କଟକକୁ ଆସିଥିବା ୧୦୦ରୁ ଉର୍ଦ୍ଧ୍ବ ବିଦେଶ ଫେରନ୍ତାଙ୍କୁ ଖୋଜିବା କାର୍ଯ୍ୟରେ ଆଶାକର୍ମୀ ନିୟୋଜିତ

ବିଦେଶରୁ ଫେରିଥିବା ଓ ଭୁଲ ଠିକଣା ଦେଇଥିବା ଲୋକ ମଧ୍ୟରେ ୧୦୦ରୁ ଉର୍ଦ୍ଧ ଲୋକ କେବଳ କଟକ ଜିଲ୍ଲାକୁ ଆସିଛନ୍ତି । କିନ୍ତୁ ସେମାନେ ଜିଲ୍ଲା ତଥା ସହରର କେଉଁ ସ୍ଥାନରେ ଅଛନ୍ତି ଓ ଏହି ସମୟ ମଧ୍ୟରେ ସେମାନେ କାହା କାହା ସହିତ ମିଶିଛନ୍ତି ସେ ବାବଦରେ କାହା ପାଖରେ କୌଣସି ସୂଚନା ନାହିଁ ।

କଟକକୁ ଆସିଥିବା ୧୦୦ରୁ ଉର୍ଦ୍ଧ୍ବ ବିଦେଶ ଫେରନ୍ତାଙ୍କୁ ଖୋଜିବା କାର୍ଯ୍ୟରେ ଆଶାକର୍ମୀ ନିୟୋଜିତ

କଟକକୁ ଆସିଥିବା ୧୦୦ରୁ ଉର୍ଦ୍ଧ୍ବ ବିଦେଶ ଫେରନ୍ତାଙ୍କୁ ଖୋଜିବା କାର୍ଯ୍ୟରେ ଆଶାକର୍ମୀ ନିୟୋଜିତ

  • Share this:
News18 Odia Digital

କଟକ: ଓମିକ୍ରନ ଭୂତାଣୁ ସମଗ୍ର ବିଶ୍ବରେ ଚିନ୍ତା ବୃଦ୍ଧିର କାରଣ ହୋଇଥିବା ବେଳେ ବିଦେଶ ଫେରନ୍ତାଙ୍କ ଉପରେ ସମଗ୍ର ଦେଶରେ ସତର୍କ ଦୃଷ୍ଟି ଦିଆଯାଉଛି । କିନ୍ତୁ ଏହି ବିଦେଶ ଫେରନ୍ତାଙ୍କୁ ନେଇ ଏବେ ରାଜ୍ୟରେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । କାରଣ ଗତ ଦୁଇ ମାସ ମଧ୍ୟରେ ରାଜ୍ୟକୁ ଆସିଥିବା ପାଖାପାଖି ୪୦୦ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନାହିଁ ।

ବିଦେଶରୁ ଫେରିଥିବା ଓ ଭୁଲ ଠିକଣା ଦେଇଥିବା ଲୋକ ମଧ୍ୟରେ ୧୦୦ରୁ ଉର୍ଦ୍ଧ ଲୋକ କେବଳ କଟକ ଜିଲ୍ଲାକୁ ଆସିଛନ୍ତି । କିନ୍ତୁ ସେମାନେ ଜିଲ୍ଲା ତଥା ସହରର କେଉଁ ସ୍ଥାନରେ ଅଛନ୍ତି ଓ ଏହି ସମୟ ମଧ୍ୟରେ ସେମାନେ କାହା କାହା ସହିତ ମିଶିଛନ୍ତି ସେ ବାବଦରେ କାହା ପାଖରେ କୌଣସି ସୂଚନା ନାହିଁ । ଅନେକ ଉଦ୍ୟମ କରି ବିଫଳ ହେବା ପରେ ଏବେ ସେହି ଲୋକଙ୍କୁ ଖୋଜିବା ପାଇଁ ଆଶା କର୍ମୀମାନଙ୍କୁ ନିୟୋଜିତ କରିଛି କଟକ ଜିଲ୍ଲା ପ୍ରଶାସନ । ହେଲେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ବାବଦରେ କୌଣସି ସୂଚନା ମିଳିନଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

"କଟକ ଜିଲ୍ଲାକୁ ଗତ ଅକ୍ଟୋବର ମାସରୁ ନଭେମ୍ବର ମାସ ମଧ୍ୟରେ ୪୦୦ରୁ ଉର୍ଦ୍ଧ ଲୋକ ବିଦେଶରୁ ଫେରିଥିବା ରାଜ୍ୟ ସରକାରଙ୍କ ଠାରୁ ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ପାଖାପାଖି ୩୦୦ ଜଣଙ୍କୁ ଆମେ ଠାବ କରି ସାରିଛୁ । କିନ୍ତୁ ୧୦୦ ଜଣଙ୍କର କିଛି ସୂଚନା ମଳୁନାହିଁ । ଭୁଲ ଠିକଣା ଓ ଫୋନ ନମ୍ବର ଦେଇଥିବାରୁ ସେମାନଙ୍କୁ ପାଇବା ମୁସକିଲ ହୋଇ ପଡ଼ିଛି । ତଥାପି ଆମେ ଆଶାକର୍ମୀମାନଙ୍କୁ ସେହି ଲୋକମାନଙ୍କୁ ଖୋଜି ବାହାରିବା ପାଇଁ ନିୟୋଜିତ କରିଛୁ," କହିଛନ୍ତି କଟକ ଜିଲ୍ଲା ସହକାରୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ରାୟ।

ବିଦେଶରୁ ଫେରିଥିବା ଓ ଭୁଲ ଠିକଣା ଦେଇଥିବା ଲୋକ ମଧ୍ୟରେ ୧୦୦ରୁ ଉର୍ଦ୍ଧ ଲୋକ କେବଳ କଟକ ଜିଲ୍ଲାକୁ ଆସିଛନ୍ତି


ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ଦୁଇ ମାସରେ କଟକ ଜିଲ୍ଲାକୁ ୪୦୦ରୁ ଉର୍ଦ୍ଧ ବିଦେଶ ଫେରନ୍ତା ଆସିଛନ୍ତି । ଠିକଣା ନଥିବା ୧୦୦ଙ୍କୁ ବାଦ ଦେଲେ ଠାବ ହୋଇଥିବା ଲୋକଙ୍କ ମଧ୍ୟରୁ ୭୯ ଜଣଙ୍କର ସ୍ବାବ ପରୀକ୍ଷା ହୋଇଛି । ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କ ସ୍ବାବ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଚାରି ଜଣଙ୍କ ରିପୋର୍ଟ ଆସିନାହିଁ।

ହାତ ଗଣତି କିଛି ଦେଶକୁ ଛାଡ଼ି ଦେଲେ ଅନ୍ୟ ଦେଶଗୁଡ଼ିକରୁ ଭୁବନେଶ୍ବର ବିମାନ ବନ୍ଦରକୁ ସିଧାସଳଖ ଫ୍ଲାଇଟ ନାହିଁ । ତେଣୁ ଅନେକ ବିଦେଶ ଫେରନ୍ତା ଯାତ୍ରୀ ଦେଶର ଅନ୍ୟ ବିମାନ ବନ୍ଦରରେ ଓହ୍ଳାଇ ସେଠାରୁ ପୁଣି ବିମାନ ଯାତ୍ରା କରି ଓଡ଼ିଶା ଆସିଥାନ୍ତି । ଏବେ ସମସ୍ୟା ଏବେ ସେହିଭଳି ଯାତ୍ରୀଙ୍କ ଯୋଗୁଁ ହିଁ ଓମିକ୍ରନ ବିପଦ ସୃଷ୍ଟି ହୋଇଛି । ଭୁଲ ଠିକଣା ଦେଇଥିବା ୧୦୦ରୁ ଯାତ୍ରୀଙ୍କ ମଧ୍ୟରୁ ଅଧିକାଶଂ ସିଧାସଳଖ ବିଦେଶରୁ ଓଡ଼ିଶା ଆସିନଥିବା ଯାତ୍ରୀ ବୋଲି ଅନୁମାନ କରୁଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ।
Published by:Lipina Das
First published: