୀ ଦେଖାଇ ଦେଇଛନ୍ତି ଯେ ସେମାନେ ପରିବର୍ତ୍ତନ ଚାହାନ୍ତି ଓ ବିଜେପି ସପକ୍ଷରେ ଯିବାକୁ ଚାହୁଁଛନ୍ତି,’’ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ।

ଏହା ବି ପଢ଼ନ୍ତୁ | CBSE ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭଲ ଖବର ଆସିଛି

ଆଶ୍ରିତ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେପିର ଜାତୀୟ ଓ ରାଜ୍ୟ ନେତ-ବୃନ୍ଦକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ‘‘ପିପିଲିରେ ଏ ଥର ବିଜେପିର ବିଜୟ ଶତପ୍ରତିଶତ ସୁନିଶ୍ଚିତ । ପିପିଲି-ଡେଲାଙ୍ଗର ଜନସାଧାରଣ ଏ ଅଞ୍ଚଳରେ ଜଣେ ଚୌକିଦାରକୁ ନିଜ ପ୍ରତିନିଧି ଭାବେ ନିର୍ବାଚିତ କରି ଏଠାରେ ଗରିବ ଓ ପଛୁଆ ଲୋକଙ୍କ ଉପରେ ଚାଲିଥିବା ଶୋଷଣର ଅନ୍ତ ଘଟାଇବାକୁ ମନସ୍ଥ କରିଛନ୍ତି ।’’

ଏହା ବି ପଢ଼ନ୍ତୁ | ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ଲକ୍ଷ ଟଙ୍କା

କୋଭିଡକୁ ଦୁଷ୍ଟିରେ ରଖି ପିପିଲି ନିର୍ବାଚନ ମଣ୍ଡଳୀରେ ବୁଥ୍ ସଂଖ୍ୟା ୨୭୩ରୁ ୩୪୮କୁ ବୃଦ୍ଧି କରାଯାଇଛି । ପିପିଲି ଏନ୍‌.ଏ.ସି. ଓ ପିପିଲି ବ୍ଲକରେ ୧୯୯ଟି ଓ ଡେଲାଙ୍ଗ ବ୍ଲକରେ ୧୪୯ଟି ବୁଥର ବ୍ୟବସ୍ଥା ହୋଇଛି । କୋଭିଡ କଟକଣା ଭିତରେ ବୟସ୍କ ଓ ଦିବ୍ୟାଙ୍ଗମାନେ ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ କରିପାରିବେ ମତଦାନ । ସମ୍ଵେଦଳଶୀଳ ଓ ଅତିସମ୍ଵେଦନଶୀଳ ଭୋଟ କେନ୍ଦ୍ର ଉପରେ ରହିଛି ପୋଲିସ ପ୍ରଶାସନର କଡ଼ା ନଜର । ସିସିଟିଭି, କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ନଜରରେ ରହିବ ସବୁ ମତଦାନ କେନ୍ଦ୍ର।





ଏବେ ଇ.ଭି.ଏମ୍‌. ସମ୍ପର୍କରେ ବିଭିନ୍ନ ୱାର୍ଡ଼ରେ ଜନ ସଚେତନତା କରାଯାଉଛି । ଉପନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ଅସାମାଜିକ ଲୋକ ଓ ବିଭିନ୍ନ ଆପରାଧିକ ମାମଲା ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି ବୋଲି କହିଛନ୍ତିସ ପୁରୀ ଏସ୍‌.ପି. କୱଁର ବିଶାଲ୍‌ ସିଂ ।
Published by:Anand S.T. Das
First published: